୫୮ତମ ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 19th, 07:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫୮ ତମ ଅନ୍ତର୍ଜାତୀୟ ରସାୟନ ଅଲିମ୍ପିଆଡରେ ଚାରିଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଦେବଦତ୍ତ ପ୍ରିୟଦର୍ଶୀ, ହର୍ଷିତ ସିଂହଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚିର ଭାରତୀୟ ଦଳକୁ ଆଜି ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ବିଜ୍ଞାନ ପ୍ରତି ଦଳର ପ୍ରତିଭା, ସମର୍ପଣ ଏବଂ ଆଗ୍ରହ ସମଗ୍ର ଦେଶକୁ ଗର୍ବିତ କରିଛି ଏବଂ ଏହା ଅସଂଖ୍ୟ ଯୁବ ମସ୍ତିଷ୍କକୁ ରସାୟନ ବିଜ୍ଞାନରେ ଅଧ୍ୟୟନ ଏବଂ ଉତ୍କର୍ଷତା ପାଇଁ ପ୍ରେରିତ କରିବ।