କୁରୁକ୍ଷେତ୍ରରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କର ୩୫୦ ତମ ସହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 25th, 04:40 pm
ହରିୟାଣା ରାଜ୍ୟପାଳ ଅସୀମ ଘୋଷ ଜୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, ମନୋହର ଲାଲ ଜୀ, ରାଓ ଇନ୍ଦ୍ରଜିତ ସିଂହ ଜୀ, କ୍ରିଷନ ପାଲ ଜୀ, ହରିୟାଣା ଏସଜିପିସି ସଭାପତି ଜଗଦୀଶ ସିଂହ ଝିଣ୍ଡା ଜୀ, ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ସଜ୍ଜନମାନେ ।ହରିୟାଣାର କୁରୁକ୍ଷେତ୍ରଠାରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 25th, 04:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର କୁରୁକ୍ଷେତ୍ରରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ବାର୍ଷିକୀ ସମାରୋହ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନ ଭାରତର ଐତିହ୍ୟରେ ଏକ ସୁନ୍ଦର ସଙ୍ଗମ। ଆଜି ସକାଳେ ସେ ରାମାୟଣର ନଗରୀ ଅଯୋଧ୍ୟାରେ ଥିଲେ ଏବଂ ଏବେ ସେ ଗୀତାର ନଗରୀ କୁରୁକ୍ଷେତ୍ରରେ ଅଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ସମସ୍ତେ ଆଜି ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ସନ୍ଥ ଏବଂ ସମ୍ମାନିତ ସଂଗତମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ସମସ୍ତଙ୍କ ପ୍ରତି ନିଜର ଶ୍ରଦ୍ଧା ବ୍ୟକ୍ତ କରିଥିଲେ।ପବିତ୍ର ‘ଜୋର ସାହିବ’ ଦର୍ଶନ ଏବଂ ଗୁରୁ ଚରଣ ଯାତ୍ରାରେ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
October 22nd, 06:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁ ଚରଣ ଯାତ୍ରା ଅବସରରେ ଲୋକମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇବା ସହ, ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଏବଂ ମାତା ସାହିବ କୌରଙ୍କ କାଳଜୟୀ ଶିକ୍ଷା ଏବଂ ଆଧ୍ୟାତ୍ମିକ ଐତିହ୍ୟକୁ ସ୍ମରଣ କରିଛନ୍ତି ।ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ମାତା ସାହିବ କୌର ଜୀଙ୍କ ଅତ୍ୟନ୍ତ ପବିତ୍ର ତଥା ଅମୂଲ୍ୟ ‘ଜୋର ସାହିବ’ର ସୁରକ୍ଷା ଏବଂ ଉପଯୁକ୍ତ ପ୍ରଦର୍ଶନ ସମ୍ପର୍କରେ ସୁପାରିସ ସହିତ ଶିଖ ପ୍ରତିନିଧିମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
September 19th, 04:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶିଖ ପ୍ରତିନିଧିମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ସାକ୍ଷାତ କରିଛନ୍ତି । ଏମାନେ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ମାତା ସାହିବ କୌର ଜୀଙ୍କ ଅତ୍ୟନ୍ତ ପବିତ୍ର ଏବଂ ଅମୂଲ୍ୟ ‘ଜୋର ସାହିବ’ର ସୁରକ୍ଷା ଏବଂ ଉପଯୁକ୍ତ ପ୍ରଦର୍ଶନ ସମ୍ପର୍କରେ ସେମାନଙ୍କର ସୁପାରିସ ପ୍ରଦାନ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ପବିତ୍ର ସ୍ମୃତିଚିହ୍ନ ‘ଜୋର ସାହିବ’ ଯେପରି ଗୌରବଶାଳୀ ଶିଖ ଇତିହାସର ଏକ ଅଂଶ, ଠିକ୍ ସେହିପରି ଏହା ଆମ ଦେଶର ସାଂସ୍କୃତିକ ଲୋକ ପରମ୍ପରାର ମଧ୍ୟ ଏକ ଅଂଶବିଶେଷ। ‘‘ପବିତ୍ର ସ୍ମୃତିଚିହ୍ନ ଭବିଷ୍ୟତ ପିଢ଼ିକୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଦ୍ୱାରା ପ୍ରଦର୍ଶିତ ସାହସ, ଧର୍ମ, ନ୍ୟାୟ ଏବଂ ସାମାଜିକ ସଦ୍ଭାବର ପଥ ଅନୁସରଣ କରିବାକୁ ପ୍ରେରଣା ଦେବ’’, ଶ୍ରୀ ମୋଦୀ କହିଛନ୍ତି।