“କେରଳ”ର ନାମ ପରିବର୍ତ୍ତନ କରି “କେରଳମ” କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

February 24th, 03:20 pm

କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ, ରାଷ୍ଟ୍ରପତି ଭାରତୀୟ ସମ୍ବିଧାନର ଧାରା ୩ର ସର୍ତ୍ତାବଳୀ ଅନୁଯାୟୀ ନିଜର ମତାମତ ପ୍ରକାଶ କରିବା ପାଇଁ କେରଳ (ନାମ ପରିବର୍ତ୍ତନ) ବିଲ୍, ୨୦୨୬ ନାମକ ବିଧେୟକକୁ କେରଳ ରାଜ୍ୟ ବିଧାନସଭାକୁ ପଠାଇବେ। କେରଳ ରାଜ୍ୟ ବିଧାନସଭାର ମତାମତ ଗ୍ରହଣ କରିବା ପରେ, ଭାରତ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ଏବଂ ସଂସଦରେ ‘କେରଳ’ ରାଜ୍ୟର ନାମ ‘କେରଳମ’ କରିବା ପାଇଁ କେରଳ (ନାମ ପରିବର୍ତ୍ତନ) ବିଲ୍, 2026 ଆଗତ କରିବା ପାଇଁ ରାଷ୍ଟ୍ରପତିଙ୍କ ସୁପାରିସ ଗ୍ରହଣ କରାଯିବ।

କେରଳ ପିରାଭି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

November 01st, 09:35 am

ଶ୍ରୀ ମୋଦୀ କହିଛନ୍ତି ଯେ, କେରଳର ଲୋକମାନେ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରରେ ଉତ୍କର୍ଷ ହାସଲ କରିଛନ୍ତି ଏବଂ ସୃଜନଶୀଳତା ତଥା ନବାଚାର ପାଇଁ ସେମାନେ ବେଶ୍ ଜଣାଶୁଣା । ସେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ପ୍ରାକୃତିକ ଦୃଶ୍ୟ ଏବଂ ଶତାବ୍ଦୀ ପୁରୁଣା ଐତିହ୍ୟ ଭାରତର ସ୍ପନ୍ଦନଶୀଳ ସାଂସ୍କୃତିକ ମହିମାକୁ ପ୍ରଦର୍ଶିତ କରିଥାଏ । ପ୍ରଧାନମନ୍ତ୍ରୀ କେରଳର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ନିରନ୍ତର ସଫଳତା କାମନା କରିଛନ୍ତି ।

କେରଳ ପିରାଭି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

November 01st, 11:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳ ପିରାଭିର ବିଶେଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

କେରଳ ପିରବୀ ଦିବସ ଅବସରରେ କେରଳବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

November 01st, 09:48 am

କେରଳ ପିରବୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।