Governance is now being given a new identity by making it truly citizen-centric: PM Modi
April 02nd, 10:40 am
On the occasion of the foundation day of the Capacity Building Commission (CBC), PM Modi addressed the Karmayogi Sadhana Saptah and said the event is an important step to ensure public service remains relevant and responsive. Reaffirming that the core mantra driving the administration is “Nagrik Devo Bhava,” he expressed confidence that the initiative will become a significant chapter in India’s journey towards becoming a Viksit Bharat.‘କର୍ମଯୋଗୀ ସାଧନା ସପ୍ତାହ’ କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 02nd, 10:31 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ‘କର୍ମଯୋଗୀ ସାଧନା ସପ୍ତାହ’କୁ ସମ୍ବୋଧନ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ଦକ୍ଷତା ବିକାଶ ଆୟୋଗ (ସିବିସି)ର ପ୍ରତିଷ୍ଠା ଦିବସ ସହିତ ସମନ୍ୱିତ।ମହାତ୍ମା ଆୟାଙ୍କାଲିଙ୍କର ଜୟନ୍ତୀରେ ତାଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
August 28th, 03:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଆୟାଙ୍କାଲିଙ୍କର ଜୟନ୍ତୀ ଅବସରରେ ତାଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ତାଙ୍କୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣର ଜଣେ ସ୍ଥାୟୀ ପ୍ରତୀକ ଭାବରେ ମନେ ପକାଇଛନ୍ତି । ଶ୍ରୀ ମୋଦୀ ଶିକ୍ଷା ଏବଂ ସମାନତା ପ୍ରତି ମହାତ୍ମା ଆୟାଙ୍କାଲିଙ୍କ ଅଟଳ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି । ତାଙ୍କର ଐତିହ୍ୟ ସମାବେଶୀମୂଳକ ପ୍ରଗତି ଆଡକୁ ଦେଶର ସାମୂହିକ ଯାତ୍ରାକୁ ପ୍ରେରଣା ଦେଇ ଆସୁଛି ।ଅହମ୍ମଦାବାଦର କନ୍ୟା ଛାତ୍ରାଳୟ ସରଦାରଧାମ ୨ୟ ପର୍ଯ୍ୟାୟର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
August 24th, 10:39 pm
କେନ୍ଦ୍ର କ୍ୟାବିନେଟର ମୋର ସମସ୍ତ ସହକର୍ମୀ, ଗୁଜରାଟ ସରକାରଙ୍କ ସମସ୍ତ ମନ୍ତ୍ରୀ, ଉପସ୍ଥିତ ସମସ୍ତ ସାଂସଦ, ସମସ୍ତ ବିଧାୟକ, ସରଦାରଧାମର ମୁଖ୍ୟ ଶ୍ରୀ ଗଗଜୀ ଭାଇ, ଟ୍ରଷ୍ଟି ଭି. କେ. ପଟେଲ, ଦିଲୀପ ଭାଇ, ଅନ୍ୟ ସମସ୍ତ ମହାନ ବ୍ୟକ୍ତି ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ବିଶେଷକରି ମୋର ପ୍ରିୟ ଝିଅମାନେ ।ଅହମ୍ମଦାବାଦରେ ସର୍ଦ୍ଦାରଧାମ, ପର୍ଯ୍ୟାୟ-୨, ବାଳିକା ଛାତ୍ରାବାସର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 24th, 10:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁଜରାଟର ଅହମ୍ମଦାବାଦରେ ବାଳିକା ଛାତ୍ରାବାସ ସର୍ଦ୍ଦାରଧାମ ପର୍ଯ୍ୟାୟ-୨ ର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରିଥିଲେ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାରଧାମର ନାମ ଏହାର କାର୍ଯ୍ୟ ପରି ପବିତ୍ର, ସେ ଝିଅମାନଙ୍କ ସେବା ଏବଂ ଶିକ୍ଷା ପାଇଁ ଉତ୍ସର୍ଗୀକୃତ ଏକ ଛାତ୍ରାବାସର ଉଦଘାଟନ ଉପରେ ଆଲୋକପାତ କରିଥିଲେ। ସେ ଆହୁରି କହିଥିଲେ ଯେ, ଏହି ଛାତ୍ରାବାସରେ ରହୁଥିବା ଝିଅମାନେ ଅନେକ ଆକାଂକ୍ଷା ଏବଂ ସ୍ୱପ୍ନ ନେଇ ଆସିବେ ଏବଂ ସେମାନଙ୍କୁ ତାହା ପୂରଣ କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରାଯିବ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ଝିଅମାନେ ସ୍ୱାବଲମ୍ବୀ ଏବଂ ସକ୍ଷମ ହେବା ପରେ, ସେମାନେ ସ୍ୱାଭାବିକ ଭାବରେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ଏବଂ ସେମାନଙ୍କ ପରିବାର ମଧ୍ୟ ସଶକ୍ତ ହୋଇଯିବ। ପ୍ରଧାନମନ୍ତ୍ରୀ ଏହି ଛାତ୍ରାବାସରେ ରହିବାର ସୁଯୋଗ ପାଇଥିବା ସମସ୍ତ ଝିଅମାନଙ୍କୁ ଏବଂ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।ଶିକ୍ଷା ଏବଂ ବିକାଶ ପାଇଁ ଗ୍ରୀଷ୍ମ ଛୁଟିର ଉପଯୋଗ କରିବାକୁ ଯୁବପିଢ଼ିକୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ
April 01st, 12:05 pm
ଦେଶବ୍ୟାପୀ ଯୁବ ବନ୍ଧୁମାନଙ୍କୁ ଗ୍ରୀଷ୍ମ ଛୁଟି ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେମାନଙ୍କୁ ଏହି ସମୟକୁ ଉପଭୋଗ, ଶିକ୍ଷା ଏବଂ ବ୍ୟକ୍ତିଗତ ବିକାଶ ପାଇଁ ଉପଯୋଗ କରିବାକୁ ଉତ୍ସାହିତ କରିଛନ୍ତି ।