ରାମେଶ୍ୱରରୁ ପାରାଦୀପକୁ ଯୋଡ଼ିବ ଉପକୂଳ ରାଜପଥ ଓଡ଼ିଶାରେ ୧୬୩.୧୮୦ କିମି ଉପକୂଳ ରାଜମାର୍ଗକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରକଳ୍ପ ଲାଗି ଖର୍ଚ୍ଚ ହେବ ୮,୩୦୦.୭୯ କୋଟି ଟଙ୍କା ହାଇବ୍ରିଡ ଆନୁଇଟି ମାଧ୍ୟମରେ ଦୁଇଟି ପ୍ୟାକେଜରେ ନିର୍ମାଣ ହେବ ଏହି ପ୍ରକଳ୍ପ
June 03rd, 03:10 pm
ଓଡ଼ିଶାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପକୂଳ ରାଜପଥ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଓଡ଼ିଶାରେ ହାଇବ୍ରିଡ୍ ଆନୁଇଟି ମଡେଲ୍ ମାଧ୍ୟମରେ ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ତିଆରି ହେବ । ମୋଟ ୧୬୦.୧୮ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ଲାଗି ୮,୩୦୦.୭୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।