ଦିଲ୍ଲୀ ଯଶୋଭୂମି ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 04th, 10:45 am
ମୋ କ୍ୟାବିନେଟ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆଜୀ, ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପ୍ରେମାସାନିଜୀ, ବିଭିନ୍ନ ରାଜ୍ୟର ପ୍ରତିନିଧିଗଣ, ବିଦେଶାଗତ ଅତିଥି, ଟେଲିକମ ସେକ୍ଟର ସହ ଜଡିତ ସମସ୍ତ ମାନ୍ୟ ଗଣ୍ୟଗଣ, ବିଭିନ୍ନ କଲେଜରୁ ଆସିଥିବା ଯୁବ ବନ୍ଧୁଗଣ, ଭଦ୍ର ମହିଳା ଓ ଅନ୍ୟମାନେ ।କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ୬୨୦୦୦ କୋଟି ଟଙ୍କାରୁ ଅଧିକ ଯୁବ-କୈନ୍ଦ୍ରିକ ପଦକ୍ଷେପର ଆରମ୍ଭ
October 04th, 10:29 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଦକ୍ଷତା ସମାବର୍ତ୍ତନ ସମାରୋହରେ ୬୨ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଯୁବ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ କରିଛନ୍ତି। ଦେଶବ୍ୟାପୀ ଲକ୍ଷ ଲକ୍ଷ ଆଇଟିଆଇ ଛାତ୍ରଛାତ୍ରୀ, ବିହାରର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ, କିଛି ବର୍ଷ ପୂର୍ବେ ସରକାର ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଧରଣର ସମାବର୍ତ୍ତନ ସମାରୋହ ଆୟୋଜନ କରିବାର ଏକ ନୂତନ ପରମ୍ପରା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଆଜି ସେହି ପରମ୍ପରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି।ପ୍ରଧାନମନ୍ତ୍ରୀ ୪ ଅକ୍ଟୋବରରେ ୬୨,୦୦୦ କୋଟିରୁ ଅଧିକ ମୂଲ୍ୟର ଯୁବ-କେନ୍ଦ୍ରିକ ପଦକ୍ଷେପ ଶୁଭାରମ୍ଭ କରିବେ
October 03rd, 03:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଐତିହାସିକ ଯୁବ ବିକାଶ ପଦକ୍ଷେପର ଅଂଶ ସ୍ୱରୂପ ୬୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଯୁବ-କୈନ୍ଦ୍ରିକ ପଦକ୍ଷେପ ଶୁଭାରମ୍ଭ କରିବେ। ଏହି ପଦକ୍ଷେପଗୁଡ଼ିକ ଦେଶବ୍ୟାପୀ ଶିକ୍ଷା, ଦକ୍ଷତା ଏବଂ ଉଦ୍ୟୋଗୀତାକୁ ଏକ ନିର୍ଣ୍ଣାୟକ ପ୍ରୋତ୍ସାହନ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ଆୟୋଜିତ ଜାତୀୟ ଦକ୍ଷତା ସମାବର୍ତ୍ତନର ଚତୁର୍ଥ ସଂସ୍କରଣ କୌଶଳ ସମାବର୍ତ୍ତନ ମଧ୍ୟ ଅନୁଷ୍ଠିତ ହେବ। ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ମନ୍ତ୍ରଣାଳୟ ଅଧୀନରେ ଥିବା ୪୬ଟି ଅଖିଳ ଭାରତୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନକୁ ସମ୍ମାନିତ କରାଯିବ।କୌଶଳ ଦୀକ୍ଷାନ୍ତ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
October 12th, 01:00 pm
ଦକ୍ଷତା ବିକାଶର ଏହି ଉତ୍ସବ ହେଉଛି ନିଜକୁ ନିଜ ମଧ୍ୟରେ ଅଦ୍ୱିତୀୟ । ସମଗ୍ର ଦେଶରେ କୌଶଳ ବିକାଶ ସହିତ ଜଡ଼ିତ ସଂସ୍ଥାନଗୁଡ଼ିକର ଏଭଳି ପାରସ୍ପରିକ କୌଶଳ ଦୀକ୍ଷାନ୍ତ ସମାରୋହ, ହେଉଛି ଏକ ବହୁତ ହିଁ ପ୍ରଶଂସନୀୟ ଶୁଭାରମ୍ଭ । ଏହା ଆଜିକାର ଭାରତର ପ୍ରାଥମିକତା ଗୁଡ଼ିକୁ ମଧ୍ୟ ଦର୍ଶାଉଛି । ଏହି ଆୟୋଜନରେ ଦେଶର ହଜାର- ହଜାର ଯୁବକ ଟେକ୍ନୋଲୋଜି ମାଧ୍ୟମରେ ଯୋଡ଼ି ହୋଇଛନ୍ତି । ମୁଁ ସମସ୍ତ ଯୁବକଙ୍କୁ ଉନ୍ନତ ଭବିଷ୍ୟତ ପାଇଁ ବହୁତ- ବହୁତ ଶୁଭକାମନା ଜଣାଉଛି ।ଭିଡିଓ ବାର୍ତ୍ତା ମାଧ୍ୟମରେ କୌଶଳ ଦୀକ୍ଷାନ୍ତ ସମାରୋହ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 12th, 12:49 pm
ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦକ୍ଷତା (କୌଶଳ) ବିକାଶର ଏକ ଉତ୍ସବ । ଏହା ଆପଣା ଢଙ୍ଗରେ ଅଦ୍ୱିତୀୟ । ଦେଶର ବିଭିନ୍ନ ଦକ୍ଷତା ବିକାଶ ଅନୁଷ୍ଠାନ ପକ୍ଷରୁ ଆଜି ଯେଉଁ ମିଳିତ ଦୀକ୍ଷାନ୍ତ ସମାରୋହ ଆୟୋଜନ କରାଯାଇଛି ତାହା ବେଶ୍ ସ୍ୱାଗତଯୋଗ୍ୟ । ଏହି କୌଶଳ ଦୀକ୍ଷାନ୍ତ ସମାରୋହ ଆଜିକାର ଭାରତର ଅଗ୍ରାଧିକାରକୁ ପ୍ରତିଫଳିତ କରୁଛି । ଏହି ସମାରୋହରେ ଭାଗ ନେଇଥିବା ହଜାର ହଜାର ଯୁବକ ଯୁବତୀଙ୍କୁ ସେ ଶୁଭେଚ୍ଛା ଜ୍ଞାପନ କରିଥିଲେ ।