ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ୩୧ ଡିସେମ୍ବର ୨୦୨୪ଠାରୁ ଆଗକୁ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି
August 27th, 02:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ‘ପ୍ରଧାନମନ୍ତ୍ରୀ ଉଠାଦୋକାନୀ ଆତ୍ମନିର୍ଭର ନିଧି (ପିଏମ ସ୍ୱନିଧି) ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧିକୁ ୩୧ ଡିସେମ୍ବର ୨୦୨୪ଠାରୁ ଆଗକୁ ବଢ଼ାଇବାକୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ମୋଟ୍ ବ୍ୟୟବରାଦ ୭,୩୩୨ କୋଟି ଟଙ୍କା ଅଟେ। ପୁନର୍ଗଠିତ ଯୋଜନାର ଲକ୍ଷ୍ୟ ହେଉଛି ୫୦ ଲକ୍ଷ ନୂଆ ହିତାଧିକାରୀଙ୍କ ସମେତ ୧.୧୫ କୋଟି ହିତାଧିକାରୀଙ୍କୁ ଲାଭ ପହଞ୍ଚାଇବା।କୋଭିଡ ପ୍ରଭାବିତ କ୍ଷେତ୍ର ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା (ଏଲଜିଏସସିଏଏସ) ଏବଂ ଜରୁରିକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ)ର କର୍ପସ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି
June 30th, 06:57 pm
କୋଭିଡ-19ର ଦ୍ୱିତୀୟ ତରଙ୍ଗ ଦ୍ୱାରା ବିଭିନ୍ନ କ୍ଷେତ୍ର, ବିଶେଷ କରି ସ୍ଵାସ୍ଥ୍ୟ ସେବା କ୍ଷେତ୍ର ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କୋଭିଡ ପ୍ରଭାବିତ କ୍ଷେତ୍ର ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା (ଏଲଜିଏସସିଏଏସ)କୁ ଅନୁମୋଦନ କରିଛନ୍ତି। ଏହା ଫଳରେ ସ୍ଵାସ୍ଥ୍ୟ/ଚିକିତ୍ସା କ୍ଷେତ୍ର ସହ ଜଡ଼ିତ ପୂର୍ବରୁ ଥିବା ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ 50,000 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଗ୍ୟାରେଣ୍ଟି ସହିତ ପାଣ୍ଠି ଯୋଗାଣ କରାଯାଇପାରିବ।