ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
February 08th, 02:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେସିଆର ଚାରିଜଣ ଶିଳ୍ପପତିଙ୍କ ସହ ମତବିନିମୟ କରିଛନ୍ତି। ସେ ପେଟ୍ରୋନାସର ସଭାପତି ତଥା ଗ୍ରୁପ୍ ସିଇଓ ତନ୍ ଶ୍ରୀ ତେଙ୍ଗକୁ ମହମ୍ମଦ ତୌଫିକ; ବରଜୟା କର୍ପୋରେସନର ବରହାଦର ପ୍ରତିଷ୍ଠାତା ତନ୍ ଶ୍ରୀ ଦାତୋ ସେରି ଭିନ୍ସେଣ୍ଟ ତନ୍ ଚି ୟିଉନ୍; ଖଜାନାହ ନେସନାଲ ବରହାଦ ପରିଚାଳନା ନିର୍ଦ୍ଦେଶକ ଦାତୋ ଅମୀରୁଲ ଫୈସଲ ୱାନ ଜାହିର; ଏବଂ ଫିସନ୍ ଇଲେକ୍ଟ୍ରୋନିକ୍ସର ପ୍ରତିଷ୍ଠାତା ଦାତୋ ପୁଆ ଖେନ୍ ସାଙ୍ଗଙ୍କ ସହ କଥା ହୋଇଛନ୍ତି।