୮ ମାର୍ଚ୍ଚରେ ଦିଲ୍ଲୀରେ ପ୍ରାୟ ୩୩,୫୦୦ କୋଟିର ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 06th, 05:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ମାର୍ଚ୍ଚ ଦିନ ୧୨ଟା ସମୟରେ ଦିଲ୍ଲୀରେ ପ୍ରାୟ ୩୩,୫୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ । କାର୍ଯ୍ୟକ୍ରମ ପୂର୍ବରୁ, ପ୍ରଧାନମନ୍ତ୍ରୀ ସରୋଜିନୀ ନଗର ସ୍ଥିତ ଜିପିଆର୍‌ଏ ଟାଇପ୍‌-୫ କ୍ୱାର୍ଟର୍ସ ପରିଦର୍ଶନ କରି ମହିଳା ଆବଣ୍ଟିତମାନଙ୍କୁ ଚାବି ପ୍ରଦାନ କରିବେ ।