The development of Delhi is linked to the image of the entire country: PM Modi

March 08th, 03:54 pm

PM Modi launched multiple development projects worth ₹33,500 crore in Delhi, ranging from the expansion of the Metro network to the construction of modern residential complexes for government employees. He highlighted the landmark achievement of creating 3 crore “Lakhpati Didis” and expressed concern over the disrespect shown by the West Bengal government toward the President of India. He called upon everyone to work towards fulfilling national resolutions.

PM Modi inaugurates, lays the foundation stone of multiple development projects worth around ₹33,500 crore in Delhi

March 08th, 10:26 am

PM Modi launched multiple development projects worth ₹33,500 crore in Delhi, ranging from the expansion of the Metro network to the construction of modern residential complexes for government employees. He highlighted the landmark achievement of creating 3 crore “Lakhpati Didis” and expressed concern over the disrespect shown by the West Bengal government toward the President of India. He called upon everyone to work towards fulfilling national resolutions.

ନ୍ୟୁଜ୍ ୧୮ ରାଇଜିଂ ଭାରତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 27th, 08:30 pm

ନେଟୱାର୍କ ୧୮ର ସମସ୍ତ ସାମ୍ବାଦିକ, ଏହି ବ୍ୟବସ୍ଥାର ତଦାରଖ କରୁଥିବା ସମସ୍ତ ସହକର୍ମୀ, ଏଠାରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥିମାନେ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !

ନେଟ୍‌ଓ୍ବର୍କ ୧୮ ରାଇଜିଂ ଭାରତ ସମିଟ୍‌ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 27th, 08:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଇଜିଂ ଭାରତ ସମିଟ୍‌ରେ ଉଦବୋଧନ ଦେଇଥିଲେ, ଯାହାର ଶୀର୍ଷକ ଥିଲା ‘ଅନ୍ତର୍ନିହିତ ସାମର୍ଥ୍ୟ’। ଗତ ୧୧ ବର୍ଷରେ ଭାରତର ଯାତ୍ରାକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଦେଶର ସାମର୍ଥ୍ୟକୁ ପୁଣି ହାସଲ କରିବା, ଆର୍ଥିକ ଆତ୍ମନିର୍ଭରଶୀଳତା ଓ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ରୋଡମ୍ୟାପ୍‌ ସମ୍ପର୍କରେ ଆଲୋଚନା କରିଥିଲେ।

ସେବା ତୀର୍ଥ ଏବଂ କାର୍ତ୍ତବ୍ୟ ଭବନ-୧ ଏବଂ ୨ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 13th, 06:55 pm

ଆଜି, ଆମେ ସମସ୍ତେ ଏକ ନୂତନ ଇତିହାସ ସୃଷ୍ଟି ହେବାର ଦେଖୁଛୁ । ଆଜି ବିକ୍ରମ ସଂବତ୍ ଦୁଇ ହଜାର ବୟାଅଶୀ, ଫାଲଗୁନ କୃଷ୍ଣ ପକ୍ଷ ,ବିଜୟା ଏକାଦଶୀ ,ଏହି ପବିତ୍ର ଦିନରେ, ଯାହା ମାଘ ଚବିଶ, ଶାକ ସଂବତ୍ ଉଣେଇଶ ଶହ ସତଚାଳିଶର ପୂଣ୍ୟ ଅବସର, ଏବଂ ଆଜିର ପ୍ରଚଳିତ ଭାଷାରେ ମୁଁ ଯଦି କହିବି ତେବେ, ସାଧାରଣ କ୍ୟାଲେଣ୍ଡରରେ ଫେବୃଆରୀ ୧୩ର ଏହି ଦିନ, ଭାରତର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭରେ ସାକ୍ଷି ହୋଇ ରହୁଛି । ଆମର ଏଠାରେ ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି, ଏହି ଦିନରେ ଯେଉଁ ସଂକଳ୍ପ ନେଇ ଆଗକୁ ବଢିଥାଉ, ସେଥିରେ ବିଜୟ ଅବଶ୍ୟ ହୋଇଥାଏ । ଆଜି, ଆମେ ମଧ୍ୟ ଏକ ବିକଶିତ ଭାରତର ସଂକଳ୍ପ ସହିତ ସେବା ତୀର୍ଥ ଏବଂ କାର୍ତ୍ତବ୍ୟ ଭବନରେ ପ୍ରବେଶ କରୁଛୁ। ଆମ ମିଶନରେ ବିଜୟର ଦିବ୍ୟ ଆଶୀର୍ବାଦ ଆମ ସହିତ ଅଛି। ସେବା ତୀର୍ଥ ଏବଂ ନୂତନ କୋଠାର ଉଦଘାଟନ ପାଇଁ ମୁଁ ଆପଣସମସ୍ତଙ୍କୁ, ପିଏମଓଙ୍କର ସମସ୍ତ ଦଳକୁ, କ୍ୟାବିନେଟ ସଚିବାଳୟ ଏବଂ ବିଭିନ୍ନ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି। ଏହାର ନିର୍ମାଣରେ ଯୋଗଦାନ ଦେଇଥିବା ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ମଧ୍ୟ ମୁଁ ମୋର କୃତଜ୍ଞତା ଜଣାଉଛି।

ନୂଆଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ - ୧ ଏବଂ ୨ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 13th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ - ୧ ଏବଂ ୨ର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆଜି ସମସ୍ତେ ଏକ ନୂତନ ଇତିହାସ ସୃଷ୍ଟିର ସାକ୍ଷୀ ହେଉଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ୨୦୮୨ ବିକ୍ରମ ସମ୍ବତ୍, ଫାଲଗୁନ କୃଷ୍ଣ ପକ୍ଷ ସମୟରେ, ବିଜୟା ଏକାଦଶୀର ପବିତ୍ର ଅବସରରେ, ମାଘ ୨୪ ଏବଂ ୧୯୪୭ ଶାକ ସମ୍ୱତ, ଯାହା ବର୍ତ୍ତମାନର କ୍ୟାଲେଣ୍ଡରରେ ୨୦୨୬ ଫେବୃଆରୀ ୧୩, ଦିନଟି ଭାରତର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭର ସାକ୍ଷୀ ହୋଇଛି। ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି, କାରଣ ଏହି ଦିନରେ ନିଆଯାଇଥିବା ସଂକଳ୍ପ ସର୍ବଦା ବିଜୟ ଆଡ଼କୁ ନେଇଥାଏ। ଆଜି, ଏକ ବିକଶିତ ଭାରତର ସଂକଳ୍ପ ସହିତ, ସମସ୍ତେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନରେ ପ୍ରବେଶ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ଲକ୍ଷ୍ୟରେ ବିଜୟ ପାଇଁ ଦିବ୍ୟ ଆଶୀର୍ବାଦ ସେମାନଙ୍କ ସହିତ ଅଛି। ସେ ସେବା ତୀର୍ଥ ଏବଂ ନୂତନ କୋଠା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ ସଚିବାଳୟ ଏବଂ ବିଭିନ୍ନ ବିଭାଗର କର୍ମଚାରୀଙ୍କ ସମେତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ନିର୍ମାଣ ସହିତ ଜଡିତ ସମସ୍ତ ଇଞ୍ଜିନିୟର ଏବଂ ଶ୍ରମିକ ସହକର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ଫେବୃଆରୀ ୧୩ରେ ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12th, 12:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ଫେବୃଆରୀ, ୨୦୨୬ ଅପରାହ୍ନ ପ୍ରାୟ ୧:୩୦ ସମୟରେ ‘ସେବା ତୀର୍ଥ’ ଭବନ ପରିସରର ନାମ ଉନ୍ମୋଚନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ। ଏହା ସହ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ‘ସେବା ତୀର୍ଥ’ଠାରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ।

Cabinet approves three new corridors as part of Delhi Metro’s Phase V (A) Project

December 24th, 03:25 pm

The Union Cabinet approved three new corridors - 1. R.K Ashram Marg to Indraprastha (9.913 Kms), 2. Aerocity to IGD Airport T-1 (2.263 kms) 3. Tughlakabad to Kalindi Kunj (3.9 kms) as part of Delhi Metro’s Phase – V(A) project consisting of 16.076 kms which will further enhance connectivity within the national capital. Total project cost of Delhi Metro’s Phase – V(A) project is Rs.12014.91 crore, which will be sourced from Government of India, Government of Delhi, and international funding agencies.

ୟୁଇଆର୍-II ଏବଂ ଦ୍ୱାରିକା ଏକ୍ସପ୍ରେସ-ୱେର ଦିଲ୍ଲୀ ସେକ୍ସନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 17th, 12:45 pm

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ନୀତିନ ଗଡ଼କରୀ ଜୀ, ହରିୟାଣାର ମୁଖ୍ୟମନ୍ତ୍ରୀ ନୟବ ସିଂହ ସୈନୀ ଜୀ, ଦିଲ୍ଲୀର ଉପ ରାଜ୍ୟପାଳ ବିନୟ ସକ୍ସେନା ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭଉଣୀ ରେଖା ଗୁପ୍ତା ଜୀ, କେନ୍ଦ୍ରରେ ମନ୍ତ୍ରୀ ପରିଷଦର ମୋର ସହଯୋଗୀ ଅଜୟ ଟମ୍ମା ଜୀ, ହର୍ଷ ମାଲହୋତ୍ରା ଜୀ, ଦିଲ୍ଲୀ ଏବଂ ହରିୟାଣାର ସାଂସଦଗଣ, ଉପସ୍ଥିତ ମନ୍ତ୍ରୀଗଣ, ଅନ୍ୟ ଜନ ପ୍ରତିନିଧିଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧,୦୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି

August 17th, 12:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ରୋହିଣୀ ଠାରେ ପ୍ରାୟ ୧୧,୦୦୦ କୋଟି ଟଙ୍କା ମୂଲ୍ୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ସ୍ଥାନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ, କହିଥିଲେ ଯେ ଏକ୍ସପ୍ରେସୱେର ନାମ ଦ୍ୱାରକା ଏବଂ ଏହି କାର୍ଯ୍ୟକ୍ରମ ରୋହିଣୀରେ ଅନୁଷ୍ଠିତ ହେଉଛି। ସେ ଜନ୍ମାଷ୍ଟମୀର ଉତ୍ସବର ବାତାବରଣ ଉପରେ ଆଲୋକପାତ କରିଥିଲେ ଏବଂ ସେ ନିଜେ ଦ୍ୱାରକାଧୀଶଙ୍କ ଭୂମିରୁ ଆସିଥିବା ସଂଯୋଗ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ବାତାବରଣ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଗଭୀର ଭାବରେ ପ୍ରଭାବିତ ହୋଇଛି।

ନୂଆଦିଲ୍ଲୀରେ ସାଂସଦମାନଙ୍କ ପାଇଁ ନବନିର୍ମିତ ଫ୍ଲାଟଗୁଡ଼ିକର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 11th, 11:00 am

କାର୍ଯ୍ୟକ୍ରମରେ ଉପସ୍ଥିତ ଶ୍ରୀ ଓମ ବିର୍ଲା ଜୀ, ମନୋହର ଲାଲ ଜୀ, କିରେନ ରିଜିଜୁ ଜୀ, ମହେଶ ଶର୍ମା ଜୀ, ସଂସଦରେ ସମସ୍ତ ସମ୍ମାନିତ ସାଂସଦଗଣ, ଲୋକସଭାର ମହାସଚିବ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିମାନେ !

ନୂଆଦିଲ୍ଲୀରେ ସାଂସଦଙ୍କ ପାଇଁ ନବନିର୍ମିତ ଫ୍ଲାଟଗୁଡିକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 11th, 10:30 am

ପ୍ରଧାନମନ୍ତ୍ରୀ ବାବା ଖରକ ସିଂହ ମାର୍ଗରେ ସାଂସଦମାନଙ୍କ ପାଇଁ ନବନିର୍ମିତ ୧୮୪ଟି ଟାଇପ୍ - ୭ ବହୁତଳ ବିଶିଷ୍ଟ ଫ୍ଲାଟ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ କିଛି ଦିନ ତଳେ କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ ଭାବରେ ଜଣାଶୁଣା ସାଧାରଣ କେନ୍ଦ୍ରୀୟ ସଚିବାଳୟକୁ ଉଦଘାଟନ କରିଥିଲେ ଏବଂ ଆଜି ତାଙ୍କୁ ସାଂସଦମାନଙ୍କ ପାଇଁ ଏକ ନବନିର୍ମିତ ଆବାସିକ କମ୍ପ୍ଲେକ୍ସ ଉଦଘାଟନ କରିବାର ସୁଯୋଗ ମିଳିଛି। ଭାରତର ଚାରୋଟି ମହାନ ନଦୀର ନାମ, ଯଥା : କୃଷ୍ଣା, ଗୋଦାବରୀ, କୋଶୀ ଏବଂ ହୁଗଳି ନାମରେ ନାମିତ ହୋଇଥିବା ଏହି କମ୍ପ୍ଲେକ୍ସର ଚାରୋଟି ଟାୱାର ସମ୍ପର୍କରେ ସେ ଉଲ୍ଲେଖ କରି କହିଥିଲେ ଯେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ଦେଉଥିବା ଏହି ନଦୀଗୁଡ଼ିକ ଏବେ ଜନପ୍ରତିନିଧିଙ୍କ ଜୀବନରେ ଆନନ୍ଦର ଏକ ନୂତନ ଧାରା ପ୍ରବାହିତ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନଦୀକୁ ନେଇ ନାମକରଣ ପରମ୍ପରା ଦେଶକୁ ଏକତାର ସୂତ୍ରରେ ବାନ୍ଧିଥାଏ। ନୂତନ କମ୍ପ୍ଲେକ୍ସ ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ଜୀବନଧାରଣର ସହଜତା ବୃଦ୍ଧି କରିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ସରକାରୀ ବାସଗୃହର ଉପଲବ୍ଧତା ଏବେ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଫ୍ଲାଟ ନିର୍ମାଣରେ ସାମିଲ ହୋଇଥିବା ଯନ୍ତ୍ରୀ ଏବଂ ଶ୍ରମଜୀବୀଙ୍କୁ ପ୍ରକଳ୍ପ ସମାପ୍ତ କରିବାରେ ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ।

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ କର୍ତ୍ତବ୍ୟ ଭବନର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 06th, 07:00 pm

କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସହଯୋଗୀଗଣ, ଉପସ୍ଥିତ ମାନ୍ୟବର ସାଂସଦଗଣ, ସରକାରଙ୍କ ସମସ୍ତ କର୍ମଚାରୀଗଣ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଓ ଭଦ୍ରବ୍ୟକ୍ତିଗଣ!

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 06th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ-୩ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଅଗଷ୍ଟ ମାସ ହେଉଛି ବିପ୍ଳବର ମାସ। ଅଗଷ୍ଟ ୧୫ ତାରିଖ ପୂର୍ବରୁ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ଆସିଛି। ଭାରତ ଏକ ଆଧୁନିକ ଭାରତ ଗଠନ ସହିତ ଜଡିତ ଅନେକ ପ୍ରମୁଖ ସଫଳତାକୁ ଦେଖୁଛି। ନୂଆଦିଲ୍ଲୀ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ନିକଟରେ ହୋଇଥିବା ଭିତ୍ତିଭୂମି ସମ୍ବନ୍ଧୀୟ ସ୍ଥାନଗୁଡ଼ିକର ତାଲିକା ଦେଇଥିଲେ। କର୍ତ୍ତବ୍ୟ ପଥ, ନୂତନ ସଂସଦ ଭବନ, ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସ, ଭାରତ ମଣ୍ଡପମ୍, ଯଶୋଭୂମି, ସହିଦମାନଙ୍କ ପାଇଁ ଉତ୍ସର୍ଗୀକୃତ ଜାତୀୟ ଯୁଦ୍ଧ ସ୍ମାରକୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଏବଂ ବର୍ତ୍ତମାନର କର୍ତ୍ତବ୍ୟ ଭବନ ବିଷୟରେ ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏଗୁଡ଼ିକ କେବଳ ନୂତନ କୋଠା କିମ୍ବା ନିୟମିତ ଭିତ୍ତିଭୂମି ନୁହେଁ । ଅମୃତ କାଳରେ, ଏକ ବିକଶିତ ଭାରତକୁ ଗଢ଼ି ତୋଳିବା ପାଇଁ ନୀତିଗୁଡ଼ିକ ଏହି ଢାଞ୍ଚାଗୁଡ଼ିକରେ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ଦଶନ୍ଧିରେ ଦେଶର ଗତିପଥ ଏହି ଅନୁଷ୍ଠାନଗୁଡ଼ିକରୁ ସ୍ଥିର କରାଯିବ। ସେ କର୍ତ୍ତବ୍ୟ ଭବନର ଉଦ୍‌ଘାଟନରେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହାର ନିର୍ମାଣରେ ସମ୍ପୃକ୍ତ ଥିବା ଇଞ୍ଜିନିୟର ଏବଂ ଶ୍ରମଜୀବୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

August 06th, 12:15 pm

କର୍ତ୍ତବ୍ୟ ଭବନ ଜନସେବା ପ୍ରତି ଆମର ଅତୁଟ ସଂକଳ୍ପକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 04th, 05:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬ ଅଗଷ୍ଟ ପ୍ରାୟ ୧୨.୧୫ ସମୟରେ ଦିଲ୍ଲୀର କର୍ତ୍ତବ୍ୟ ପଥସ୍ଥିତ କର୍ତ୍ତବ୍ୟ ଭବନ ପରିଦର୍ଶନ କରି ଏହାର ଉଦଘାଟନ କରିବେ। ଏହା ପରେ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ସେ କର୍ତ୍ତବ୍ୟ ପଥଠାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ।