କନ୍ନଡ ରାଜ୍ୟତ୍ସୋବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

November 01st, 09:37 am

ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ଦିନଟି ଉତ୍କୃଷ୍ଟତା ଏବଂ ପରିଶ୍ରମୀ ପ୍ରକୃତିର ଭାବନାକୁ ପାଳନ କରେ ଯାହା ପାଇଁ କର୍ଣ୍ଣାଟକର ଲୋକମାନେ ବେଶ୍ ଜଣାଶୁଣା । ଏଥିସହ ରାଜ୍ୟର ଉତ୍କୃଷ୍ଟ ସଂସ୍କୃତି ଏହାର ସାହିତ୍ୟ, କଳା, ସଙ୍ଗୀତ ଆଦି କ୍ଷେତ୍ରରେ ପ୍ରତିଫଳିତ ହେଉଛି । କର୍ଣ୍ଣାଟକ ଜ୍ଞାନରେ ନିହିତ ପ୍ରଗତିର ଭାବନାକୁ ମୂର୍ତ୍ତିମନ୍ତ କରିଥାଏ । ଏଥିସହ ସେ ରାଜ୍ୟର ଲୋକମାନଙ୍କର ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ ।