ଭାରତ ସିଙ୍ଗାପୁର ମିଳିତ ବିବୃତ୍ତି

September 04th, 08:04 pm

ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କ ଭାରତକୁ ସରକାରୀ ଗସ୍ତ ଅବସରରେ, ଭାରତ ଓ ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତା ପାଇଁ ରୋଡମ୍ୟାପ ଉପରେ ମିଳିତ ବିବୃତ୍ତି

ଭାରତ ପ୍ରତି ଆସ୍ଥା ପ୍ରକାଶ କରିଥିବାରୁ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

September 04th, 01:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କୁ ଭାରତ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଏକ ବିକଶିତ ଭାରତ ନିର୍ମାଣ ଦିଗରେ ଆମର ଯାତ୍ରାରେ ସିଙ୍ଗାପୁର ଏକ ମୂଲ୍ୟବାନ ସହଯୋଗୀ ।

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 04th, 12:45 pm

ଦାୟିତ୍ୱ ଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ପ୍ରଥମ ଭାରତ ଗସ୍ତ ପାଇଁ, ମୁଁ ତାଙ୍କୁ ସହୃଦୟ ସ୍ୱାଗତ କରୁଛି। ଏହି ଗସ୍ତ ଆହୁରି ସ୍ୱତନ୍ତ୍ର, କାରଣ ଏହି ବର୍ଷ ଆମେ ଆମର ସମ୍ପର୍କର ୬୦ତମ ବାର୍ଷିକୀ ପାଳନ କରୁଛୁ ।

Prime Minister congratulates Mr. Lawrence Wong on Election Victory

May 04th, 09:51 am

Prime Minister Shri Narendra Modi extended his congratulations to Mr. Lawrence Wong on his victory in the elections. He emphasized the strong and multifaceted partnership, underpinned by close people-to-people ties between India and Singapore.

ସିଙ୍ଗାପୁର ଏଇଏମ୍ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

September 05th, 12:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଲରେନ୍ସ ଓଙ୍ଗଙ୍କ ସହ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସିଙ୍ଗାପୁରର ଅଗ୍ରଣୀ କମ୍ପାନୀ ଏଇଏମ ପରିଦର୍ଶନ କରିଥିଲେ । ଗ୍ଲୋବାଲ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ଏଇଏମର ଭୂମିକା, ଏହାର ପରିଚାଳନା ଏବଂ ଭାରତ ପାଇଁ ଯୋଜନା ବିଷୟରେ ସେମାନଙ୍କୁ ଅବଗତ କରାଯାଇଥିଲା। ସିଙ୍ଗାପୁର ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ଆସୋସିଏସନ ସିଙ୍ଗାପୁରରେ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ ଏବଂ ଭାରତ ସହ ସହଯୋଗର ସୁଯୋଗ ବିଷୟରେ ସୂଚନା ଦେଇଛି । ଏହି କ୍ଷେତ୍ରର ଅନ୍ୟ କେତେକ ସିଙ୍ଗାପୁର କମ୍ପାନୀର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧୧-୧୩, ୨୦୨୪ରେ ଗ୍ରେଟର ନୋଏଡାରେ ଆୟୋଜିତ ହେବାକୁ ଥିବା ସେମିକନ୍ ଇଣ୍ଡିଆ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ସିଙ୍ଗାପୁରର ସେମିକଣ୍ଡକ୍ଟର କମ୍ପାନୀଗୁଡିକୁ ଆମନ୍ତ୍ରଣ କରିଥିଲେ ।

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଙ୍କ ବୈଠକ

September 05th, 10:22 am

ଏହି ଆଲୋଚନାରେ ଉଭୟ ନେତା ଭାରତ-ସିଙ୍ଗାପୁର ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କର ବ୍ୟାପକତା ଏବଂ ଗଭୀରତା ଏବଂ ପ୍ରଚୁର ସମ୍ଭାବନାକୁ ଦୃଷ୍ଟିରେ ରଖି ସେମାନେ ଏହି ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ଭାରତର ଆକ୍ଟ ଇଷ୍ଟ ନୀତିକୁ ମଧ୍ୟ ଏକ ବଡ଼ ପ୍ରୋତ୍ସାହନ ଦେବ । ଅର୍ଥନୈତିକ ସମ୍ପର୍କରେ ସୁଦୃଢ଼ ଅଗ୍ରଗତିର ସମୀକ୍ଷା କରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ପ୍ରବାହକୁ ଆହୁରି ବିସ୍ତାର କରିବାକୁ ନେତାମାନେ ଆହ୍ୱାନ ଦେଇଛନ୍ତି। ଭାରତୀୟ ଅର୍ଥନୀତିରେ ପାଖାପାଖି ୧୬୦ ବିଲିୟନ ଡଲାର ନିବେଶ ସହ ସିଙ୍ଗାପୁର ଭାରତର ଏକ ଅଗ୍ରଣୀ ଅର୍ଥନୈତିକ ସହଯୋଗୀ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତରେ ଦ୍ରୁତ ଏବଂ ନିରନ୍ତର ଅଭିବୃଦ୍ଧି ସିଙ୍ଗାପୁରର ସଂସ୍ଥାଗୁଡିକ ପାଇଁ ବିପୁଳ ପୁଞ୍ଜିନିବେଶ ସୁଯୋଗ ଖୋଲିଛି । ପ୍ରତିରକ୍ଷା ଓ ନିରାପତ୍ତା, ସାମୁଦ୍ରିକ କ୍ଷେତ୍ର ସଚେତନତା, ଶିକ୍ଷା, ଏଆଇ, ଫିନଟେକ୍, ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଜ୍ଞାନ ଭାଗିଦାରୀ କ୍ଷେତ୍ରରେ ରହିଥିବା ସହଯୋଗର ସମୀକ୍ଷା କରିଥିଲେ । ଅର୍ଥନୈତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଦୁଇ ନେତା ଆହ୍ୱାନ ଦେଇଥିଲେ । ଗ୍ରୀନ୍ କରିଡର ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେମାନେ ଆହ୍ୱାନ ଦେଇଥିଲେ।

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

September 05th, 09:00 am

ଭବ୍ୟ ସ୍ୱାଗତ ପାଇଁ ମୁଁ ଆପଣଙ୍କୁ ବହୁତ ଧନ୍ୟବାଦ ଜଣାଉଛି । ଆପଣ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ଆମର ପ୍ରଥମ ସାକ୍ଷାତ । ଆପଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ମୋର ବିଶ୍ୱାସ ଯେ ୪ଜି ନେତୃତ୍ୱରେ ସିଙ୍ଗାପୁର ଅଧିକ ଦ୍ରୁତ ଗତିରେ ଅଗ୍ରଗତି କରିବ ।

PM Modi arrives in Singapore

September 04th, 02:00 pm

PM Modi arrived in Singapore. He will hold talks with President Tharman Shanmugaratnam, Prime Minister Lawrence Wong, Senior Minister Lee Hsien Loong and Emeritus Senior Minister Goh Chok Tong.

ଭାରତର ସଙ୍ଗୀତ ଇତିହାସ ବିବିଧତାର ଏକ ପ୍ରତୀକ ଯାହା କି ସହସ୍ର ବର୍ଷ ଧରି ବିକଶିତ ଗୀତ ମାଧ୍ୟମରେ ଗୁଞ୍ଜରିତ: ପ୍ରଧାନମନ୍ତ୍ରୀ

November 14th, 09:43 am

ସିତାର ପ୍ରତି ଆଗ୍ରହ ପାଇଁ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା