୧୫ ଜାନୁଆରୀରେ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

January 13th, 11:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଜାନୁଆରୀରେ ମହାରାଷ୍ଟ୍ର ଗସ୍ତ କରିବେ । ସକାଳ ପ୍ରାୟ ୧୦:୩୦ରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ନୌସେନା ଡକ୍‌ୟାର୍ଡରେ ନୌସେନାର ତିନିଟି ଅଗ୍ରଣୀ ଯୁଦ୍ଧପୋତ ଆଇଏନ୍‌ଏସ୍ ସୁରଟ, ଆଇଏନ୍‌ଏସ୍ ନୀଳଗିରି ଏବଂ ଆଇଏନ୍‌ଏସ୍ ବାଘଶିରକୁ ଦେଶକୁ ଉତ୍ସର୍ଗ କରିବେ । ଏହା ପରେ ଅପରାହ୍ନ ପ୍ରାୟ ୩:୩୦ ସମୟରେ, ସେ ନାଭି ମୁମ୍ବାଇର ଖାରଘର୍‌ରେ ଇସ୍‌କନ୍ ମନ୍ଦିର ଉଦ୍‌ଘାଟନ କରିବେ ।