ପ୍ରିନ୍ସ କରିମ୍ ଆଗା ଖାନ୍ ଚତୁର୍ଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
February 05th, 04:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରିନ୍ସ କରିମ୍ ଆଗା ଖାନ୍ ଚତୁର୍ଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଭାବରେ ପ୍ରଶଂସା କରିଛନ୍ତି, ଯିଏ ନିଜ ଜୀବନକୁ ସେବା ତଥା ଆଧ୍ୟାତ୍ମିକତା ପାଇଁ ଉତ୍ସର୍ଗ କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ସଶକ୍ତିକରଣ ଭଳି କ୍ଷେତ୍ରରେ ତାଙ୍କ ଅବଦାନକୁ ସେ ପ୍ରଶଂସା କରିଛନ୍ତି ।