ଜି-୭ ବୈଠକ ପରିପ୍ରେକ୍ଷୀରେ କୋରିଆ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ
June 18th, 03:17 pm
ମଙ୍ଗଳବାର ଦିନ କାନାଡର କାନନାସକିସରେ ଅନୁଷ୍ଠିତ ହୋଇଥିବା ଜି-୭ ବୈଠକ ପରିପ୍ରେକ୍ଷୀରେ କୋରିଆ ରିପ୍ଲବିକ ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି । କୋରିଆ ମୁଖ୍ୟ ଲି ଜାଏ ମୟୁଙ୍ଗ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମୋଦୀ ଆଲୋଚନା କରିଛନ୍ତି । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରଯୁକ୍ତି ବିଦ୍ୟା, ଗ୍ରୀନ ହାଇଡ୍ରୋଜେନ, ଜାହାଜ ନିର୍ମାଣ ପରି ବିଭିନ୍ନ କ୍ଷେତ୍ରରେ ଉଭୟ କୋରିଆ ଓ ଭାରତ ମିଳିତ ଭାବେ କାମ କରିବେ ବୋଲି କୁହାଯାଇଛି । ସୋସିଆଲ ଗଣମାଧ୍ୟମ ଏକ୍ସରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କାନାଡାରେ କୋରିଆ ମୁଖ୍ୟ ଲି ମୟୁଙ୍ଗଙ୍କ ସହ ତାଙ୍କର ଭଲ କଥାବାର୍ତା ହୋଇଛି । ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।କୋରିଆର ନବନିର୍ବାଚିତ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
June 04th, 08:38 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆର ନବନିର୍ବାଚିତ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଭାରତ ଏବଂ କୋରିଆ ମଧ୍ୟରେ କୂଟନୈତିକ ସମ୍ପର୍କ ୫୦ ବର୍ଷ ପୂରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି
December 10th, 12:23 pm
ଭାରତ ଓ ରିପବ୍ଲିକ ଅଫ୍ କୋରିଆ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆଜି ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋରିଆ ରାଷ୍ଟ୍ରପତି ଶ୍ରୀ ୟୋନ୍ ସୁକ୍ ୟୋଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପାରସ୍ପରିକ ସମ୍ମାନ, ସହଭାଗୀ ମୂଲୋବୋଧ ଏବଂ ଆଗେଇ ଚାଲିଥିବା ସହଭାଗିତାର ଯାତ୍ରାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।