ଭାରତ-ଜୋର୍ଡାନ ବ୍ୟବସାୟିକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
December 16th, 12:24 pm
ଗତକାଲି ମହାମହିମଙ୍କ ସହିତ ମୋର ଆଲୋଚନାର ସାରାଂଶ ମଧ୍ୟ ଏହା ଥିଲା। ଆମେ ଭୂଗୋଳକୁ କିପରି ସୁଯୋଗରେ ଏବଂ ସୁଯୋଗକୁ କିପରି ବିକାଶରେ ପରିଣତ କରାଯାଇପାରିବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ।ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ବୋଧନ
December 16th, 12:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ଆଜି ଅମ୍ମାନରେ ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ଏହି ବୈଠକରେ ଜୋର୍ଡାନର କ୍ରାଉନ ପ୍ରିନ୍ସ ହୁସେନ ଏବଂ ସେଠାକାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ତଥା ନିବେଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଉଭୟ ନେତା ପ୍ରଗତି ଏବଂ ସମୃଦ୍ଧି ହାସଲ କରିବା ପାଇଁ ଏହି କ୍ଷେତ୍ରରେ ସମ୍ଭାବନା ଏବଂ ସୁଯୋଗକୁ ଉପଯୋଗ କରିବାକୁ ଉଭୟ ପକ୍ଷର ଶିଳ୍ପପତିମାନଙ୍କୁ ଆହ୍ୱାନ କରିଛନ୍ତି। ରାଜା ଅବଦୁଲ୍ଲା ଦ୍ୱିତୀୟ କହିଛନ୍ତି ଯେ, ଜୋର୍ଡାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ଭାରତର ଆର୍ଥିକ ଶକ୍ତିକୁ ମିଶ୍ରଣ କରି ଦକ୍ଷିଣ ଏସିଆ ଏବଂ ପଶ୍ଚିମ ଏସିଆ ତଥା ଅନ୍ୟ ଅନ୍ତର୍ଜାତୀୟ ସ୍ତରରେ ଏକ ଆର୍ଥିକ କରିଡର ସୃଷ୍ଟି କରାଯାଇପାରିବ।List of Outcomes Visit of Prime Minister to Jordan
December 15th, 11:52 pm
During the meeting between PM Modi and HM King Abdullah II of Jordan, several MoUs were signed. These include agreements on New and Renewable Energy, Water Resources Management & Development, Cultural Exchange and Digital Technology.Today’s meeting will give a new momentum and depth to Bharat-Jordan relationship: PM Modi after meeting HM King Abdullah II
December 15th, 11:00 pm
During his meeting with HM King Abdullah II of Jordan, PM Modi appreciated the King’s positive ideas for further strengthening Bharat-Jordan relations. The PM expressed confidence that both countries would enhance cooperation in key areas such as trade, fertilizers, digital technology, infrastructure and people-to-people ties. He also lauded His Majesty for his efforts in combating terrorism, extremism and radicalization.ଜୋର୍ଡାନର ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ଭେଟିଲେ ପ୍ରଧାମନ୍ତ୍ରୀ
December 15th, 10:58 pm
ଦୁଇ ନେତା ପ୍ରତିବନ୍ଧିତ ଏବଂ ପ୍ରତିନିଧିମଣ୍ଡଳ ସ୍ତରରେ ସାକ୍ଷାତ କରିଥିଲେ । ସେମାନେ ଅତୀତରେ ହୋଇଥିବା ସାକ୍ଷାତକାର ଓ ଆଲୋଚନାକୁ ସ୍ମରଣ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ରେଖାଙ୍କିତ କରିଥିଲେ । ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଐତିହାସିକ ବୋଲି ଉଭୟେ ମତ ପୋଷଣ କରିଥିଲେ । ଭାରତ-ଜୋର୍ଡାନ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ମହାମହିମଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ମହାମହିମ ଦୃଢ଼ ସମର୍ଥନ କରିବା ସହ ସମସ୍ତ ପ୍ରକାର ଏବଂ ସ୍ୱରୂପର ଆତଙ୍କବାଦକୁ ନିନ୍ଦା କରିଥିଲେ । ଆତଙ୍କବାଦ, ଉଗ୍ରବାଦ ଏବଂ ମୌଳବାଦୀଙ୍କ ମୁକାବିଲା କରିବା ଦିଗରେ ମହାମହିମଙ୍କ ନେତୃତ୍ୱ ଏବଂ ଏଭଳି ଦୁଷ୍ଟ ଶକ୍ତିଙ୍କ ବିରୋଧରେ ବୈଶ୍ୱିକ ଲଢ଼େଇରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ନବୀକରଣ ଶକ୍ତି, ସାର ଏବଂ କୃଷି, ନବାଚାର, ଆଇଟି ଏବଂ ଡିଜିଟାଲ ଟେକ୍ନୋଲୋଜି, ମହତ୍ୱପୂର୍ଣ୍ଣ ଖଣିଜ, ମୌଳିକ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଫାର୍ମା, ଶିକ୍ଷା ଏବଂ ଦକ୍ଷତା, ପର୍ଯ୍ୟଟନ ଓ ଐତିହ୍ୟ ଏବଂ ସଂସ୍କୃତି ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ନେତା ଆଲୋଚନା କରିଥିଲେ । ଜୋର୍ଡାନକୁ ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆସନ୍ତା ୫ ବର୍ଷ ମଧ୍ୟରେ ଦୁଇ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟର ପରିମାଣ ୫ ବିଲିଅନ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ସକାଶେ ପ୍ରସ୍ତାବ ଦେଇଥିଲେ । ଜୋର୍ଡାନର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଏବଂ ଭାରତର ୟୁନାଇଟେଡ ପେମେଣ୍ଟସ ଇଣ୍ଟରଫେସ୍ (ୟୁପିଆଇ) ମଧ୍ୟରେ ସମନ୍ୱୟ ସକାଶେ ମଧ୍ୟ ସେ ଆହ୍ୱାନ ଦେଇଥିଲେ । ସାର ଯୋଗାଣ କ୍ଷେତ୍ରରେ ଜୋର୍ଡାନ ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଏ କ୍ଷେତ୍ରରେ ଜୋର୍ଡାନରେ ଅଧିକ ନିବେଶ ସହିତ ଭାରତର ଫସଫେଟିକ ଫର୍ଟିଲାଇଜର ଚାହିଦା ପୂରଣ ପାଇଁ ଦୁଇ ଦେଶର କମ୍ପାନିମାନେ ଆଲୋଚନା କରୁଛନ୍ତି ।ଜୋର୍ଡାନ ରାଜ୍ୟ ପ୍ରତିଷ୍ଠା ହେବାର ୧୦୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ଜୋର୍ଡାନର ହାସେମାଇଟ୍ ରାଜ୍ୟର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି
April 14th, 08:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜରିଆରେ ଜୋର୍ଡାନ ରାଜ୍ୟ ପ୍ରତିଷ୍ଠା ହେବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ଜୋର୍ଡାନର ହାସେମାଇଟ୍ ରାଜ୍ୟର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।