କୋଟା ଶ୍ରୀନିବାସ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
July 13th, 03:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଟା ଶ୍ରୀନିବାସ ରାଓଙ୍କବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ କୋଟା ଶ୍ରୀନିବାସରାଓଙ୍କୁ ତାଙ୍କର ବହୁମୁଖୀ ପ୍ରତିଭା ଏବଂ ଉତ୍କୃଷ୍ଟତା ପାଇଁ ମନେରଖାଯିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ତାଙ୍କର ଆକର୍ଷଣୀୟଅଭିନୟ ଜରିଆରେ ଅନେକ ପିଢ଼ିର ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧକରିଥିଲେ । ସେ ସମାଜ ସେବାରେ ମଧ୍ୟ ଆଗ ଧାଡିରେ ଥିଲେ ଏବଂଗରିବ ତଥା ଦଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଥିଲେବୋଲି ଶ୍ରୀ ମୋଦୀ କହିଛନ୍ତି।