ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
June 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ଆପଣମାନେ ଏବେ ଯୋଗର ଶକ୍ତି ଏବଂ ‘ଆନ୍ତର୍ଜାତିକ ଯୋଗଦିବସ’ର ସ୍ମୃତିରେ ପରିପୂର୍ଣ୍ଣ ଥିବ । ଏଥର ମଧ୍ୟ ଜୁନ୍ ୨୧ ତାରିଖ ଦିନ ଦେଶ-ଦୁନିଆର କୋଟି କୋଟି ଲୋକେ ‘ଆନ୍ତର୍ଜାତିକ ଯୋଗ ଦିବସ’ରେ ଅଂଶଗ୍ରହଣ କଲେ । ଆପଣମାନଙ୍କର ମନେଥିବ, ୧୦ ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ୧୦ ବର୍ଷରେ ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଏହା ଏ ଦିଗକୁ ମଧ୍ୟ ସଂକେତ କରୁଛି କି ଅଧିକରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଉଛନ୍ତି । ଆମେମାନେ ଏଥର ମଧ୍ୟ ଯୋଗ ଦିବସର ଅନେକ ଚିତ୍ତାକର୍ଷକ ଛବି ଦେଖିଛୁ । ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ଯୋଗାଭ୍ୟାସ କଲେ । ବିଶାଖାପାଟନମଠାରୁ ହିଁ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ଦୁଇ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାର କଲେ । ଚିନ୍ତା କରନ୍ତୁ ତ, କେତେ ଶୃଙ୍ଖଳା, କେତେ ସମର୍ପଣ ଭାବ ରହିଥିବ ତାଙ୍କର । ଆମର ନୌବାହିନୀର ଜାହାଜ ଉପରେ ମଧ୍ୟ ଯୋଗର ଭବ୍ୟ ଦୃଶ୍ୟମାନ ଦେଖିବାକୁ ମିଳିଲା । ତେଲଙ୍ଗାନାରେ ୩ ହଜାର ଦିବ୍ୟାଙ୍ଗ ସାଥୀମାନେ ଏକସଙ୍ଗେ ଯୋଗ ଶିବିରରେ ଅଂଶଗ୍ରହଣ କଲେ । ସେମାନେ ଦେଖାଇଦେଲେ ଯେ ଯୋଗ କେଉଁଭଳି ଭାବରେ ସଶକ୍ତିକରଣର ମଧ୍ୟ ଗୋଟିଏ ମାଧ୍ୟମ । ଦିଲ୍ଲୀର ଜନସାଧାରଣ ଯୋଗକୁ ସ୍ୱଚ୍ଛ ଯମୁନା ସଂକଳ୍ପ ସହ ସଂଯୁକ୍ତ କଲେ ଏବଂ ଯମୁନା କୂଳରେ ଯାଇ ଯୋଗାଭ୍ୟାସ କଲେ । ଜମ୍ମୁ କାଶ୍ମୀରରେ ଚେନ୍ନାବ ପୋଲ ଯାହା ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ରେଳପୋଲ, ସେଠାରେ ମଧ୍ୟ ଲୋକେ ଯୋଗାଭ୍ୟାସ କଲେ । ହିମାଳୟର ବରଫାବୃତ ଶିଖର ଏବଂ ITBPର ଯବାନ, ସେଠାରେ ମଧ୍ୟ ଯୋଗାଭ୍ୟାସ ଦେଖିବାକୁ ମିଳିଲା, ସାହାସ ଏବଂ ସାଧନା ଏକାଠି ଦେଖିବାକୁ ମିଳିଲା । ଗୁଜୁରାଟର ଜନସାଧାରଣ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କଲେ । ୱଡନଗରରେ ୨୧୨୧ (ଦୁଇହଜାର ଶହେ ଏକୋଇଶ) ଜଣ ଏକସଙ୍ଗେ ଭୁଜଙ୍ଗାସନ କଲେ ଏବଂ ନୂତନ ରେକର୍ଡ ସୃଷ୍ଟି କଲେ । ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ବିଶ୍ୱର ପ୍ରତ୍ୟେକ ବଡ଼ ସହରରୁ ଯୋଗର ଛବି ଆସିଲା ଏବଂ ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ । ଏଥରର ଥିମ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଥିଲା, ‘Yoga for One Earth, One Health’, ଅର୍ଥାତ୍, ‘ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଦିଗ ଯାହା ଆମକୁ ‘ବସୁଧୈବ କୁଟୁମ୍ବକମ୍’ର ଅନୁଭୂତି ପ୍ରଦାନ କରୁଛି । ଏଥରର ଯୋଗ ଦିବସର ଭବ୍ୟତା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଯୋଗକୁ ଆପଣାଇବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ ।ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
June 27th, 09:13 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 20th, 04:16 pm
ଓଡ଼ିଶାର ରାଜ୍ୟପାଳ ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଜୀ, ପ୍ରଭାତୀ ପରିଡା ଜୀ, ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ତଥା ଓଡ଼ିଶାର ମୋର ସମସ୍ତ ଭାଇ ଓ ଭଉଣୀମାନେ!ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 20th, 04:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିଛନ୍ତି। ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥର କେତେକ ଖଣ୍ଡ ଏବଂ ଏକ ନୂତନ ରେଳ ଲାଇନ ସମେତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ।India must not only fulfill its own needs but also emerge as a global food supplier: PM Modi
May 29th, 06:45 pm
The Prime Minister Shri Narendra Modi addressed the Viksit Krishi Sankalp Abhiyan via video conferencing today. Delivering his remarks on the occasion, he remarked that the launch of the Viksit Krishi Sankalp Abhiyan as a significant initiative for farmers and an unique effort to support agricultural development.ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 29th, 06:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରି ସେ କହିଥିଲେ ଯେ କୃଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ କୃଷି ବିକାଶକୁ ସହାୟତା କରିବା ଲାଗି ଏକ ଅନନ୍ୟ ପ୍ରୟାସ ଭାବେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମୌସୁମୀ ଋତୁ ପାଖେଇ ଆସୁଥିବା ବେଳେ ଏବଂ ଖରିଫ ଋତୁ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ସହିତ ଆଗାମୀ ୧୨ ରୁ ୧୫ ଦିନ ମଧ୍ୟରେ ବୈଜ୍ଞାନିକ, ବିଶେଷଜ୍ଞ, ଅଧିକାରୀ ଏବଂ ପ୍ରଗତିଶୀଳ କୃଷକମାନଙ୍କୁ ନେଇ ଗଠିତ ୨୦୦୦ ଦଳ ୭୦୦ ରୁ ଅଧିକ ଜିଲ୍ଲାରେ ଯାତ୍ରା କରିବେ ଏବଂ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ କୃଷକଙ୍କ ନିକଟରେ ପହଞ୍ଚିବେ। ଭାରତର କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ଉତ୍ସର୍ଗୀକୃତତାକୁ ସ୍ୱୀକାର କରି ସେହି ସମସ୍ତ କୃଷକ ଏବଂ ଏହି ଦଳର ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 09th, 10:15 am
ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 09th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।ବିଭିନ୍ନ ରେଳ ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 06th, 01:00 pm
ତେଲେଙ୍ଗାନାର ରାଜ୍ୟପାଳ ଶ୍ରୀ ଜିଷ୍ଣୁ ଦେବ ବର୍ମାଜୀ, ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରି ବାବୁ ଜୀ, ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଜୀ, ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା ଜୀ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଶ୍ରୀ ରେବନ୍ତ ରେଡ୍ଡୀ ଜୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଜି କିଶନ ରେଡ୍ଡୀ ଜୀ, ଜିତେନ୍ଦ୍ର ସିଂହ ଜୀ, ଭି ସୋମୈୟା ଜୀ, ରବନୀତ ସିଂ ବିଟ୍ଟୁ ଜୀ, ବନ୍ଦୀ ସଞ୍ଜୟ କୁମାର ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ, ବିଧାୟକଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ ।ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 06th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନୂତନ ଜାମ୍ମୁ ରେଳ ଡିଭିଜନର ଉଦଘାଟନ କରିଥିଲେ। ସେ ପୂର୍ବତଟ ରେଳବାଇର ରାୟଗଡ଼ା ରେଳ ଡିଭିଜନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ତେଲଙ୍ଗାନାରେ ଚାରଲାପଲ୍ଲୀ ନୂତନ ଟର୍ମିନାଲ ଷ୍ଟେସନର ଉଦଘାଟନ କରିଥିଲେ।ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 24th, 08:48 pm
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଓଡ଼ିଆ ସମାଜ ଅନୁଷ୍ଠାନର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଜୀ, ଓଡ଼ିଆ ସମାଜର ଅନ୍ୟ କର୍ମକର୍ତ୍ତା, ଓଡିଶାର ସମସ୍ତ କଳାକାର, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିଗଣ ।‘ଓଡ଼ିଶା ପର୍ବ ୨୦୨୪’ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 24th, 08:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓଡ଼ିଶାର ସମସ୍ତ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ କରାଯିବା ସମ୍ପର୍କରେ ଉଲ୍ଲେଖ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ ଏବଂ ଓଡ଼ିଆ ଭାଗବତର ଲେଖକ ଶ୍ରୀଜଗନ୍ନାଥ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଓଡିଶାର ଭୁବନେଶ୍ୱରଠାରେବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 17th, 12:26 pm
ଓଡିଶାର ରାଜ୍ୟପାଳ ରଘୁବର ଦାସଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୀ , କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅନ୍ନପୂର୍ଣ୍ଣା ଦେବୀ ଜୀ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଜୀ, ଶ୍ରୀମତୀ ପ୍ରଭାତୀ ପରିଡ଼ା ଜୀ, ସାଂସଦଗଣ, ବିଧାୟକ, ଦେଶର କୋଣ ଅନୁକୋଣରୁ ଆଜି ଆମ ସହ ଜଡ଼ିତ ଯୋଡି ହୋଇଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂଓଡିଶର ମୋର ଭାଇ ଓ ଭଉଣୀମାନେଭୁବନେଶ୍ୱରରେ ସର୍ବବୃହତ ମହିଳା କେନ୍ଦ୍ରିତ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 17th, 12:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ପ୍ରମୁଖ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କରିଛନ୍ତି । ଏହା ସର୍ବବୃହତ୍, ଏକକ ମହିଳା କେନ୍ଦ୍ରୀତ ଯୋଜନା ଏବଂ ଏଥିରେ ୧ କୋଟିରୁ ଅଧିକ ମହିଳା ସାମିଲ ହେବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ୧୦ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ହସ୍ତାନ୍ତରର ଶୁଭାରମ୍ଭ କରିଛନ୍ତି । ଶ୍ରୀ ମୋଦୀ ୨୮୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ସହ ୧୦୦୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ପାଖାପାଖି ୧୪ଟି ରାଜ୍ୟର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ଗୃହ ନିର୍ମାଣ ସହାୟତାର ପ୍ରଥମ କିସ୍ତି ଜାରି କରିଥିଲେ। ସେ ଦେଶବ୍ୟାପୀ ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ)ର ୨୬ ଲକ୍ଷ ହିତାଧିକାରୀଙ୍କ ପାଇଁ ଗୃହ ପ୍ରବେଶ ଉତ୍ସବରେ ଅଂଶଗ୍ରହଣ କରିଥିଲେ ଏବଂ ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ) ହିତାଧିକାରୀଙ୍କୁ ଗୃହ ଚାବି ହସ୍ତାନ୍ତର କରିଥିଲେ । ଏହାବ୍ୟତୀତ, ସେ ପିଏମଏୱାଇ-ଜି ପାଇଁ ଅତିରିକ୍ତ ପରିବାରର ସର୍ଭେ ପାଇଁ ଆବାସ + ୨୦୨୪ ଆପ୍ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା - ସହରାଞ୍ଚଳ (ପିଏମଏୱାଇ-ୟୁ) ୨.୦ର କାର୍ଯ୍ୟକାରିତା ନିର୍ଦ୍ଦେଶାବଳୀର ଉନ୍ମୋଚନ କରିଥିଲେ ।ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ଆସ୍ଥା ପ୍ରକଟ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
June 30th, 11:00 am
ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।People of 'rich' Odisha remained poor due to Congress and BJD: PM Modi in Berhampur
May 06th, 09:41 pm
Prime Minister Narendra Modi today addressed a mega public meeting in Odisha’s Berhampur. Addressing a huge gathering, the PM said, “Today, our Ram Lalla is enshrined in the magnificent Ram Temple. This is the wonder of your one vote... which has ended a 500-year wait. I congratulate all the people of Odisha.PM Modi addresses public meetings in Odisha’s Berhampur and Nabarangpur
May 06th, 10:15 am
Prime Minister Narendra Modi today addressed two mega public meetings in Odisha’s Berhampur and Nabarangpur. Addressing a huge gathering, the PM said, “Today, our Ram Lalla is enshrined in the magnificent Ram Temple. This is the wonder of your one vote... which has ended a 500-year wait. I congratulate all the people of Odisha.ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ମହିଳାମାନେ ପ୍ରମୁଖ ଅଂଶୀଦାର ଅଟନ୍ତି
November 30th, 01:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ପ୍ରଧାନମନ୍ତ୍ରୀ ମହିଳା କିଶାନ ଡ୍ରୋନ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଓଘରର ଏମ୍ସ ଠାରେ ୧୦,୦୦୦ ତମ ଜନ ଔଷଧି କେନ୍ଦ୍ରକୁ ଉତ୍ସର୍ଗ କରିଥିଲେ ।ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ମହିଳାମାନେ ପ୍ରମୁଖ ଅଂଶୀଦାର ଅଟନ୍ତି
November 30th, 01:26 pm
ଏଥିସହ ଦେଶରେ ଜନ ଔଷଧି କେନ୍ଦ୍ର ଗୁଡିକର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବାକୁ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମହିଳା ଏସ୍ଏଚ୍ଜି ମାନଙ୍କୁ ଡ୍ରୋନ୍ ଯୋଗାଇବା ପାଇଁ ଏବଂ ଜନ ଔଷଧି କେନ୍ଦ୍ରର ସଂଖ୍ୟାକୁ ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଏହି ପ୍ରତିଶ୍ରୁତି ଗୁଡ଼ିକର ପୂରଣର ପ୍ରତୀକ ଅଟେ ।‘ଜୟ ଜଗନ୍ନାଥ’ କହି ହିତାଧିକାରୀ ଚାଷୀଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ
November 30th, 01:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେ ମଧ୍ୟ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ ଠାରେ ୧୦,୦୦୦ତମ ଜନ ଔଷଧି କେନ୍ଦ୍ରକୁ ଲୋକାର୍ପଣ କରିଥିଲେ । ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ଏକ କାର୍ଯ୍ୟକ୍ରମକୁ ଶ୍ରୀ ମୋଦୀ ଶୁଭାରମ୍ଭ କରିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧି କେନ୍ଦ୍ରସଂଖ୍ୟା ୧୦,୦୦୦ରୁ ୨୫,୦୦୦କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି।