୭,୧୪୫.୧୪ କୋଟି ଟଙ୍କା ବ୍ୟୟରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ
July 01st, 03:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ଜାତୀୟ ରାଜପଥ (ଓ) କାର୍ଯ୍ୟକ୍ରମ ଅଧୀନରେ ଭୋପାଳ-କାନପୁର ଅର୍ଥନୈତିକ କରିଡରର ଏକ ପ୍ରମୁଖ ଅଂଶ ରୂପେ, ୧୧୭.୭ କିଲୋମିଟର ଦୀର୍ଘ କାନପୁର-କବରାଇ ଆକ୍ସେସ-କଣ୍ଟ୍ରୋଲ୍ଡ ଗ୍ରୀନଫିଲ୍ଡ ହାଇୱେର ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ଏହା ଏକ ଚାରି-ଲେନ୍ ବିଶିଷ୍ଟ ନିୟନ୍ତ୍ରିତ ପ୍ରବେଶ (ଆକ୍ସେସ-କଣ୍ଟ୍ରୋଲ୍ଡ) କରିଡର ହେବ, ଯାହାକୁ ଭବିଷ୍ୟତରେ ଛଅ-ଲେନ୍ କରିବା ପାଇଁ ଡିଜାଇନ୍ କରାଯାଇଛି। ୭,୧୪୫.୧୪ କୋଟି ଟଙ୍କାର ଆନୁମାନିକ ମୋଟ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ବିଓଟି ଟୋଲ୍ ମୋଡ୍ରେ କାର୍ଯ୍ୟକାରୀ କରାଯିବ, ଏହା ସହିତ ଏନଏଚ-୩୪ ର ବିଦ୍ୟମାନ କାନପୁର-କବରାଇ ସେକ୍ସନର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିବ।