Chhattisgarh is rapidly advancing on the path of development:PM Modi at Chhattisgarh Rajat Mahotsav

November 01st, 03:30 pm

In his address at the Chhattisgarh Rajat Mahotsav, PM Modi said that participating in the Silver Jubilee celebrations was a matter of great fortune for him. Launching multiple developmental projects worth over ₹14,260 crore across key sectors such as roads, industry, healthcare and energy, the PM remarked that Chhattisgarh is now emerging as an industrial state. He noted that regions like Bastar are now witnessing an atmosphere of celebration, free from the shadow of Maoist terrorism.

ଛତିଶଗଡ଼ ରଜତ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 01st, 03:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୟା ରାୟପୁରରେ ଛତିଶଗଡ଼ ରାଜ୍ୟ ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ଛତିଶଗଡ଼ ରଜତ ମହୋତ୍ସବରେ ଉଦବୋଧନ ଦେଇଛନ୍ତି। ସେ ରାସ୍ତା, ଶିଳ୍ପ, ସ୍ୱାସ୍ଥ୍ୟସେବା ଏବଂ ଶକ୍ତି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରି ୧୪,୨୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ଏବଂ ପରିବର୍ତ୍ତନକାରୀ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆଜି ଛତିଶଗଡ଼ ରାଜ୍ୟ ଗଠନର ୨୫ ବର୍ଷ ପୂରଣ କରିଛି। ଏହି ଅବସରରେ, ସେ ଛତିଶଗଡ଼ର ସମସ୍ତ ଜନସାଧାରଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି।

ମିଜୋରାମର ବିଭିନ୍ନ ଉନ୍ନତିମୂଳକ କାମର ଶିଳାନ୍ୟାସ ଓ ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 13th, 10:30 am

ମିଜୋରାମ ରାଜ୍ୟପାଳ ଭି.କେ.ସିଂହ, ମୁଖ୍ୟମନ୍ତ୍ରୀ ଲାଲଡୁହୋମା, କେନ୍ଦ୍ର କ୍ୟାବିନେଟର ସହଯୋଗୀ ଅଶ୍ୱିନୀ ବୈଷ୍ଣବ, ମିଜୋରାମ ସରକାରଙ୍କ ମନ୍ତ୍ରୀବର୍ଗ, ସାଂସଦ, ଅନ୍ୟ ନିର୍ବାଚିତ ପ୍ରତିନିଧି ସମୂହ ଓ ମିଜୋରାମ ଜନତା ।

ମିଜୋରାମର ଆଇଜଲରେ ୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 13th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଜୋରାମର ଆଇଜଲରେ ୯୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରେଳ, ରାସ୍ତା, ବିଦ୍ୟୁତ୍, କ୍ରୀଡା ସମେତ ଅନେକ କ୍ଷେତ୍ରକୁ ଲାଭ ପହଞ୍ଚାଇବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନୀଳ ପର୍ବତମାଳାର ଏହି ସୁନ୍ଦର ଭୂମିରେ ରାଜତ୍ୱ କରିଥିବା ପରମେଶ୍ୱର ପାଠିଆନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେ ମିଜୋରାମର ଲାଙ୍ଗପୁଇ ବିମାନବନ୍ଦରରେ ଉପସ୍ଥିତ ଥିବାରୁ ଏବଂ ଖରାପ ପାଗ ଯୋଗୁଁ ଆଇଜଲରେ ଲୋକଙ୍କୁ ଭେଟିପାରି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଏହି ପରିସ୍ଥିତି ସତ୍ତ୍ୱେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏହି ମାଧ୍ୟମରେ ମଧ୍ୟ ଲୋକଙ୍କ ପ୍ରେମ ଏବଂ ସ୍ନେହ ଅନୁଭବ କରିପାରିବେ।

୧୩ ରୁ ୧୫ ସେପ୍ଟେମ୍ବର: ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଓ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ

September 12th, 02:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ।

ପଶ୍ଚିମବଙ୍ଗ ଦୁର୍ଗାପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

July 18th, 02:35 pm

ଷ୍ଟିଲ ସିଟି ଭାବରେ ବିଶେଷ ଭାବେ ପରିଚିତ ପଶ୍ଚିମବଙ୍ଗର ଦୁର୍ଗାପୁର ସାରା ଦେଶର ଆକର୍ଷଣ । ତେଣୁ ସେହି ଧାରାରେ ଏହାର ଉନ୍ନତି ବି ଆମ ସରକାରଙ୍କ ଲକ୍ଷ୍ୟ । କିଛି ସମୟ ପୂର୍ବରୁ ଏହାର ବିକାଶ ପାଇଁ ମଞ୍ଜୁର କରାଯାଇଥିବା ୫୪ ଶହ କୋଟି ଟଙ୍କାର ଅର୍ଥ ବରାଦ କଥା ଚିନ୍ତା କରାଯାଇ ପାରେ । ବିଭିନ୍ନ ପ୍ରକଳ୍ପ ଦ୍ୱାରା ଯୋଗାଯୋଗ, ଗ୍ୟାସ ଆଧାରିତ ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିବ । ମେକ ଇନ ଇଣ୍ଡିଆ ମେକ ଫର ବାର୍ଲଡ ଭାବଧାରାରେ ଏହି ସହର ଆଗାମୀ ଦିନରେ ସମୃଦ୍ଧି ପଥରେ ଯାତ୍ରା କରିବ । ଫଳରେ ଏହି ଜାଗାର ଯୁବବର୍ଗ ଚାକିରି ପାଇ ପାରିବେ ।

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ : ଭେଟି ଦେଲେ 5,400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ

July 18th, 02:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଦୁର୍ଗାପୁରରେ 5,400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି, ଇସ୍ପାତ ସହର ଭାବରେ ଜଣାଶୁଣା ଦୁର୍ଗାପୁର ଭାରତର ଶ୍ରମଶକ୍ତିର ଏକ ପ୍ରମୁଖ କେନ୍ଦ୍ର ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ସେ ଭାରତର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରି କହିଥିଲେ ଯେ, ଆଜି ସେହି ଭୂମିକାକୁ ଆହୁରି ମଜବୁତ କରିବାର ସୁଯୋଗ ଆସିଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳରେ ସଂଯୋଗୀକରଣକୁ ବୃଦ୍ଧି କରିବ ଏବଂ ଗ୍ୟାସ- ଆଧାରିତ ପରିବହନ ଏବଂ ଗ୍ୟାସ - ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ଏବଂ ଏକ ଇସ୍ପାତ ସହର ଭାବରେ ଦୁର୍ଗାପୁରର ପରିଚୟକୁ ସୁଦୃଢ଼ କରିବ । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆହୁରି ମଧ୍ୟ କହିଥିଲେ ଯେ, ଏହି ପ୍ରକଳ୍ପଗୁଡ଼ିକ ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ପଶ୍ଚିମବଙ୍ଗକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏହି ଅଞ୍ଚଳର ଯୁବକମାନଙ୍କ ପାଇଁ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ବିକାଶ ପ୍ରକଳ୍ପଗୁଡ଼ିକ ପାଇଁ ସେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।

The world acknowledges today that India possesses two infinite powers - Demography & Democracy: PM Modi

July 12th, 11:30 am

PM Modi addressed the Rozgar Mela and distributed appointment letters to newly appointed youth. He emphasized them that their common goal is national service, guided by the principle of Citizen First. The PM described the current phase as a Mahayagya of development, a national mission dedicated to poverty eradication and employment generation and called on the country’s youth to take this mission forward.

ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

July 12th, 11:00 am

ପ୍ରଧାନମନ୍ତ୍ରୀ ଭାରତର ଜନସଂଖ୍ୟାଗତ ଏବଂ ଗଣତାନ୍ତ୍ରିକ ଭିତ୍ତିଭୂମିର ଅତୁଳନୀୟ ଶକ୍ତି ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ଏବଂ ସର୍ବବୃହତ ଗଣତନ୍ତ୍ର ସହିତ, ଭାରତରେ ଘରୋଇ ଏବଂ ବିଶ୍ୱ ସ୍ତରରେ ଭବିଷ୍ୟତକୁ ଗଢ଼ିବାର ଅନନ୍ୟ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବିଶାଳ ଯୁବ ବାହିନୀ ଭାରତର ସର୍ବୋତ୍ତମ ସମ୍ପତ୍ତି ଏବଂ ସରକାର ଏହି ପୁଞ୍ଜିକୁ ଦୀର୍ଘକାଳୀନ ସମୃଦ୍ଧିର ଉତ୍ପ୍ରେରକରେ ପରିଣତ କରିବା ପାଇଁ ପ୍ରୟାସରେ ସ୍ଥିର ରହିଛି।

Our government is making the vision of women-led development the axis of development: PM Modi in Bhopal, Madhya Pradesh

May 31st, 11:00 am

PM Modi participated in the Devi Ahilyabai Mahila Sashaktikaran Mahasammelan and launched multiple projects in Bhopal, Madhya Pradesh. Quoting Devi Ahilyabai, he reiterated that true governance means serving the people and improving their lives. Emphasising the government’s commitment to increasing women's participation in policymaking, the PM highlighted the progressive steps taken over the past decade.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଦେଶର ଭୋପାଳ ଠାରେ ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ ମହିଳା ସଶକ୍ତୀକରଣ ମହାସମ୍ମେଳନକୁ ସମ୍ବୋଧିତ କରିଛନ୍ତି

May 31st, 10:27 am

ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମେଳନକୁ ସମ୍ବୋଧିତ କରିଥିଲେ। ସେ ଭୋପାଳରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ 'ମା ଭାରତୀ'ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏବଂ ଭାରତର ମହିଳାମାନଙ୍କ ଶକ୍ତିକୁ ସ୍ୱୀକାର କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଶୀର୍ବାଦ ଦେବାକୁ ଆସିଥିବା ଭଉଣୀ ଏବଂ ଝିଅମାନଙ୍କର ବିଶାଳ ସମାବେଶ ପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ, କହିଥିଲେ ଯେ ସେମାନଙ୍କ ଉପସ୍ଥିତିରେ ସେ ସମ୍ମାନିତ ଅନୁଭବ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଆଜି ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ, 140 କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଏକ ଅବସର ଏବଂ ରାଷ୍ଟ୍ର ନିର୍ମାଣର ସ୍ମାରକୀ ପ୍ରୟାସରେ ଯୋଗଦାନ ଦେବାର ଏକ ମୁହୂର୍ତ୍ତ। ଦେବୀ ଅହିଲ୍ୟାବାଇଙ୍କ ଉଦ୍ଧୃତି ଦେଇ, ସେ ପୁନର୍ବାର କହିଥିଲେ ଯେ, ପ୍ରକୃତ ଶାସନ ଅର୍ଥ ହେଉଛି ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ଜୀବନକୁ ଉନ୍ନତ କରିବା। ସେ ମନ୍ତବ୍ୟ ଦେଇଥିଲେ ଯେ, ଆଜିର କାର୍ଯ୍ୟକ୍ରମ ତାଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ଏବଂ ତାଙ୍କ ଆଦର୍ଶକୁ ଆଗକୁ ବଢ଼ାଏ। ପ୍ରଧାନମନ୍ତ୍ରୀ ଇନ୍ଦୋର ମେଟ୍ରୋର ଶୁଭାରମ୍ଭ ଏବଂ ଦାତିଆ ଏବଂ ସତନା ପାଇଁ ବିମାନ ସଂଯୋଗୀକରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପ୍ରକଳ୍ପଗୁଡ଼ିକ ମଧ୍ୟପ୍ରଦେଶରେ ଭିତ୍ତିଭୂମିକୁ ବୃଦ୍ଧି କରିବ, ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

We are moving towards an India where energy is cheap, clean and easily available: PM Modi in Alipurduar, West Bengal

May 29th, 01:30 pm

PM Modi laid the foundation stone of the City Gas Distribution project in Alipurduar, West Bengal. “As India moves towards becoming a developed nation, Bengal’s participation is both expected and essential”, emphasised the PM, highlighting the Central government's continuous efforts to accelerate infrastructure, innovation, and investment in the region. He praised West Bengal as a major center of India's culture, knowledge, and scientific advancements.

ପଶ୍ଚିମବଙ୍ଗର ଆଲିପୁରଦ୍ୱାରରେ ୧୦୧୦ କୋଟିରୁ ଅଧିକ ମୂଲ୍ୟର ସହରାଞ୍ଚଳ ଗ୍ୟାସ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

May 29th, 01:20 pm

ସହରାଞ୍ଚଳ ଗ୍ୟାସ ଯୋଗାଣ (ସିଜିଡି) ନେଟୱାର୍କକୁ ସମ୍ପ୍ରସାରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଆଲିପୁରଦ୍ୱାରରେ ସିଜିଡି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

୨୪ ଅପ୍ରେଲରେ ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

April 23rd, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ଅପ୍ରେଲରେ ବିହାର ଗସ୍ତ କରିବେ । ସେ ମଧୁବଣୀ ଯାତ୍ରା କରିବେ ଏବଂ ପ୍ରାୟ ୧୧:୪୫ ସମୟରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ସେ ୧୩,୪୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 16th, 10:15 am

୧୦୦ ବର୍ଷ ପୂର୍ବେ ହିନ୍ଦୁସ୍ତାନ ଟାଇମ୍ସକୁ ଉଦଘାଟନକୁ ପୂଜ୍ୟ ବାପୁ କରିଥିଲେ.... ସେମାନେ ଗୁଜୁରାଟୀ ଭାଷୀ ଥିଲେ ଏବଂ ୧୦୦ ବର୍ଷ ପରେ ଆପଣମାନେ ଆଉ ଜଣେ ଗୁଜରାଟୀଙ୍କୁ ଡାକିଛନ୍ତି । ଏହି ଐତିହାସିକ ଯାତ୍ରା ପାଇଁ ମୁଁ ହିନ୍ଦୁସ୍ତାନ ଟାଇମ୍ସକୁ ଅଭିନନ୍ଦନ ଜଣାଉଛି ଏବଂ ଯେଉଁମାନେ ୧୦୦ ବର୍ଷର ଯାତ୍ରାରେ ଏହା ସହିତ ଜଡ଼ିତ ଅଛନ୍ତି, ଯେଉଁମାନେ ନିଜର ଭାତହାଣ୍ଡି ଭାବି କାମ କରିଛନ୍ତି, ସଂଘର୍ଷ କରିଛନ୍ତି, ସଙ୍କଟର ସମ୍ମୁଖୀନ ହୋଇଛନ୍ତି ..., କିନ୍ତୁ ଅଟଳ ରହିଛନ୍ତି । ସେମାନେ ସମସ୍ତେ ଆଜି ଅଭିନନ୍ଦନର ଯୋଗ୍ୟ, ଅଭିନନ୍ଦନର ଯୋଗ୍ୟ। ଆପଣ ସମସ୍ତଙ୍କ ପାଇଁ ୧୦୦ ବର୍ଷର ଯାତ୍ରା ବହୁତ ବଡ ହୋଇଛି । ଆପଣମାନେ ସମସ୍ତେ ଏହି ଅଭିନନ୍ଦନ ପାଇବାକୁ ଯୋଗ୍ୟ ଏବଂ ମୁଁ ଆପଣମାନଙ୍କୁ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା ଜଣାଉଛି । ଯେତେବେଳେ ମୁଁ ଏଠାକୁ ଆସିଥିଲି, ମୁଁ ପରିବାର ସଦସ୍ୟଙ୍କୁ ଭେଟିଥିଲି, କିନ୍ତୁ ମୋତେ ୧୦୦ ବର୍ଷର ଯାତ୍ରାର ଏକ ଚମତ୍କାର ପ୍ରଦର୍ଶନୀ ଦେଖିବାର ସୁଯୋଗ ମିଳିଥିଲା । ମୁଁ ଆପଣମାନଙ୍କୁ ଏହା ମଧ୍ୟ କହିବି ଯେ ଯଦି ସମୟ ଅଛି, ତେବେ ସେଠାରେ କିଛି ସମୟ ବିତାନ୍ତୁ । ଏହା କେବଳ ଏକ ପ୍ରଦର୍ଶନୀ ନୁହେଁ, ମୁଁ କହୁଛି ଏହା ଏକ ଅନୁଭୂତି । ଏମିତି ଲାଗୁଥିଲା ଯେମିତି ୧୦୦ ବର୍ଷର ଇତିହାସ ଆମ ଆଖି ସାମ୍ନାରେ ବିତିଗଲା । ମୁଁ ସେହି ଦିନର ଖବରକାଗଜ ଦେଖିଲି ଯାହା ଦେଶ ସ୍ୱାଧୀନ ହେବା ଏବଂ ସମ୍ବିଧାନ ଗ୍ରହଣ ହେବା ଦିନ ଛପା ଯାଇଥିଲା । ବହୁତ ବଡ ବଡ ଲେଖକ, ମହାନୁଭବ ହିନ୍ଦୁସ୍ତାନ ଟାଇମ୍ସ ପାଇଁ ଲେଖୁଥିଲେ। ମାର୍ଟିନ ଲୁଥର କିଙ୍ଗ, ନେତାଜୀ ସୁଭାଷ ବାବୁ, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଡ. ଏମ୍.ଏସ୍ ସ୍ଵାମୀନାଥନ ଲେଖା ଆପଣଙ୍କ ଖବରକାଗଜକୁ ଉଜ୍ଜ୍ୱଳ କରିଛି । ପ୍ରକୃତରେ ଏକ ଲମ୍ବା ଯାତ୍ରା ପରେ ଆମେ ଏହି ସ୍ଥାନରେ ପହଞ୍ଚି ପାରିଛୁ । ସ୍ୱାଧୀନତା ପାଇଁ ଲଢ଼େଇ ଠାରୁ ଆରମ୍ଭ କରି ସ୍ୱାଧୀନତା ପରେ ଆଶାର ଅଥଳ ତଳବିହୀନ ସମୁଦ୍ରର ଚଢ଼ିବା ପର୍ଯ୍ୟନ୍ତ ଆମେ ଆଗକୁ ବଢ଼ିଛୁ। ଏହି ଯାତ୍ରା ନିଜେ ହିଁ ଅଭୂତପୂର୍ବ ଏବଂ ଏହା ଆଶ୍ଚର୍ଯ୍ୟଜନକ । ଅକ୍ଟୋବର ୧୯୪୭ରେ କଶ୍ମୀର ର ମିଶ୍ରଣ ପରେ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଯେଉଁ ଉତ୍ସାହ ଥିଲା ତାହା ମୁଁ ଆପଣଙ୍କ ଖବରକାଗଜ ରିପୋର୍ଟରେ ଅନୁଭବ କଲି | କିନ୍ତୁ ସେହି ମୁହୂର୍ତ୍ତରେ ମୁଁ ଏହା ମଧ୍ୟ ଅନୁଭବ କରିଥିଲି ଯେ କିପରି ୭ ଦଶନ୍ଧି ଧରି କାଶ୍ମୀରରେ ଅନିଶ୍ଚିତତା ପରିସ୍ଥିତି ହିଂସାରେ ଘେରି ରହିଥିଲା। ଆଜି ଆପଣଙ୍କ ଖବରକାଗଜ ଜମ୍ମୁ-କଶ୍ମୀରରେ ରେକର୍ଡ ଭୋଟିଂ ଭଳି ଖବର ପ୍ରକାଶ କରୁଛି, ଏହା ବିପରୀତ। ଗୋଟିଏ ପ୍ରକାରରେ ପ୍ରତ୍ୟେକ ଖବରକାଗଜକୁ ଏକ ପ୍ରକାର ଦେଖାଯିବ, ଆପଣଙ୍କ ଆଖି ସେଠାରେ ସ୍ଥିର ହୋଇଯିବ । ଗୋଟିଏ ପଟେ ଆସାମକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ଖବର ଆସିଥିବା ବେଳେ ଅନ୍ୟପଟେ ଅଟଳଜୀ ବିଜେପିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଖବର ସାମ୍ନାକୁ ଆସିଥିଲା । ଆଉ କେତେ ଖୁସିର କଥା ଯେ ବିଜେପି ଆଜି ଆସାମରେ ସ୍ଥାୟୀ ଶାନ୍ତି ଆଣିବାରେ ବଡ଼ ଭୂମିକା ଗ୍ରହଣ କରୁଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ 2024କୁ ସମ୍ବୋଧିତ କରିଛନ୍ତି

November 16th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିନ୍ଦୁସ୍ତାନ ଟାଇମ୍ସକୁ ମହାତ୍ମା ଗାନ୍ଧୀ ୧୦୦ ବର୍ଷ ପୂର୍ବେ ଉଦଘାଟନ କରିଥିଲେ ଏବଂ ହିନ୍ଦୁସ୍ତାନ ଟାଇମ୍ସ (ଏଚ୍ ଟି)ର ୧୦୦ ବର୍ଷର ଐତିହାସିକ ଯାତ୍ରା ଏବଂ ଏହାର ଉଦଘାଟନ ପରଠାରୁ ଏହା ସହ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭବିଷ୍ୟତର କାର୍ଯ୍ୟପନ୍ଥା ପାଇଁ ସେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାର୍ଯ୍ୟକ୍ରମ ସ୍ଥଳରେ ଏଚ୍ ଟିର ପ୍ରଦର୍ଶନୀ ପରିଦର୍ଶନ କରିବା ପରେ ଶ୍ରୀ ମୋଦୀ କହିଥିଲେ ଯେ ଏହା ଏକ ଅନନ୍ୟ ଅନୁଭୂତି ଏବଂ ଏହା ପରିଦର୍ଶନ କରିବାକୁ ସମସ୍ତ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସେହି ସମୟର ପୁରୁଣା ଖବରକାଗଜ ଦେଖିଛନ୍ତି ଯେତେବେଳେ ଭାରତ ସ୍ୱାଧୀନ ହୋଇଥିଲା ଏବଂ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ମାର୍ଟିନ ଲୁଥର କିଙ୍ଗ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଡକ୍ଟର ଏମ୍, ଏସ୍. ସ୍ୱାମୀନାଥନଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ହିନ୍ଦୁସ୍ତାନ ଟାଇମ୍ସ ପାଇଁ ନିବନ୍ଧ ଲେଖିଥିଲେ ବୋଲି ଶ୍ରୀ ମୋଦୀ ସ୍ୱୀକାର କରିଥିଲେ ।

ଆମେରିକାର ନ୍ୟୁୟର୍କରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 22nd, 10:00 pm

ନମସ୍କାର ଆମେରିକା ! ବର୍ତ୍ତମାନ ମୋର ‘ନମସ୍ତେ’ ମଧ୍ୟ ବିଶ୍ୱସ୍ତରୀୟ ହୋଇଯାଇଛି, ସ୍ଥାନୀୟ ଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ପରିଣତ ହୋଇଯାଇଛି, ଏବଂ ଏସବୁ ଆପଣମାନେ କରିଛନ୍ତି । ଭାରତକୁ ନିଜ ହୃଦୟରେ ସ୍ଥାନ ଦେଇଥିବା ପ୍ରତ୍ୟେକ ଭାରତୀୟ ଏହା କରିଛନ୍ତି।

ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ

September 22nd, 09:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କର ଲଙ୍ଗ ଆଇଲ୍ୟାଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ବିଶାଳ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ।

Workers of all family-run parties in country are at peak of despair: PM Modi in Kendrapara, Odisha

May 29th, 01:45 pm

Addressing his final rally for the 2024 elections in Odisha, PM Modi addressed a massive gathering in Kendrapara, highlighting the transformative journey ahead for the state. PM Modi expressed his confidence in ushering in a new era of development in Odisha post-June 4th. He said, On June 10th, Odisha will witness the historic oath-taking of the first BJP Chief Minister, who will be a son or daughter of Odisha. He stressed the need for a double-engine government to accelerate Odisha's growth, mirroring the national endorsement of a strong BJP-led government for the third consecutive term.

You trusted BJD for 25 years, but it broke your trust at every step: PM Modi in Mayurbhanj, Odisha

May 29th, 01:30 pm

Prime Minister Narendra Modi addressed an enthusiastic public meeting in Mayurbhanj, Odisha with a vision of unprecedented development and transformation for the state and the country. PM Modi emphasized the achievements of the last decade under his leadership and laid out ambitious plans for the next five years, promising continued progress and prosperity for all Indians.