Samrat Samprati Museum is the heritage of millions of people in India, heritage of India's glorious past: PM Modi in Gandhinagar, Gujarat
March 31st, 10:25 am
PM Modi inaugurated the Samrat Samprati Sangrahalay, Jain Heritage Museum at Koba Tirth in Gandhinagar, Gujarat, on the auspicious occasion of Bhagwan Mahavir Janma Kalyanak. Speaking on the occasion, the PM said the Sangrahalay belongs to the crores of people of India and stands as a testament to our glorious past. Lauding the ahimsa philosophy of Samrat Samprati, he called on people to rise above personal aspirations and work for the nation.ମହାବୀର ଜୟନ୍ତୀ ଅବସରରେ ଗାନ୍ଧୀନଗର କୋବା ତିର୍ଥଠାରେ ‘ସମ୍ରାଟ ସମ୍ପ୍ରତି’ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 31st, 10:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭଗବାନ ମହାବୀର ଜୟନ୍ତୀର ଶୁଭ ଅବସରରେ ଗୁଜରାଟର ଗାନ୍ଧୀନଗରସ୍ଥିତ କୋବା ତୀର୍ଥଠାରେ 'ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟ' (ଜୈନ ଐତିହ୍ୟ ସଂଗ୍ରହାଳୟ)କୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ, “କୋବା ତୀର୍ଥ ଆଧ୍ୟାତ୍ମିକ ଶାନ୍ତିରେ ପରିପୂର୍ଣ୍ଣ ଏକ ସ୍ଥାନ, ଯେଉଁଠାରେ ଅନେକ ଜୈନ ମୁନି ଏବଂ ସନ୍ଥଙ୍କ ତପସ୍ୟାର ଅଭିବ୍ୟକ୍ତି ଦେଖିବାକୁ ମିଳେ ଏବଂ ଯେଉଁଠାରେ ସୃଜନଶୀଳତା ଓ ସେବା ପ୍ରାକୃତିକ ଭାବରେ ବିକଶିତ ହୋଇଥାଏ।”୩୧ ମାର୍ଚ୍ଚରେ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 30th, 11:05 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ମାର୍ଚ୍ଚ ୨୦୨୬ରେ ଗୁଜରାଟ ଗସ୍ତ କରିବେ । ସକାଳ ପ୍ରାୟ ୧୦ଟା ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରରେ ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟର ଉଦ୍ଘାଟନ କରିବେ । ଏହି ଅବସରରେ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ । ପ୍ରାୟ ୧୨:୪୫ଟା ସମୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାନନ୍ଦରେ କେୟନ୍ସ ସେମିକନ୍ ପ୍ଲାଣ୍ଟର ଉଦ୍ଘାଟନ କରିବେ ଏବଂ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହା ପରେ, ପ୍ରଧାନମନ୍ତ୍ରୀ ଭାଭ-ଥରାଡ ଯାତ୍ରା କରିବେ, ଯେଉଁଠାରେ ଅପରାହ୍ନ ୪ଟା ସମୟରେ ସେ ୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ଲୋକାର୍ପଣ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।