ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା

June 28th, 08:24 pm

ଆପଣ ଆଜି ମାତୃଭୂମିରୁ, ଭାରତ ଭୂମିରୁ, ସମସ୍ତଙ୍କଠାରୁ ବହୁତ ଦୂରରେ ଅଛନ୍ତି। କିନ୍ତୁ ଭାରତବାସୀଙ୍କ ହୃଦୟର ସବୁଠୁ ପାଖରେ ଅଛନ୍ତି। ଆପଣଙ୍କ ନାଁରେ ବି ଶୁଭ ଅଛି ଓ ଆପଣଙ୍କ ଯାତ୍ରା ବି ହେଉଛି ନୂଆ ଯୁଗର ଶୁଭାରମ୍ଭ। ଏବେ ଆମେ ଦୁଇ ଜଣ କଥାବାର୍ତ୍ତା ହେଉଛୁ, କିନ୍ତୁ ମୋ ସହିତ ୧୪୦ କୋଟି ଭାରତବାସୀଙ୍କ ଭାବପ୍ରବଣତା ଅଛି। ମୋ ସ୍ୱରରେ ସମସ୍ତ ଭାରତୀୟଙ୍କ ଉତ୍ସାହ ଓ ଉଲ୍ଲାସ ସାମିଲ ଅଛି। ମହାକାଶରେ ଭାରତର ପତାକା ଉଡ଼ାଇ ଥିବାରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଦେଉଛି। ମୁଁ ଅଧିକ ସମୟ ନେଉ ନାହିଁ, ସର୍ବପ୍ରଥମେ ଆପଣ କୁହନ୍ତି, ସେଠାରେ ସବୁ କୁଶଳ ମଙ୍ଗଳ ଅଛି ତ? ଆପଣଙ୍କ ଦେହ ଠିକ୍ ଅଛି?

ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ଗ୍ରୁପ୍‍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ମତ ବିନିୟମ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 28th, 08:22 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ତଥା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ଶୁଭାଂଶୁ ଶୁକ୍ଳା ବର୍ତ୍ତମାନ ଭାରତୀୟ ମାତୃଭୂମିଠାରୁ ସବୁଠାରୁ ଦୂରରେ ଅଛନ୍ତି, ତଥାପି ସେ ସମସ୍ତ ଭାରତୀୟଙ୍କ ହୃଦୟର ଅତି ନିକଟତର ଅଟନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଶୁଭାଂଶୁଙ୍କ ନାମ ହିଁ ଶୁଭତା ବହନ କରେ, ଏବଂ ତାଙ୍କ ଯାତ୍ରା ଏକ ନୂତନ ଯୁଗର ଆରମ୍ଭକୁ ଚିହ୍ନିତ କରେ । ଶ୍ରୀ ମୋଦୀ କହିଥିଲେ ଯେ ଯେତେବେଳେ ଏହା ଦୁଇ ଜଣଙ୍କ ମଧ୍ୟରେ ବାର୍ତ୍ତାଳାପ ଥିଲା, ସେତେବେଳେ ଏହା ୧୪୦ କୋଟି ଭାରତୀୟଙ୍କ ଭାବନା ଏବଂ ଉତ୍ସାହକୁ ପ୍ରତିଫଳିତ କରିଥିଲା। ସେ କହିଛନ୍ତି ଯେ ଶୁଭାଂଶୁଙ୍କ ସହ କଥାବାର୍ତ୍ତା କରୁଥିବା ସ୍ୱର ସମଗ୍ର ଦେଶର ସାମୂହିକ ଉତ୍ସାହ ଏବଂ ଗର୍ବ ବହନ କରିଥିଲା ଏବଂ ମହାକାଶରେ ଭାରତର ପତାକା ଉତ୍ତୋଳନ କରିଥିବାରୁ ଶୁଭାଂଶୁଙ୍କୁ ତାଙ୍କର ହୃଦୟରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ ଶୁଭାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ମହାକାଶ ଷ୍ଟେସନରେ ସବୁକିଛି ଠିକ୍ ଅଛି କି ବୋଲି ପଚାରି ବୁଝିଥିଲେ।

ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ- ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଉଦ୍ୟୋଗ ମୁଖ୍ୟଙ୍କ ପ୍ରଶଂସା

October 15th, 02:23 pm

ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆଜି ଅନୁଷ୍ଠିତ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ - ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ (ITU-WTSA) ୨୦୨୪ରେ ଇଣ୍ଡିଆ ମୋବାଇଲ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ଜାତିସଂଘର ଏକ ସଂସ୍ଥା ଏବଂ ଏହାର ମାନକୀକରଣ କାର୍ଯ୍ୟ ପାଇଁ ଡବ୍ଲୁଟିଏସଏ ପ୍ରଶାସନିକ ସଭା ଭାବେ କାର୍ଯ୍ୟ କରେ । ଏହା ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଥର ପାଇଁ ଭାରତ ଏବଂ ଏସିଆ-ପ୍ରଶାନ୍ତ ମହାସାଗରରେ ITU-WTSA ଅନୁଷ୍ଠିତ ହେଉଛି । ଟେଲିକମ୍‌, ଡିଜିଟାଲ ଏବଂ ଆଇସିଟି କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ୧୯୦ରୁ ଅଧିକ ଦେଶର ୩୦୦୦ ରୁ ଅଧିକ ଉଦ୍ୟୋଗ ମୁଖ୍ୟ, ନୀତି ନିର୍ମାତା ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ଏକାଠି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ।