ପଶ୍ଚିମବଙ୍ଗ ମାଲଦାଠାରେ ବହୁମୁଖୀ ରେଳ ଓ ରାସ୍ତା ପ୍ରକଳ୍ପ ଲୋକାର୍ପଣ ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 17th, 02:00 pm
ମାଲଦାରୁ ପଶ୍ଚିମବଙ୍ଗର ଅଗ୍ରଗତିର ଆଜି ବିଗୁଲ ବାଜିଛି । କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗର ବିକାଶମୂଳକ ଅନେକ ପ୍ରକଳ୍ପର ଲୋକାର୍ପଣ ଘଟିଛି କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି । ପଶ୍ଚିମବଙ୍ଗକୁ ନୂଆ ରେଳ ସେବା ଯୋଗାଇ ଦିଆଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ଏଠାକାର ଲୋକମାନେ ଅନାୟାସରେ ଗତାଗତ କରିପାରିବେ ଓ ବାଣିଜ୍ୟ ଓ ବ୍ୟବସାୟ ସରଳ ହେବ । ରେଳ ମରାମତି ନେଇ ଏଠାରେ ସୃଷ୍ଟ ବ୍ୟବସ୍ଥା ବଙ୍ଗଳାର ଯୁବକମାନଙ୍କ ଲାଗି ନୂଆ ସୁଯୋଗ ଆଣିବ ।ପଶ୍ଚିମବଙ୍ଗର ମାଲଦାଠାରେ ୩,୨୫୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 17th, 01:45 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମାଲଦାଠାରେ ପ୍ରାୟ ୩,୨୫୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପ ମାଧ୍ୟମରେ ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବାଞ୍ଚଳରେ ସଂଯୋଗୀକରଣକୁ ସୁଦୃଢ଼ କରିବା ସହ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଶ୍ରୀ ମୋଦୀ କହିଥିଲେ ଯେ, ଆଜି ମାଲଦାରୁ ପଶ୍ଚିମବଙ୍ଗର ପ୍ରଗତିକୁ ତ୍ୱରାନ୍ୱିତ କରିବାର ଅଭିଯାନ ଗତିଶୀଳ ହେବା ସହ ଏହା ବିକାଶ ସହିତ ଜଡିତ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ ନୂତନ ରେଳ ସେବା ଆରମ୍ଭ ହୋଇଛି, ଯାହା ଲୋକଙ୍କ ପାଇଁ ଯାତ୍ରାକୁ ସହଜ କରିବ ଏବଂ ବ୍ୟବସାୟ-ବାଣିଜ୍ୟକୁ ମଧ୍ୟ ବୃଦ୍ଧି କରିବ। ଏଠାରେ ପ୍ରତିଷ୍ଠିତ ନୂତନ ରେଳ ରକ୍ଷଣାବେକ୍ଷଣ କାରଖାନା ପଶ୍ଚିମବଙ୍ଗର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ପ୍ରଦାନ କରିବ ।ପ୍ରଧାନମନ୍ତ୍ରୀ ମୋଦୀ ୟଙ୍ଗୁନ ସ୍ଥିତ କାଲିବାଡି ମନ୍ଦିରରେ ପୂଜାର୍ଚନା କଲେ
September 07th, 11:21 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟଙ୍ଗୁନ ସ୍ଥିତ କାଲିବାଡି ମନ୍ଦିରରେ ପୂଜାର୍ଚନା କଲେ ।