ସୋମନାଥ ମନ୍ଦିରରେ ପ୍ରାର୍ଥନା କରି ନିଜକୁ ଧନ୍ୟ ମଣୁଛି; ପ୍ରତ୍ୟେକ ଭାରତୀୟଙ୍କ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛି; ଏହି ମନ୍ଦିର ଆମ ସଂସ୍କୃତିର ସାହସ ଏବଂ କାଳଜୟୀ ଐତିହ୍ୟକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ

March 02nd, 08:32 pm

ପ୍ରୟାଗରାଜରେ ମହାକୁମ୍ଭ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥ ମନ୍ଦିରରେ ଠାକୁର ଦର୍ଶନ କରିଛନ୍ତି ।

ଜୁଲାଇ ୧୨ ତାରିଖରେ ଦେଓଘର ଏବଂ ପାଟନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

July 09th, 09:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଜୁଲାଇ, ୨୦୨୨ ରେ ଦେଓଘର ଏବଂ ପାଟନା ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧:୧୫ ସମୟରେ ପ୍ରଧାନମନ୍ତ୍ରୀ ଦେଓଘରରେ ୧୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ତା'ପରେ ଅପରରାହ୍ନ ପ୍ରାୟ ୨:୪୦ ରେ ସେ ବାର ଜ୍ୟୋର୍ତିଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ବାବା ବୈଦ୍ୟନାଥ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ସଂଧ୍ୟା ପ୍ରାୟ ୬ ଟା ସମୟରେ ପ୍ରଧାନମନ୍ତ୍ରୀ ପାଟନାରେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ ।