ରାଜସ୍ଥାନର ବିକାନେରରେ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 22nd, 12:00 pm
ରାଜସ୍ଥାନର ରାଜ୍ୟପାଳ ହରିଭାଉ ବାଗଡେ ଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭଉଣୀ ବସୁନ୍ଧରା ରାଜେ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସାଥି ଅଶ୍ୱିନୀ ବୈଷ୍ଣବ ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଜୀ, ପ୍ରେମ ଚାନ୍ଦ ଜୀ, ରାଜସ୍ଥାନ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସାଥି ମଦନ ରାଠୋର ଜୀ, ଅନ୍ୟ ସାଂସଦମାନେ ଏବଂ ବିଧାୟକଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।ରାଜସ୍ଥାନର ବିକାନେର ଠାରେ 26,000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 22nd, 11:30 am
ରାଜସ୍ଥାନର ବିକାନେର ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 26,000 କୋଟି ଟଙ୍କାର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଦେଶକୁ ସମର୍ପଣ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ, ସେ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶାଳ ସମାବେଶକୁ ସ୍ୱାଗତ କରିଥିଲେ, ଏବଂ 18ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଅନଲାଇନରେ ଯୋଗ ଦେଇଥିବା ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣକୁ ସ୍ୱୀକାର କରିଥିଲେ। ସେ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଏବଂ ଅନ୍ୟାନ୍ୟ ଜନପ୍ରତିନିଧିଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସମସ୍ତ ସମ୍ମାନିତ ବ୍ୟକ୍ତି ଏବଂ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଆସନ୍ତା ମେ ୨୨ରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
May 20th, 01:06 pm
ଆସନ୍ତା ୨୨ ତାରିଖରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ ୧୧ଟାରେ ସେ ବିକାନେର ଯାଇ ଦେଶନୋକେଠାରେ ରହିଥିବା କର୍ଣ୍ଣି ମଠ ପରିଦର୍ଶନ କରିବେ । ପରେ ସାଢେ ୧୧ଟା ବେଳକୁ ଅମ୍ରିତ ଭାରତ ଷ୍ଟେସନ ସ୍କିମ ଯୋଜନା ଅଧୀନରେ ପୁନର୍ଗଠିତ ଦେଶନୋକେ ଷ୍ଟେସନର ଲୋକାର୍ପଣ କରିବେ ଓ ସବୁଜ ପତାକା ଦେଖାଇ ବିକାନେର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ପରେ ପଲାନାରେ ୨୬ ହଜାର କୋଟି ଟଙ୍କାର ବିଭିନ୍ନ ବହୁମୁଖୀ ଯୋଜନାର ଶିଳାନ୍ୟାସ, ଭିତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି ।