ଭାରତ ଏବଂ ଜାପାନ ମଧ୍ୟରେ ଆର୍ଥିକ ସହଯୋଗକୁ ଗଭୀର କରିବା ବିଷୟରେ ଆଲୋଚନା କରିବା ପାଇଁ କେଇଜାଇ ଦୋୟୁକାଇର ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରତିନିଧି ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ
March 27th, 08:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଦିଲ୍ଲୀର 7 ଲୋକ କଲ୍ୟାଣ ମାର୍ଗଠାରେ କେଇଜାଇ ଦୋୟୁକାଇ(ଜାପାନ ଆସୋସିଏସନ ଅଫ୍ କର୍ପୋରେଟ୍ ଏକଜିକ୍ୟୁଟିଭ୍)ର ଅଧ୍ୟକ୍ଷ ଶ୍ରୀ ତାକେଶି ନିନାମୀଙ୍କ ନେତୃତ୍ୱରେ ଏହାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରତିନିଧି ଦଳ ଏବଂ ଅନ୍ୟ ୨୦ ଜଣ ବ୍ୟବସାୟିକ ପ୍ରତିନିଧିଙ୍କୁ ସାକ୍ଷାତ କରିଛନ୍ତି । ଭାରତ ଏବଂ ଜାପାନ ମଧ୍ୟରେ ଆର୍ଥିକ ସହଯୋଗକୁ ଗଭୀର କରିବା ସକାଶେ ସେମାନଙ୍କ ମତାମତ ଏବଂ ବିଚାର ଶୁଣିବା ଏହି ସାକ୍ଷାତ ବୈଠକର ଉଦ୍ଦେଶ୍ୟ ଥିଲା। ଏହି ଆଲୋଚନାରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ସୁଦୃଢ଼ କରିବା, ନିବେଶ ସୁଯୋଗ ବୃଦ୍ଧି କରିବା ଏବଂ କୃଷି, ସାମୁଦ୍ରିକ ଉତ୍ପାଦ, ମହାକାଶ, ପ୍ରତିରକ୍ଷା, ବୀମା, ପ୍ରଯୁକ୍ତି, ଭିତ୍ତିଭୂମି, ବେସାମରିକ ବିମାନ ଚଳାଚଳ, ସ୍ୱଚ୍ଛ ଶକ୍ତି, ଆଣବିକ ଶକ୍ତି ଏବଂ ଏମଏସଏମଇ ଭାଗିଦାରୀ ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଭଳି ପ୍ରସଙ୍ଗ ସାମିଲ ଥିଲା।