Prime Minister Condoles the Demise of Shri Shivraj Patil

December 12th, 10:26 am

Prime Minister Shri Narendra Modi today condoled the passing of Shri Shivraj Patil, describing him as an experienced leader who devoted his life to public service.

ଲୋକସଭାରେ ଗୃହମନ୍ତ୍ରୀଙ୍କ ଅଭିଭାଷଣକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

December 10th, 10:54 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉଲ୍ଲେଖନୀୟ ଅଭିଭାଷଣକୁ ପ୍ରଶଂସା କରିଛନ୍ତି।

ବନ୍ଦେ ମାତରମର ଦେଢ ଶହ ବର୍ଷ ପୂର୍ତି ଉପଲକ୍ଷେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 08th, 12:30 pm

ମୁଁ ଆପଣଙ୍କୁ ଓ ଗୃହର ସବୁ ମାନନୀୟ ସଦସ୍ୟଙ୍କୁ ଏହି ଅବସରରେ ଏକ ସାମୂହିକ ଚର୍ଚ୍ଚାର ମାହୋଲ ସୃଷ୍ଟି କରିଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଯେଉଁ ମନ୍ତ୍ର ଓ ଯେଉଁ ଜୟଘୋଷ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଊର୍ଜ୍ଜା ଓ ପ୍ରେରଣା ଦେଇଥିଲା, ତ୍ୟାଗ ଓ ତପସ୍ୟାର ମାର୍ଗ ଦେଖାଇଥିଲା, ସେହି ବନ୍ଦେ ମାତରମର ପୁଣ୍ୟ ସ୍ମରଣ କରିବା, ଏହି ପବିତ୍ର ଗୃହରେ ଆମ ସମସ୍ତଙ୍କ ଲାଗି ବହୁତ ବଡ ସୌଭାଗ୍ୟ । ଆଉ ଆମ ସମସ୍ତଙ୍କ ଲାଗି ଗର୍ବର କଥା ଯେ, ବନ୍ଦେ ମାତରମର ଦେଢ ଶହ ବର୍ଷ ନିମିତ ଏହି ଐତିହାସିକ ଅବସରରେ ଆମେ ସାକ୍ଷୀ ପ୍ରସ୍ତୁତ କରୁଛୁ । ଏହା ଏପରି ଏକ କାଳଖଣ୍ଡ ଯାହା ଆମ ଇତିହାସର ଅଗଣିତ ଘଟଣାବଳୀକୁ ଆଗକୁ ନେଇ ଆସୁଛି । ଏହି ଚର୍ଚ୍ଚା ସଂସଦର ପ୍ରତିବଦ୍ଧତାକୁ ପ୍ରକଟ କରୁଛି । ଯଦି ଆମେ ମିଳିମିଶି ଏହାର ସଦୁପଯୋଗ କରନ୍ତି ତେବେ ଆସୁଥିବା ପିଢି ଲାଗି, ପ୍ରତି ପିଢି ଲାଗି ଏହା ଶିକ୍ଷାର କାରଣ ହୋଇପାରିବ ।

"ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

December 08th, 12:00 pm

ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଏପରି ଏକ ସମୟ ଯେତେବେଳେ ଇତିହାସର ଅନେକ ପ୍ରେରଣାଦାୟକ ଅଧ୍ୟାୟ ପୁନର୍ବାର ଜୀବିତ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ଦେଶ ସମ୍ପ୍ରତି ସମ୍ବିଧାନର ୭୫ ବର୍ଷକୁ ଗର୍ବର ସହିତ ପାଳନ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ, ଦେଶ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ମଧ୍ୟ ପାଳନ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ପ୍ରତି ଦେଶ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ସହିଦ ଦିବସ ପାଳନ କରିଛି।

ଅପରେସନ ସିନ୍ଦୂର ନେଇ ଲୋକସଭାରେ ସ୍ୱତନ୍ତ୍ର ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

July 29th, 05:32 pm

ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଯେତେ ବେଳେ ମୁଁ ମିଡିଆ ବନ୍ଧୁମାନଙ୍କ ସହ କଥା ହେଉଥିଲି ସେତେବେଳେ ସାଂସଦମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ କଥା କହିଥିଲି । ତାହା ହେଲା ଏହା ହେଉଛି ଏମିତି ଏକ ସ୍ୱତନ୍ତ୍ର ଅଧିବେଶନ ଯେଉଁଠି ଭାରତର ବିଜୟୋତ୍ସବ ପାଳିତ ହେଉଛି । ଯେଉଁଠି ଭାରତର ଗୌରବ ଗାନ ହେଉଛି ।

ଅପରେସନ ସିନ୍ଦୂର ଉପରେ ଏକ ସ୍ୱତନ୍ତ୍ର ବିତର୍କ ସମୟରେ ଲୋକସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

July 29th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଶକ୍ତିଶାଳୀ, ସଫଳ ଏବଂ ନିର୍ଣ୍ଣାୟକ ‘ଅପରେସନ୍ ସିନ୍ଦୂର’ ଉପରେ ଏକ ବିଶେଷ ଆଲୋଚନା ସମୟରେ ସମ୍ବୋଧନ କରିଥିଲେ। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅଧିବେଶନର ଆରମ୍ଭରେ ଗଣମାଧ୍ୟମ ସହ ନିଜର ଆଲୋଚନାକୁ ସ୍ମରଣ କରି କହିଥିଲେ ଯେ ସେ ସମସ୍ତ ମାନ୍ୟବର ସାଂସଦମାନଙ୍କୁ ଏହି ଅଧିବେଶନକୁ ଭାରତର ବିଜୟର ଉତ୍ସବ ଏବଂ ଭାରତର ଗୌରବର ଶ୍ରଦ୍ଧାଞ୍ଜଳି ଭାବେ ପାଳନ କରିବାକୁ ନିବେଦନ କରିଥିଲେ।

Monsoon Session is a symbol of India’s rising stature, and democratic strength: PM Modi

July 21st, 10:30 am

PM Modi has addressed the media during the commencement of the Monsoon Session of Parliament. In his remarks, he touched upon the horrific Pahalgam massacre and lauded the unified voice of India’s political leadership in exposing Pakistan’s role. The PM also noted the global recognition of Digital India, particularly UPI. He affirmed that Naxalism and Maoism are on the decline and also hailed the success of Operation Sindoor.

ମୌସୁମୀ ଅଧିବେଶନ ୨୦୨୫ର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି

July 21st, 09:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୌସୁମୀ ଅଧିବେଶନ ୨୦୨୫ ଆରମ୍ଭ ହେବା ପୂର୍ବରୁ ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ମୌସୁମୀ ଅଧିବେଶନକୁ ସମସ୍ତଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୌସୁମୀ ନବସୃଜନ ଏବଂ ନବୀକରଣର ପ୍ରତୀକ। ସେ ଏହା ମଧ୍ୟ କହିଥିଲେ ଯେ ସାରା ଦେଶରେ ବର୍ତ୍ତମାନର ପାଣିପାଗ ପରିସ୍ଥିତି ଅନୁକୂଳ ହେଉଛି ଯାହା କୃଷି ପାଇଁ ସମାନ ଭାବରେ ଲାଭଦାୟକ। ସେ କହିଥିଲେ ଯେ ବୃଷ୍ଟିପାତ କେବଳ ଗ୍ରାମୀଣ ଅର୍ଥନୀତି ଏବଂ ଦେଶର ସାମଗ୍ରିକ ଅର୍ଥନୈତିକ ଗଠନରେ ନୁହେଁ ବରଂ ପ୍ରତ୍ୟେକ ପରିବାରର ଆର୍ଥିକ କଲ୍ୟାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଶ୍ରୀ ମୋଦୀ କହିଛନ୍ତି ଯେ ବର୍ତ୍ତମାନର ସୂଚନା ଆଧାରରେ, ଗତ ଦଶ ବର୍ଷ ତୁଳନାରେ ଚଳିତ ବର୍ଷ ଜଳଭଣ୍ଡାରର ସ୍ତର ତିନି ଗୁଣ ବୃଦ୍ଧି ପାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବୃଦ୍ଧି ଆଗାମୀ ଦିନରେ ଭାରତର ଅର୍ଥନୀତିକୁ ଯଥେଷ୍ଟ ଲାଭ ଦେବ।

ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଏବଂ ବିହାରର ମଧୁବନିରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ

April 24th, 12:00 pm

ମୁଁ ମୋର ଭାଷଣ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହେଁ, ଆପଣମାନେ ଯେଉଁଠି ବି ଅଛନ୍ତି, ସେହିଠାରେ ଆପଣଙ୍କ ସ୍ଥାନରେ ବସନ୍ତୁ, ଠିଆ ହେବାର ଆବଶ୍ୟକତା ନାହିଁ, ଆମେ ୨୨ ତାରିଖରେ ଯେଉଁ ପରିବାରବର୍ଗଙ୍କୁ ହରାଇଛୁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଛି ସମୟ ନିଜ ସ୍ଥାନରେ ବସିରହି ନିରବତା ଅବଲମ୍ବନ କରି, ନିଜ ନିଜ ଦେବତାଙ୍କୁ ସ୍ମରଣ କରି ସେ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା। ଏହା ପରେ ମୁଁ ଆଜି ମୋର ଭାଷଣ ଆରମ୍ଭ କରିବି।

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ବିହାରର ମଧୁବନିଠାରେ ୧୩,୪୮୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 24th, 11:50 am

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମଧୁବନିଠାରେ ୧୩,୪୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ୨୨ ଏପ୍ରିଲ ୨୦୨୫ରେ ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଏକ ମିନିଟ୍ ନୀରବତା ଅବଲମ୍ବନ କରିବା ସହ ଦିବଂଗତ ଆତ୍ମାମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ପଞ୍ଚାୟତିରାଜ ଦିବସ ଅବସରରେ ସମଗ୍ର ଦେଶ ମିଥିଲା ଓ ବିହାର ସହ ସଂଯୁକ୍ତ ହୋଇଛି। ବିହାରର ବିକାଶ ଉଦ୍ଦେଶ୍ୟରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ବୋଲି ସେ କହିଥିଲେ ଏବଂ ବିଦ୍ୟୁତ, ରେଳପଥ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଏହି ପଦକ୍ଷେପ ବିହାରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ମହାନ କବି ତଥା ଜାତୀୟ ପ୍ରତୀକ ରାମଧାରୀ ସିଂ ଦିନକରଜୀଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଦାଉଦି ବୋହରା କମ୍ୟୁନିଟି ପ୍ରତିନିଧିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

April 17th, 08:05 pm

ଗୁରୁବାର ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଅବସ୍ଥିତ ବାସଭବନରେ ଦାଉଦି ବୋହରା କମ୍ୟୁନିଟି ପ୍ରତିନିଧିଙ୍କ ସହ କଥା ହେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟିମରେ ବୋହରା କମ୍ୟୁନିଟିର କିଛି ପ୍ରତିଷ୍ଠିତ ବ୍ୟବସାୟୀ, ଚାକିରିଆ, ଡାକ୍ତର, ଶିକ୍ଷାବିତ ରହିଥିଲେ । ସେମାନଙ୍କର ଜମିକୁ ଭୁଲବଶତଃ ୱକଫ ପକ୍ଷରୁ ଦାବି କରାଯାଇ ଆସୁଥିବା କୁହାଯାଇଥିଲା । ତେବେ ୱକଫ ଆଇନରେ ସଂଶୋଧନ ଆଣିଥିବାରୁ ଏହି କମ୍ୟୁନିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

ମହାକୁମ୍ଭ ଉପରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 18th, 01:05 pm

ମୁଁ ଏଠାରେ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ଉପରେ ଏକ ବିବୃତ୍ତି ଦେବା ପାଇଁ ଉପସ୍ଥିତ ହୋଇଛି। ଏହି ସଦନ ମାଧ୍ୟମରେ, ମୁଁ ଲକ୍ଷ ଲକ୍ଷ ଦେଶବାସୀଙ୍କୁ ମୋର ପ୍ରଣାମ ଜଣାଉଛି, ଯେଉଁମାନଙ୍କର ଅବଦାନ ଦ୍ୱାରା ମହାକୁମ୍ଭ ମେଳାର ସଫଳ ଆୟୋଜନ ହୋଇଥିଲା । ମହାକୁମ୍ଭର ସଫଳତା ସୁନିଶ୍ଚିତ କରିବାରେ ଅନେକ ବ୍ୟକ୍ତିମାନଙ୍କର ଅବଦାନ ରହିଛି । ମୁଁ ସରକାର, ସମାଜ ଏବଂ ସମସ୍ତ ଉତ୍ସର୍ଗୀକୃତ କର୍ମୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଦେଶବ୍ୟାପୀ ଭକ୍ତ, ଉତ୍ତର ପ୍ରଦେଶର ଜନସାଧାରଣ ଏବଂ ବିଶେଷକରି ପ୍ରୟାଗରାଜର ନାଗରିକମାନଙ୍କୁ ମଧ୍ୟ ମୋର କୃତଜ୍ଞତା ଜଣାଉଛି।

କୁମ୍ଭମେଳାର ସଫଳ ସମାପନ ସଂପର୍କରେ ଲୋକସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

March 18th, 12:10 pm

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳାର ସଫଳ ସମାପନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ଉଦବୋଧନ ଦେଇଥିଲେ। ଯେଉଁ ଅଗଣିତ ନାଗରିକଙ୍କ ଉଦ୍ୟମରେ କୁମ୍ଭମେଳାର ଭବ୍ୟ ସଫଳତା ମିଳିଥିଲା ସେମାନଙ୍କୁ ସେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ମହାକୁମ୍ଭକୁ ସଫଳ କରିବାରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଗୋଷ୍ଠୀର ସାମୂହିକ ଅବଦାନ ଉପରେ ଆଲୋକପାତ କରି ସେ ସରକାର, ସମାଜ ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ଉତ୍ସର୍ଗୀକୃତ କର୍ମୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସମଗ୍ର ଦେଶରେ ଶ୍ରଦ୍ଧାଳୁ, ବିଶେଷ କରି ଉତ୍ତରପ୍ରଦେଶବାସୀ ଏବଂ ପ୍ରୟାଗରାଜବାସୀଙ୍କ ଅମୂଲ୍ୟ ସମର୍ଥନ ଏବଂ ଅଂଶଗ୍ରହଣ ପାଇଁ ଶ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଥିଲେ।

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ

February 04th, 07:00 pm

ମୁଁ ମାନ୍ୟବର ରାଷ୍ଟ୍ରପତିଜୀଙ୍କ ସମ୍ୱୋଧନ ଉପରେ ଧନ୍ୟବାଦ ଜଣାଇବାକୁ ଆଜି ଏଠାରେ ଉପସ୍ଥିତ ହୋଇଛି। ଗତକାଲି ଏବଂ ଆଜି ବିଳମ୍ୱିତ ରାତି ପର୍ଯ୍ୟନ୍ତ, ସମସ୍ତ ମାନ୍ୟବର ସାଂସଦମାନେ ସେମାନଙ୍କ ଚିନ୍ତାଧାରା ଦ୍ୱାରା କୃତଜ୍ଞତାର ସହ ସମୃଦ୍ଧ କରିଥିଲେ। ଅନେକ ସମ୍ମାନନୀୟ ଅଭିଜ୍ଞ ସାଂସଦ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ, ଏବଂ ସ୍ୱାଭାବିକ ଭାବେ ଗଣତନ୍ତ୍ରର ଏକ ପରମ୍ପରା ମଧ୍ୟ ରହିଛି, ଯେଉଁଠି ଆବଶ୍ୟକତା ଥିଲା, ସେଠାରେ ପ୍ରଶଂସା କରାଯାଉଥିଲା, ଯେଉଁଠି କିଛି ଅସୁବିଧା ଥିଲା, କିଛି ନକାରାତ୍ମକ କଥାବାର୍ତ୍ତା ମଧ୍ୟ ହେଉଥିଲା, କିନ୍ତନ୍ତୁ ଏହା ଅତି ସ୍ୱାଭାବିକ! ଅଧ୍ୟକ୍ଷ ମହୋଦୟ, ଏହା ମୋ ପାଇଁ ଏକ ବଡ଼ ସୌଭାଗ୍ୟ ଯେ ଦେଶର ଲୋକମାନେ ମୋତେ ୧୪ ତମ ଥର ଏହି ସ୍ଥାନରେ ବସି ରାଷ୍ଟ୍ରପତିଜୀଙ୍କ ଅଭିଭାଷଣ ପ୍ରତି କୃତଜ୍ଞତା ବ୍ୟକ୍ତ କରିବାର ସୁଯୋଗ ଦେଇଛନ୍ତି ଏବଂ ସେଥିପାଇଁ ମୁଁ ଆଜି ମଧ୍ୟ ଜନସାଧାରଣଙ୍କୁ ବହୁତ ସମ୍ମାନର ସହ କୃତଜ୍ଞତା ଜଣାଇବାକୁ ଚାହୁଁଛି, ଏବଂ ଯେଉଁମାନେ ଗୃହରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଆଲୋଚନାକୁ ସମୃଦ୍ଧ କରିଥିଲେ ସେମାନଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜଣାଉଛି।

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 04th, 06:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେଇଛନ୍ତି। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗତକାଲି ଏବଂ ଆଜି ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ମାନ୍ୟବର ସାଂସଦଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଗଣତନ୍ତ୍ରର ପରମ୍ପରାରେ ଆବଶ୍ୟକ ସ୍ଥଳେ ପ୍ରଶଂସା ଏବଂ ଆବଶ୍ୟକ ସ୍ଥଳେ କିଛି ନକାରାତ୍ମକ ମନ୍ତବ୍ୟ ସାମିଲ ଥାଏ, ଯାହା ସ୍ୱାଭାବିକ। ଚତୁର୍ଦ୍ଦଶ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିବାକୁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ଭାଗ ନେଇଥିବା ସମସ୍ତଙ୍କୁ ସେମାନଙ୍କର ବିଚାର ପାଇଁ ସେ ପ୍ରଶଂସା କରିଥିଲେ।

Our Constitution is the foundation of India’s unity: PM Modi in Lok Sabha

December 14th, 05:50 pm

PM Modi addressed the Lok Sabha on the 75th anniversary of the Indian Constitution's adoption. He reflected on India's democratic journey and paid tribute to the framers of the Constitution.

ସମ୍ବିଧାନ ପ୍ରଣୟନର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭାରେ ଏକ ସ୍ୱତନ୍ତ୍ର ବିତର୍କ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

December 14th, 05:47 pm

ସମ୍ବିଧାନ ପ୍ରଣୟନର ୭୫ତମ ବାର୍ଷିକୀ ଉପଲକ୍ଷେ ଆଜି ଲୋକସଭାରେ ଆୟୋଜିତ ଏକ ସ୍ବତନ୍ତ୍ର ବିତର୍କ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ । ଗୃହକୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଭାରତର ସମସ୍ତ ନାଗିରକ ଓ ଗଣତନ୍ତ୍ରକୁ ସମ୍ମାନ ଜଣାଉଥିବା ବିଶ୍ବର ସମସ୍ତ ଲୋକମାନଙ୍କ ପାଇଁ ଏକ ଗର୍ବ ଓ ସମ୍ମାନର ବିଷୟ ଯେ ଆମେ ଗଣତନ୍ତ୍ରର ଏହି ଉତ୍ସବକୁ ପାଳନ କରୁଛୁ । ଆମ ସମ୍ବିଧାନର ୭୫ ଉଲ୍ଲେଖନୀୟ ବର୍ଷର ଯାତ୍ରା ପାଇଁ ସେ ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟି ଓ ଉଦ୍ୟମକୁ ସେ ପ୍ରସଂଶା କରିବା ସହ କହିଥିଲେ ଯେ ସଫଳତାର ୭୫ ବର୍ଷ ପୂରଣ ପରେ ଗଣତନ୍ତ୍ରର ଏହି ଉତ୍ସବ ପାଳନ ପାଇଁ ସମୟ ଉପନୀତ । ସଂସଦର ସଦସ୍ୟମାନେ ଏହି ସମାରୋହରେ ନିଜକୁ ସାମିଲ କରି ନିଜର ମତାମତ ପ୍ରଦାନ କରୁଥିବାରୁ ସେ ଆନନ୍ଦ ପ୍ରକାଶ କରିବା ସହ ସେ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ ।

ଆଇରନ ମ୍ୟାନ ଚାଲେଞ୍ଜ ପୂର୍ଣ୍ଣ କରିବା ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ପ୍ରଶଂସନୀୟ ଉପଲବ୍ଧô କହି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 27th, 09:00 pm

କର୍ଣ୍ଣାଟକର ଲୋକସଭା ସାଂସଦ ତେଜସ୍ୱୀ ସୂର୍ଯ୍ୟ ସଫଳତାର ସହ ଆଇରନ ମ୍ୟାନ ଚାଲେଞ୍ଜ ସମ୍ପନ୍ନ କରିବା ଏକ ପ୍ରଶଂସନୀୟ ଉପଲବ୍ଧô ବୋଲି କହି ଆଜି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଏକକାଳୀନ ନିର୍ବାଚନ ନେଇ ଉଚ୍ଚସ୍ତରୀୟ କମିଟିର ସୁପାରିସ କେନ୍ଦ୍ର କ୍ୟାବିନେଟରେ ଗୃହୀତ

September 18th, 04:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଦେଶବ୍ୟାପୀ ଏକକାଳୀନ ନିର୍ବାଚନ ପାଇଁ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଗ୍ରହଣ କରାଯାଇଛି ।

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ

July 02nd, 09:58 pm

ଆମର ସମ୍ମାନୀୟ ରାଷ୍ଟ୍ରପତି ମଦୋଦୟ, ତାଙ୍କ ବକ୍ତବ୍ୟରେ ବିକଶିତ ଭାରତର ସଂକଳ୍ପକୁ ନିଜ ଭାଷଣରେ ବିସ୍ତାର କରିଛନ୍ତି । ମାନନୀୟ ରାଷ୍ଟ୍ରପତି ମଦୋଦୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ମାନ୍ୟବର ରାଷ୍ଟ୍ରପତି ଆମକୁ ଏବଂ ଆମ ଦେଶକୁ ମାର୍ଗଦର୍ଶନ କରିଛନ୍ତି, ଏଥିପାଇଁ ମୁଁ ରାଷ୍ଟ୍ରପତି ମଦୋଦୟଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।