ଆସାମର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 18th, 11:30 am
ପାଗ ଥଣ୍ଡା ଅଛି, ଗାଁଗୁଡ଼ିକ ଏଠାରୁ ବହୁତ ଦୂରରେ ଅଛି । ତଥାପି ଯେତେ ଦୂର ପର୍ଯ୍ୟନ୍ତ ମୋର ଦୃଷ୍ଟି ପହଞ୍ଚୁଛି, ମତେ କେବଳ ଲୋକମାନେ ହିଁ ଦେଖାଯାଉଛନ୍ତି । ଆପଣମାନେ ଏତେ ବିପୁଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଲେ, ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ ।ଆସାମର କାଲିଆବରଠାରେ ୬୯୫୦ କୋଟି ଟଙ୍କାର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମିପୂଜା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
January 18th, 11:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର କାଲିଆବୋରଠାରେ ୬୯୫୦ କୋଟି ଟଙ୍କା ମୂଲ୍ୟର କାଜିଲଙ୍ଗା ଏଲେଭେଟେଡ୍ କରିଡର ପ୍ରକଳ୍ପ (ଜାତୀୟ ରାଜପଥ-୭୧୫ର କାଲିଆବୋର-ନୁମାଲିଗଡ଼ ସେକ୍ସନର ୪-ଲେନକରଣ)ର ଭୂମିପୂଜା କରିଛନ୍ତି। ଏହି ଅବସରରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ ଏତେ ଅଧିକ ସଂଖ୍ୟକ ଲୋକ ତାଙ୍କୁ ଆଶୀର୍ବାଦ ଦେବାକୁ ଆସିଥିବାରୁ ସେ ଅତ୍ୟନ୍ତ କୃତଜ୍ଞ। ସେ କହିଥିଲେ ଯେ, କାଜିରଙ୍ଗା ପହଞ୍ଚିବା ପରେ ତାଙ୍କର ପୂର୍ବ ସ୍ମତି ତାଜା ହୋଇଯାଇଥିଲା, ଦୁଇବର୍ଷ ତଳେ ସେ କାଜିରଙ୍ଗାରେ ହାସଲ କରିଥିବା ସ୍ମୃତି ତାଙ୍କ ଜୀବନର ସବୁଠାରୁ ଅମୂଲ୍ୟ ସ୍ମୃତି ମଧ୍ୟରେ ଅନ୍ୟତମ। ସେ ଉଲ୍ଲେଖ କରିଥିଲେ ଯେ ସେହି ଗସ୍ତ କାଳରେ ତାଙ୍କୁ କାଜିରଙ୍ଗା ଜାତୀୟ ପାର୍କରେ ଏକ ରାତି କଟାଇବାକୁ ସୁଯୋଗ ମିଳିଥିଲା ଓ ପରବର୍ତ୍ତି ସକାଳରେ ଏକ ହାତୀ ସଫାରୀ ସମୟରେ ସେ ଏହାର ପ୍ରାକୃତିକ ଶୋଭାକୁ ନିକଟରୁ ଦେଖିପାରିଥିଲେ।ଆସନ୍ତା କାଲିଠୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଆସାମ ଗସ୍ତ
January 16th, 02:51 pm
ଜାନୁଆରୀ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ, ପ୍ରଧାନମନ୍ତ୍ରୀ ୬,୯୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମି ପୂଜନ କରିବେ ଏବଂ ନଗାଓଁ ଜିଲ୍ଲାର କାଳିଆବୋରରେ ୨ଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।Cabinet approves 4 laning of Kalibor- Numaligarh section of NH-715 in Assam
October 01st, 03:26 pm
The Cabinet Committee on Economic Affairs (CCEA), chaired by PM Modi, has approved the widening and improvement of the existing carriageway to four lanes on the Kalibor–Numaligarh section of NH-715 in Assam. Upon completion, the project will boost regional economic growth and strengthen connectivity between major tourism, industrial, and economic centers.2047 ରେ ବିକଶିତ ଭାରତର ମାର୍ଗ ଆତ୍ମନିର୍ଭରଶୀଳତା ମାଧ୍ୟମରେ ଯାଇଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
July 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆଉ ଥରେ ଦେଶର ସଫଳତା ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ କଥା ହେବା । ଗତ କିଛି ସପ୍ତାହରେ କ୍ରୀଡ଼ା ହେଉ, ବିଜ୍ଞାନ ହେଉ କିମ୍ବା ସଂସ୍କୃତି ହେଉ, ବହୁତ କିଛି ଏମିତି ହୋଇଛି, ଯାହା ଉପରେ ପ୍ରତ୍ୟେକ ଭାରତବାସୀ ଗର୍ବିତ । ଏବେ ନିକଟରେ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବାକୁ ନେଇ ଦେଶରେ ବହୁତ ଚର୍ଚ୍ଚା ହେଲା । ଶୁଭାଂଶୁ ଯେମିତି ପୃଥିବୀପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇଲେ, ଲୋକେ ଉତ୍ସାହିତ ହୋଇଉଠିଲେ । ପ୍ରତ୍ୟେକ ହୃଦୟରେ ଖୁସିର ଲହରି ଖେଳିଗଲା । ସମଗ୍ର ଦେଶ ଗର୍ବରେ ପରିପୂର୍ଣ୍ଣ ହୋଇଗଲା । ମୋର ମନେଅଛି, ଯେତେବେଳେ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଥିଲା, ସେତେବେଳେ ଦେଶରେ ଗୋଟିଏ ନୂଆ ବାତାବରଣ ସୃଷ୍ଟି ହୋଇଥିଲା । ବିଜ୍ଞାନକୁ ନେଇ, ମହାକାଶକୁ ନେଇ ପିଲାମାନଙ୍କ ମନରେ ଏକ ନୂଆ ଜିଜ୍ଞାସା ମଧ୍ୟ ଜାଗ୍ରତ ହୋଇଥିଲା । ଏବେ ଛୋଟ ଛୋଟ ପିଲାମାନେ କହୁଛନ୍ତି, ଆମେ ବି ମହାକାଶକୁ ଯିବୁ । ଆମେ ବି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବୁ – ମହାକାଶ ବିଜ୍ଞାନୀ ହେବୁ ।BJP government is not only developing Assam but also serving the ‘Tea Tribe’ community: PM Modi in Guwahati
February 24th, 06:40 pm
PM Modi participated in the Jhumoir Binandini 2025, a Mega Jhumoir programme in Guwahati. PM Modi praised the impressive preparations by all the artists of the Jhumoir. PM also spoke about the pride of Assam, the brave warrior Lachit Borphukan. He exclaimed Assamese language being granted the status of a classical language and Charaideo Moidam being included in the UNESCO World Heritage list, as significant achievements of their Government. PM assured their Government is developing Assam and serving the 'Tea Tribe' community as well.ଆସାମର ଗୁଆହାଟୀ ଠାରେ ଝୁମୋଇର ବିନାନ୍ଦିନୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 24th, 06:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୁଆହାଟୀ ଠାରେ ଏକ ମେଗା ଝୁମୋଇର କାର୍ଯ୍ୟକ୍ରମ, ଝୁମୋଇର ବିନାନ୍ଦିନୀ ୨୦୨୫ ରେ ଅଂଶଗ୍ରହଣ କରିଛନ୍ତି । ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଖୁସି, ଉତ୍ସାହ ଓ ଉଦ୍ଦୀପନାଭରା ବାତାବରଣ ସୃଷ୍ଟି ହୋଇଥିଲା। ଝୁମୋଇର ପରିବେଷଣ କରୁଥିବା ସମସ୍ତ କଳାକାରଙ୍କ ଚମତ୍କାର ପ୍ରସ୍ତୁତି ବିଷୟରେ ସେ ଉଲ୍ଲେଖ କରିଥିଲେ, ଯାହା ଚା' ବଗିଚାର ସୁଗନ୍ଧ ଏବଂ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରିଥିଲା । ଝୁମୋଇର ଓ ଚା' ବଗିଚା ସଂସ୍କୃତି ସହିତ ଯେମିତି ଲୋକମାନଙ୍କର ବିଶେଷ ସମ୍ପର୍କ ରହିଛି, ସେହିଭଳି ତାଙ୍କର ମଧ୍ୟ ସମାନ ସମ୍ପର୍କ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଏତେ ସଂଖ୍ୟକ କଳାକାର ଝୁମୋଇର ନୃତ୍ୟ ପରିବେଷଣ କରି ରେକର୍ଡ ସୃଷ୍ଟି କରିବେ। ୨୦୨୩ ମସିହାରେ ଆସାମ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେହି ସମୟରେ ୧୧,୦୦୦ କଳାକାର ବିହୁ ନୃତ୍ୟ ପରିବେଷଣ କରି ଏକ ରେକର୍ଡ ସୃଷ୍ଟି କରିଥିବା ବେଳେ ଏହା ତାଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ ହୋଇ ରହିଯାଇଛି ଏବଂ ସେ ଅନୁରୂପ ଆକର୍ଷଣୀୟ ପ୍ରଦର୍ଶନ ଆଶା କରୁଛନ୍ତି । ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଆସାମ ସରକାର ଏବଂ ଏହାର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ. ଆଜି ଆସାମ ପାଇଁ ଏକ ଗୌରବର ଦିନ, ଚା' ସମ୍ପ୍ରଦାୟ ଏବଂ ଆଦିବାସୀ ଲୋକମାନେ ଏହି ଉତ୍ସବରେ ଅଂଶଗ୍ରହଣ କରୁଛନ୍ତି। ଏହି ସ୍ୱତନ୍ତ୍ର ଦିନରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।ବିଶ୍ୱ ଗଣ୍ଡା ଦିବସ ଅବସରରେ ଗଣ୍ଡା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ
September 22nd, 12:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଗଣ୍ଡା ଦିବସ ଅବସରରେ ଗଣ୍ଡା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିବାକୁ ମଧ୍ୟ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି, ଯେଉଁଠାରେ ଭାରତରେ ଗୋଟିଏ ଶିଙ୍ଗ ଥିବା ଗଣ୍ଡାର ସର୍ବାଧିକ ସଂଖ୍ୟା ରହିଛି ।ଆସାମର ଜୋରହାଟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 09th, 01:50 pm
ଆପଣମାନେ ସମସ୍ତେ ମୋତେ ଆଶୀର୍ବାଦ ଦେବା ପାଇଁ ଏତେ ସଂଖ୍ୟାରେ ଆସିଛନ୍ତି । ମୁଁ ମୁଣ୍ଡ ନୁଆଁଇ ଆପଣମାନକୁ କୃତଜ୍ଞତା ଜଣାଉଛି । ଆଉ ଏବେ ମୁଖ୍ୟମନ୍ତ୍ରୀ ମୋତେ କହୁଥିଲେ ଯେ ୨୦୦ଟି ସ୍ଥାନରେ ଲକ୍ଷ ଲକ୍ଷ ଲୋକ ବସିଛନ୍ତି, ଯେଉଁମାନେ ଭିଡିଓ ମାଧ୍ୟମରେ ଏହି ବିକାଶ ମହୋତ୍ସବରେ ଅଂଶୀଦାର ହେଉଛନ୍ତି । ମୁଁ ମଧ୍ୟ ସେମାନଙ୍କୁ ସ୍ୱାଗତ କରୁଛି। ଏବଂ ମୁଁ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ଦେଖିଲି ... ଗୋଲାଘାଟବାସୀ କିପରି ହଜାର ହଜାର ଦୀପ ପ୍ରଜ୍ୱଳନ କରିଥିଲେ। ଆସାମବାସୀଙ୍କ ଏହି ସ୍ନେହ ଓ ଆତ୍ମୀୟତା ହିଁ ମୋର ସବୁଠାରୁ ବଡ଼ ସମ୍ପତ୍ତି। ଆଜି ମୁଁ ଆସାମବାସୀଙ୍କ ପାଇଁ ୧୭,୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର ସୁଯୋଗ ପାଇଛି । ଏଥିରେ ସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଏବଂ ପେଟ୍ରୋଲିୟମ ସମ୍ବନ୍ଧୀୟ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହା ଆସାମରେ ବିକାଶର ଗତିକୁ ଆହୁରି ତ୍ୱରାନ୍ୱିତ କରିବ । ଏହି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମୁଁ ଆସାମର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଛି ।ଆସାମର ଜୋରହାଟରେ ୧୭,୫୦୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
March 09th, 01:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଜୋରହାଟଠାରେ ୧୭,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଆଜିର ବିକାଶ ପ୍ରକଳ୍ପଗୁଡ଼ିକରେ ସ୍ୱାସ୍ଥ୍ୟ, ତୈଳ ଓ ଗ୍ୟାସ, ରେଳ ଏବଂ ଗୃହ ନିର୍ମାଣ କ୍ଷେତ୍ର ଅନ୍ତର୍ଭୁକ୍ତ ।ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
March 09th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆସାମର ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିଛନ୍ତି । କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିବା ସହ ଏହାର ପରିବେଶର ଅତୁଳନୀୟ ସୌନ୍ଦର୍ଯ୍ୟ ଅନୁଭବ କରିବାକୁ ଶ୍ରୀ ମୋଦୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ। ସଂରକ୍ଷଣ ପ୍ରୟାସରେ ଅଗ୍ରଣୀ ମହିଳା ବନରକ୍ଷୀ ଦଳ ବନ ଦୁର୍ଗାଙ୍କ ସହ ଆଲୋଚନା କରିବା ସହ ପ୍ରାକୃତିକ ଐତିହ୍ୟର ସୁରକ୍ଷାରେ ସେମାନଙ୍କ ନିଷ୍ଠା ଓ ସାହସକୁ ପ୍ରଶଂସା କରିଥିଲେ। ଲକ୍ଷିମାଇ, ପ୍ରଦ୍ୟୁମ୍ନ ଓ ଫୁଲମାଇ ହାତୀଙ୍କୁ ଆଖୁ ଖାଇବାକୁ ଦେଉଥିବାର ଝଲକ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସେୟାର କରିଛନ୍ତି।ମାର୍ଚ୍ଚ ୮ ରୁ ୧୦ ପର୍ଯ୍ୟନ୍ତ ଆସାମ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 08th, 04:12 pm
ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରିବେ । ମାର୍ଚ୍ଚ ୯ ତାରିଖ ସକାଳ ପ୍ରାୟ ୫ଟା ୪୫ରେ ପ୍ରଧାନମନ୍ତ୍ରୀ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ । ପୂର୍ବାହ୍ନ ସାଢ଼େ ୧୦ଟାରେ ଇଟାନଗରରେ ସେ 'ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ' କାର୍ଯ୍ୟକ୍ରମରେ ଯୋଗ ଦେବେ, ଯେଉଁଠାରେ ସେ ସେଲା ଟନେଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଉନ୍ନତି ଯୋଜନାର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ସେ ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶରେ ପାଖାପାଖି ୫୫,୬୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ଜୋରହାଟରେ ପହଂଚି ପ୍ରସିଦ୍ଧ ଆହୋମ ଜେନେରାଲ ଲଚିତ୍ ବୋରଫୁକାନଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ସେ ଜୋରହାଟରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଆସାମରେ ୧୭,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ।