PM Modi expresses gratitude to world leaders for birthday wishes

September 17th, 03:03 pm

The Prime Minister Shri Narendra Modi expressed his gratitude to the world leaders for greetings on his 75th birthday, today.

ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି

July 05th, 09:02 am

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମାନନୀୟ କମଳା ପର୍ସାଦ-ବିସେସାରଙ୍କ ନିମନ୍ତ୍ରଣରେ ୩ ଓ ୪ ଜୁଲାଇ ୨୦୨୫ରେ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟକୁ ସରକାରୀ ଗସ୍ତ କରିଥିଲେ।

ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା

July 04th, 11:51 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୋର୍ଟ ଅଫ୍ ସ୍ପେନର ରେଡ ହାଉସରେ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ କମଳା ପର୍ସାଦ-ବିସେସାରଙ୍କୁ ସାକ୍ଷାତ କରିଛନ୍ତି । ସାମ୍ପ୍ରତିକ ନିର୍ବାଚନରେ ​​ବିଜୟ ପରେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ପ୍ରଧାନମନ୍ତ୍ରୀ କମଳା ପର୍ସାଦ-ବିସେସାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ତାଙ୍କୁ ଦିଆଯାଇଥିବା ଭବ୍ୟ ସ୍ୱାଗତ ପାଇଁ ମଧ୍ୟ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

India and Trinidad & Tobago share a relationship rooted in centuries-old bonds: PM Modi in Parliament of Trinidad & Tobago

July 04th, 09:30 pm

At the invitation of the President of the Senate, H.E. Wade Mark and the Speaker of the House, H.E. Jagdeo Singh, Prime Minister Shri Narendra Modi today addressed the Joint Assembly of the Parliament of Trinidad & Tobago [T&T]. He is the first Prime Minister from India to address the T&T Parliament and the occasion marked a milestone in India-Trinidad & Tobago bilateral relations.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ

July 04th, 09:00 pm

ସିନେଟ ପ୍ରେସିଡେଣ୍ଟ ମହାମହିମ ୱାଡେ ମାର୍କ ଏବଂ ଗୃହର ବାଚସ୍ୱତି ମହାମହିମ ଜଗଦେଓ ସିଂହଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିନିଦାଦ ଓ ଟୋବାଗୋ (ଟି ଆଣ୍ଡ ଟି) ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ତ୍ରିନିଦାଦ ଓ ଟୋବାଗୋର ସଂସଦକୁ ସମ୍ବୋଧିତ କରିବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ଏହି ଅବସର ଭାରତ-ତ୍ରିନିଦାଦ ଓ ଟୋବାଗୋ ଦ୍ୱିପାକ୍ଷିକ ସମ୍ପର୍କର ମାଇଲଖୁଣ୍ଟ ହୋଇ ରହିବ ।

PM Modi conferred with highest national award, the ‘Order of the Republic of Trinidad & Tobago

July 04th, 08:20 pm

PM Modi was conferred Trinidad & Tobago’s highest national honour — The Order of the Republic of Trinidad & Tobago — at a special ceremony in Port of Spain. He dedicated the award to the 1.4 billion Indians and the historic bonds of friendship between the two nations, rooted in shared heritage. PM Modi also reaffirmed his commitment to strengthening bilateral ties.

ପ୍ରଧାନମନ୍ତ୍ରୀ ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିଶେଶରଙ୍କ ଦ୍ୱାରା ଆୟୋଜିତ ପାରମ୍ପରିକ ରାତ୍ରଭୋଜନରେ ଯୋଗ ଦେଲେ

July 04th, 09:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିଶେଶରଙ୍କ ଦ୍ୱାରା ଆୟୋଜିତ ପାରମ୍ପରିକ ରାତ୍ରଭୋଜନରେ ସାମିଲ ହେଲେ । ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋହାରି ପତ୍ରରେ ଭୋଜନ ପରଷା ଯାଇଥିଲା, ଯାହାରକି ତ୍ରିନିଦାଦ ଓ ଟୋବାଗୋର ନାଗରିକ, ବିଶେଷ କରି ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ବହୁତ ସାଂସ୍କୃତିକ ମହତ୍ୱ ରହିଛି ।

ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କୁ ରାମ ମନ୍ଦିର ପ୍ରତିକୃତି ଏବଂ ପବିତ୍ର ଜଳ ଦେଲେ ପ୍ରଧାନମନ୍ତ୍ରୀ

July 04th, 08:57 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିସେସରଙ୍କୁ ଅଯୋଧ୍ୟା ସ୍ଥିତ ରାମମନ୍ଦିରର ଏକ ପ୍ରତିକୃତି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଆୟୋଜିତ ଏକ ରାତିଭୋଜନରେ ଶ୍ରୀ ମୋଦୀ ଏହି ପ୍ରତିକୃତି ପ୍ରଦାନ କରିଛନ୍ତି । ଏଥିସହ ସେ ସରୟୁ ନଦୀ ଏବଂ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭର ପବିତ୍ର ଜଳ ମଧ୍ୟ ପ୍ରଦାନ କରିଛନ୍ତି ।

ତ୍ରିନିଦାଦ ଏବଂ ଟୋବାଗୋରେ ଭାରତୀୟ ସମୁଦାୟଙ୍କୁ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 04th, 05:56 am

ଆଜି ସନ୍ଧ୍ୟାରେ ଆପଣମାନଙ୍କ ସହିତ ରହିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦର ବିଷୟ। ମୁଁ ପ୍ରଧାନମନ୍ତ୍ରୀ କମଲା ଜୀଙ୍କୁ ତାଙ୍କର ସୁନ୍ଦର ଆତିଥ୍ୟ ଏବଂ ସୌହାର୍ଦ୍ଧ୍ୟପୂର୍ଣ୍ଣ କଥା ପାଇଁ ଧନ୍ୟବାଦ ଜଣାଉଛି।

ତ୍ରିନିଦାଦ ଏବଂ ଟୋବାଗୋରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

July 04th, 04:40 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିନିଦାଦ ଏବଂ ଟୋବାଗୋରେ ଭାରତୀୟ ପ୍ରବାସୀମାନଙ୍କର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ କମଳା ପର୍ସାଦ-ବିସେସାର, ତାଙ୍କ କ୍ୟାବିନେଟର ସଦସ୍ୟ, ସାଂସଦ ଏବଂ ଅନେକ ସମ୍ମାନିତ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ, ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀମାନେ ଅସାଧାରଣ ଉତ୍ସାହ ସହିତ ସ୍ୱାଗତ କରିଥିଲେ ଏବଂ ଏକ ରଙ୍ଗୀନ ପାରମ୍ପରିକ ଭାରତ-ତ୍ରିନିଦାଦ ସ୍ୱାଗତ ପ୍ରଦାନ କରିଥିଲେ।

ତ୍ରିନିଦାଦ ଏବଂ ଟୋବାଗୋକୁ ସରକାରୀ ଗସ୍ତରେ ଯାଇ ପୋର୍ଟ ଅଫ୍ ସ୍ପେନ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

July 04th, 02:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩-୪ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ତ୍ରିନିଦାଦ ଏବଂ ଟୋବାଗୋ (ଟିଆଣ୍ଡ୍‌ଟି) ସରକାରୀ ଗସ୍ତରେ ଆଜି ପୋର୍ଟ ଅଫ୍ ସ୍ପେନ୍‌ରେ ପହଞ୍ଚିଛନ୍ତି । ୧୯୯୯ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଟିଆଣ୍ଡଟିକୁ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ପୋର୍ଟ ଅଫ୍ ସ୍ପେନ ବିମାନବନ୍ଦରରେ ପହଞ୍ଚିବା ପରେ, ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରତୀକ ସ୍ୱରୂପ, ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ ଶ୍ରୀମତି କମଲା ପ୍ରସାଦ-ବିସେସର, ତାଙ୍କ କ୍ୟାବିନେଟ୍ ସଦସ୍ୟ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା ଏବଂ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ୱାଗତ କରାଯାଇଥିଲା ।

ଘାନା, ତ୍ରିନିଦାଦ ଓ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିୟା ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ପୂର୍ବ ବିବୃତ୍ତି

July 02nd, 07:34 am

ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମାଙ୍କ ନିମନ୍ତ୍ରଣରେ, ୨-୩ ଜୁଲାଇରେ ମୁଁ ଘାନା ଗସ୍ତ କରିବି । ଗ୍ଲୋବାଲ୍ ସାଉଥରେ ଘାନା ଏକ ପ୍ରମୁଖ ଅଂଶୀଦାର ଏବଂ ଆଫ୍ରିକୀୟ ସଂଘ ତଥା ପଶ୍ଚିମ ଆଫ୍ରିକୀୟ ଦେଶଗୁଡିକର ଅର୍ଥନୈତିକ ସମ୍ପ୍ରଦାୟରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଘାନା ସହିତ ଆମର ଐତିହାସିକ ସମ୍ପର୍କକୁ ଆହୁରି ଗଭୀର କରିବା ଏବଂ ନିବେଶ, ଶକ୍ତି, ସ୍ୱାସ୍ଥ୍ୟ, ସୁରକ୍ଷା, କ୍ଷମତା ନିର୍ମାଣ ତଥା ବିକାଶ ସହଭାଗିତା କ୍ଷେତ୍ର ସମେତ ସହଯୋଗର ନୂତନ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୋର ମତ ଆଦାନପ୍ରଦାନ ପାଇଁ ମୁଁ ଅପେକ୍ଷା କରିଛି । ସହଯୋଗୀ ଗଣତାନ୍ତ୍ରିକ ଦେଶ ଭାବରେ, ଘାନାର ସଂସଦରେ ଭାଷଣ ଦେବା ଏକ ସମ୍ମାନର ବିଷୟ ହେବ ।

ପ୍ରଧାନମନ୍ତ୍ରୀଙ୍କ ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିୟା ଗସ୍ତ (ଜୁଲାଇ ୦୨-୦୯)

June 27th, 10:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୦୨- ୦୩, ୨୦୨୫ରେ ଘାନା ଗସ୍ତରେ ଯିବେ । ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପକ୍ଷୀୟ ଘାନା ଗସ୍ତ । ତିନି ଦଶନ୍ଧି ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଘାନା ଗସ୍ତରେ ଯାଉଛନ୍ତି । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଘାନାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ । ଦୃଢ଼ ଦ୍ୱିପାକ୍ଷିକ ସହଯୋଗର ସେ ସମୀକ୍ଷା କରିବା ସହ ଆର୍ଥିକ, ଶକ୍ତି, ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ଏବଂ ସହଭାଗିତା ସହଯୋଗ ବୃଦ୍ଧିର ସୁଯୋଗ ବାବଦରେ ଆଲୋଚନା କରିବେ । ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ଦିଗରେ ଦୁଇ ଦେଶର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ସହ ଇକୋୱାସ (ଇକୋନୋମିକ କମୁ୍ୟନିଟି ଅଫ ୱେଷ୍ଟ ଆଫ୍ରିକା ଷ୍ଟେଟସ ) ଏବଂ ଆଫ୍ରିକାନ ୟୁନିଅନରେ ଭାରତର ସହଭାଗିତାକୁ ଦୃଢ଼ କରିବ ।

ପ୍ରଧାନମନ୍ତ୍ରୀ ତ୍ରିନିଦାଦ ଏବଂ ଟୋବେଗୋରେ ନିର୍ବାଚନ ବିଜୟୀ ହୋଇଥିବାରୁ ସୁଶ୍ରୀ କମଳା ପ୍ରସାଦ-ବିଶେଶରଙ୍କୁ ଅଭିନନ୍ଦନ ଜଣାଇଛନ୍ତି

April 29th, 03:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନରେ ସୁଶ୍ରୀ କମଳା ପ୍ରସାଦ-ବିଶେଶରଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ଭାରତ ଏବଂ ତ୍ରିନିଦାଦ ଏବଂ ଟୋବେଗୋ ମଧ୍ୟରେ ଐତିହାସିକ ରୂପରେ ଘନିଷ୍ଠ ଏବଂ ପାରିବାରିକ ସମ୍ପର୍କ ଉପରେ ଜୋର୍ ଦେଇଛନ୍ତି ।