ଛଟ ପୂଜାର ପବିତ୍ର ଖରନା ରୀତି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

October 26th, 10:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାପର୍ବ ଛଟ ସମୟରେ ପାଳିତ ଏକ ଗୁରୁତ୍ୱପୂର୍ଣ୍ଣ ରୀତି ‘ଖରନା’ର ପବିତ୍ର ଅବସରରେ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏହି ପବିତ୍ର ପର୍ବ ସହିତ ଜଡିତ କଷ୍ଟକର ଉପବାସ ଏବଂ ରୀତିନୀତି ପାଳନ କରୁଥିବା ସମସ୍ତ ଭକ୍ତଙ୍କ ପ୍ରତି ସେ ତାଙ୍କର ସମ୍ମାନ ପ୍ରକାଶ କରିଛନ୍ତି।