କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ
February 26th, 10:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ୨୭ ଫେବୃଆରୀରୁ ୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଭାରତକୁ ଏକ ସରକାରୀ ଗସ୍ତରେ ଆସିବେ । ଏହା ପ୍ରଧାନମନ୍ତ୍ରୀ କାର୍ନିଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ ହେବ ।ଜି-୨୦ ଶିଖର ସମ୍ମିଳନୀ ୨୦୨୫ ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 23rd, 09:44 pm
ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ଚଳିତ ବର୍ଷ ଜୁନ୍ ମାସରେ କାନାଡାର କାନାନାସ୍କିସରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଉଭୟ ନେତା ସଂକ୍ଷିପ୍ତ ଭାବେ ମତ ବିନିମୟ କରିଥିଲେ।ଜି୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
November 23rd, 04:05 pm
ଯେତେବେଳେ ଆଜିର ଦୁନିଆରେ ପ୍ରଯୁକ୍ତି ଦିନକୁ ଦିନ ଆଗକୁ ଅଗ୍ରଗତି କରିଚାଲିଛି, ଉଭୟ ସୁଯୋଗ ଏବଂ ସମ୍ପଦ କିଛି ମାତ୍ର ଲୋକଙ୍କ ହାତରେ ଅଧିକ ମାତ୍ରାରେ ଠୁଳ ହେବାରେ ଲାଗିଛି। ସମଗ୍ର ବିଶ୍ୱରେ, ଜଟିଳ ପ୍ରଯୁକ୍ତି ନିମନ୍ତେ ପ୍ରତିଯୋଗିତା ତୀବ୍ରତର ହେବାରେ ଲାଗିଛି। ଏହା ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି, ଏବଂ ଏହା ମଧ୍ୟ ନବାଚାର କ୍ଷେତ୍ରରେ ପ୍ରତିବନ୍ଧକ ଭାବରେ ଉଭା ହୋଇଛି। ଏହି ସମସ୍ୟାର ମୁକାବିଲା ନିମନ୍ତେ, ଆମକୁ ଆମର ଆଭିମୁଖ୍ୟ ଓ କାର୍ଯ୍ୟପନ୍ଥାରେ ମୌଳିକ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଛି।"ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ" ବିଷୟ ଉପରେ ଜି-୨୦ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 23rd, 04:02 pm
ପ୍ରଧାନମନ୍ତ୍ରୀ ଆଜି ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ-ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ; ଉତ୍ତମ କାର୍ଯ୍ୟ; କୃତ୍ରିମ ବୁଦ୍ଧିମତା ଉପରେ ଜି-୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାର ଉପାୟରେ ଏକ ମୌଳିକ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଭଳି ବୈଷୟିକ ପ୍ରୟୋଗଗୁଡ଼ିକ 'ଅର୍ଥ-କୈନ୍ଦ୍ରିକ’ ପରିବର୍ତ୍ତେ 'ମାନବ-କୈନ୍ଦ୍ରିକ’, 'ଜାତୀୟ’ ପରିବର୍ତ୍ତେ 'ବିଶ୍ୱସ୍ତରୀୟ’ ଏବଂ 'ଏକ୍ସକ୍ଲୁସିଭ୍ ମଡେଲ୍’ ପରିବର୍ତ୍ତେ ‘ମୁକ୍ତ ଉତ୍ସ’ ଉପରେ ଆଧାରିତ ହେବା ଆବଶ୍ୟକ। ସେ ବିସ୍ତୃତ ଭାବେ କହିଥିଲେ ଯେ ଏହି ପରିକଳ୍ପନାକୁ ଭାରତର ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମରେ ଏକୀକୃତ କରାଯାଇଛି ଏବଂ ଏହାର ଫଳସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିଛି, ତାହା ମହାକାଶ ପ୍ରୟୋଗ ହେଉ, କୃତ୍ରିମ ବୁଦ୍ଧିମତା ହେଉ, କିମ୍ବା ଡିଜିଟାଲ୍ ପେମେଣ୍ଟ ହେଉ, ଯେଉଁଠି ଏହା ବିଶ୍ୱରେ ଅଗ୍ରଣୀ ରହିଛି।ଜୋହାନ୍ସବର୍ଗରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 23rd, 02:18 pm
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୋହାନ୍ସବର୍ଗରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଶ୍ରୀ ସିରିଲ ରାମଫୋସାଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ରାମଫୋସାଙ୍କୁ ଭବ୍ୟ ଆତିଥ୍ୟ ଏବଂ ଶିଖର ସମ୍ମିଳନୀର ସଫଳ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସେ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀ ସମୟରେ ନିଆଯାଇଥିବା ନିଷ୍ପତ୍ତିଗୁଡିକୁ ଆଗକୁ ନେବା ଏବଂ ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣ ଆଫ୍ରିକାର ଜି-୨୦ ପ୍ରୟାସକୁ ପ୍ରଶଂସା କରିଥିଲେ ।ଜୋହାନ୍ସବର୍ଗ ଜି୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ
November 22nd, 09:35 pm
ଉନ୍ମୋଚନ ଅଧିବେଶନରେ ସମାବେଶୀ ଏବଂ ପୋଷଣୀୟ ଆର୍ଥିକ ବିକାଶରେ କାହାକୁ ପଛରେ ନ ଛାଡ଼ିବା' ଶୀର୍ଷକ ପ୍ରସଙ୍ଗରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ କୁଶଳୀ ସ୍ଥାନରନ୍ତଣ, ପର୍ଯ୍ୟଟନ, ଖାଦ୍ୟ ନିରାପତ୍ତା, କୃତ୍ରିମ ପ୍ରଜ୍ଞା, ଡିଜିଟାଲ ଅର୍ଥନୀତି, ନବାସାର ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହି ଗୋଷ୍ଠୀ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ପ୍ରସଙ୍ଗରେ, ସେ ଉଲ୍ଲେଖ କରିଥିଲେ ଯେ ନୂଆଦିଲ୍ଲୀ ଶିଖର ସମ୍ମିଳନୀ ଅବସରରେ ଗ୍ରହଣ କରାଯାଇଥିବା କେତେକ ଐତିହାସିକ ନିଷ୍ପତ୍ତିକୁ ଆଗକୁ ଆଗେଇ ନିଆଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ ପୂର୍ବକ ସୂଚାଇଥିେ ଯେ ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଆମକୁ ବିକାଶର ନୂଆ ନୂଆ ମାପଦଣ୍ଡ ଦୃଷ୍ଟିରୁ ଦେଖିବା ଉଚିତ, ଯାହା ଫଳରେ ବିକାଶ କ୍ଷେତ୍ରରେ ଥିବା ଅସନ୍ତୁଳନକୁ ମେଣ୍ଟାଯାଇ ପାରିବ ଏବଂ ପ୍ରାକୃତିକ ସମ୍ପଦର ମାତ୍ରାତିରିକ୍ତ ଉତ୍ତୋଳନକୁ ମଧ୍ୟ ରୋକାଯାଇ ହେବ। ବିଶେଷ କରି ଯେତେବେଳେ ଜି- ୨୦ ଶିଖର ସମ୍ମିଳନୀ ପ୍ରଥମ ଥର ପାଇଁ ଆଫ୍ରିକା ଭୂଇଁରେ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ, ସେ ଦର୍ଶାଇଥିଲେ ଯେ ସାମଗ୍ରିକ ମାନବିକତା'ର ଚିନ୍ତାଧାରା ଯାହା କି ଭାରତର ସଭ୍ୟତାଗତ ପ୍ରଜ୍ଞା ଉପରେ ଆଧାରିତ ତାହା ଅଧିକ ମାତ୍ରାରେ ଉପଯୋଗ କରାଯିବା ଉଚିତ। ସାମଗ୍ରିକ ମାନବବାଦକୁ ବ୍ୟାଖ୍ୟା କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ମାନବ, ସମାଜ ଏବଂ ପ୍ରକୃତିର ସାମଗ୍ରିକ ଚିନ୍ତାଧାରାକୁ ହିଁ ଆଧାର କରି ଆଗକୁ ଅଗ୍ରସର ହୋଇଥାଏ ଏବଂ ସେଥି ନିମନ୍ତେ ପ୍ରଗତି ପଥରେ ସକଳ ପ୍ରକାର ସମନ୍ୱୟ ରକ୍ଷା କରାଯାଇଥାଏ ଏବଂ ଏହା ଧରିତ୍ରୀ ଅବଶ୍ୟ ହାସଲ କରିପାରିବ।ଜି୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 21st, 10:43 pm
ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜ ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଜି୨୦ ନେତାଙ୍କ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଛନ୍ତି । ୨୦୨୦ରେ ସମ୍ପର୍କକୁ ବ୍ୟାପକ ରଣନୈତିକ ସହଭାଗୀତା ସ୍ତରରେ ପହଞ୍ଚାଇବା ପରେ, ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗର ଗଭୀରତା ଏବଂ ବିବିଧତା ଉପରେ ଉଭୟ ନେତା ସନ୍ତୋଷ ପ୍ରକାଶ କରିଛନ୍ତି । ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତି ସମବେଦନା ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଆଲବାନିଜ ଭାରତ ପ୍ରତି ତାଙ୍କର ଏକତା ଭାବନା ପ୍ରକାଶ କରିଛନ୍ତି । ଦୁଇ ନେତା ଆତଙ୍କବାଦ ବିରୁଦ୍ଧରେ ବିଶ୍ୱସ୍ତରୀୟ ଲଢ଼େଇକୁ ଅଧିକ ସଶକ୍ତ କରିବା ପାଇଁ ନିଜର ପ୍ରତିବଦ୍ଧା ଦୋହରାଇଥିଲେ ।ଜି-20 ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
November 21st, 06:25 pm
ପ୍ରଧାନମନ୍ତ୍ରୀ ମୋଦୀ କିଛି ସମୟ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ବିଂଶତମ ଜି-20 ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ । ଶିଖର ସମ୍ମିଳନୀ ଅବସରରେ ସେ ବିଶ୍ୱ ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସଏ) ନେତାଙ୍କ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ।Prime Minister Narendra Modi to participate in G20 Leaders’ Summit in Johannesburg, South Africa
November 19th, 10:42 pm
PM Modi will visit Johannesburg, South Africa, from 21-23 November 2025 to attend the 20th G20 Leaders’ Summit. During the Summit sessions, the PM will present India’s perspectives on key issues on the G20 agenda. On the margins of the Summit, he will hold bilateral meetings with world leaders and will also participate in the India-Brazil-South Africa (IBSA) Leaders’ Meeting being hosted by South Africa.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ପୁତିନଙ୍କ ସହିତ ଆଲୋଚନା କରିଛନ୍ତି
August 28th, 06:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷର ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନରେ ଆଲୋଚନା କରିଛନ୍ତି।ବ୍ରିକ୍ସ - ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ୍ ସଂଳାପରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
August 25th, 12:12 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 24 ଅଗଷ୍ଟ 2023 ରେ ଜୋହାନ୍ସବର୍ଗ ଠାରେ ବ୍ରିକ୍ସ - ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ ସଂଳାପରେ ଭାଗ ନେଇଥିଲେ।ବ୍ରିକ୍ସ - ଆଫ୍ରିକା ଆଉଟ୍ରିଚ୍ ଏବଂ ବ୍ରିକ୍ସ ପ୍ଲସ୍ ଡାଏଲଗରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 24th, 02:38 pm
ଆଫ୍ରିକା ମାଟିରେ ଆପଣ ସମସ୍ତ ବନ୍ଧୁ ମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ମୋତେ ବହୁତ ଆନନ୍ଦିତ କରୁଛି ।ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
August 23rd, 08:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଅଗଷ୍ଟ ୨୦୨୩ ରେ ଜୋହାନ୍ସବର୍ଗ ଠାରେ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।ଚନ୍ଦ୍ରଯାନ -3ର ଚନ୍ଦ୍ରରେ ସଫଳ ଅବତରଣ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 23rd, 07:36 pm
ଯେତେବେଳେ ଆମ ଆଖି ସାମ୍ନାରେ ଏପରି ଇତିହାସ ସୃଷ୍ଟି ହେଉଥିବା ଦେଖୁଛେ, ସେତେବେଳେ ଜୀବନ ଧନ୍ୟ ହୋଇଯାଇଥାଏ । ଏପରି ଐତିହାସିକ ଘଟଣାଗୁଡ଼ିକ, ରାଷ୍ଟ୍ର ଜୀବନକୁ ଚିରିଞ୍ଜୀବ ଚେତନାରେ ପରିଣତ କରିଦେଇଥାଏ । ଏହି ମୁହୂର୍ତ୍ତଟି ହେଉଛି ଅବିସ୍ମରଣୀୟ । ଏହି କ୍ଷଣ ହେଉଛି ଅଦ୍ଭୁତପୂର୍ବ । ଏହି କ୍ଷଣ ହେଉଛି ଏକ ବିକଶିତ ଭାରତର ଶଙ୍ଖନାଦ । ଏହି କ୍ଷଣ ହେଉଛି ନୂତନ ଭାରତର ଜୟଘୋଷର । ଏହି କ୍ଷଣ ହେଉଛି କଷ୍ଟକର ମହାସାଗର ଅତିକ୍ରମ କରିବାର । ଏହି କ୍ଷଣ ହେଉଛି ବିଜୟର ଚନ୍ଦ୍ର ପଥରେ ଚାଲିବାର । ଏହି କ୍ଷଣ ହେଉଛି 140 କୋଟି ହୃଦସ୍ପନ୍ଦନର ସାମର୍ଥ୍ୟର ଶକ୍ତି । ଏହି କ୍ଷଣ ହେଉଛି ଭାରତରେ ନୂତନ ଶକ୍ତି, ନୂତନ ବିଶ୍ୱାସ, ନୂତନ ଚେତନାର। ଏହି କ୍ଷଣ ହେଉଛି ଭାରତର ଉଦୟମାନ ଭାଗ୍ୟର ଆହ୍ବାନ । ଅମୃତକାଳର ପ୍ରଥମ ପ୍ରଭାରେ ସଫଳତାର ଏହି ଅମୃତବର୍ଷା ହୋଇଛି । ଆମେ ପୃଥିବୀରେ ଏକ ସଂକଳ୍ପ ନେଇଥିଲୁ, ଆଉ ଚନ୍ଦ୍ରରେ ତାହା ସାକାର କଲୁ । ଆଉ ଆମର ବୈଜ୍ଞାନିକ ସାଥୀମାନେ ମଧ୍ୟ କହିଛନ୍ତି ଯେ ଭାରତ ବର୍ତ୍ତମାନ ଚନ୍ଦ୍ରରେ ପହଞ୍ଚିଛି । ଆଜି ଆମେ ମହାକାଶରେ ନୂତନ ଭାରତର ନୂତନ ଉଡାଣର ସାକ୍ଷୀ ପାଲଟିଛୁ।ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇସ୍ରୋ ଟିମ୍ ସହ ଚନ୍ଦ୍ରଯାନ-୩ର ଅବତରଣ ଦେଖିଲେ ପ୍ରଧାନମନ୍ତ୍ରୀ
August 23rd, 06:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇସ୍ରୋ ଟିମ୍ ସହ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ ୩ର ଅବତରଣ ଦେଖିଥିଲେ । ସଫଳ ଅବତରଣ ପରେ ତୁରନ୍ତ ପ୍ରଧାନମନ୍ତ୍ରୀ ଇସ୍ରୋ ଦଳକୁ ସମ୍ବୋଧିତ କରିବା ସହ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 23rd, 03:30 pm
ଜୋହାନ୍ସବର୍ଗ ଭଳି ଏକ ସୁନ୍ଦର ସହରକୁ ପୁଣି ଥରେ ଆସିବା ମୋ ପାଇଁ ଏବଂ ମୋର ପ୍ରତିନିଧି ଦଳ ନିମନ୍ତେ ଅତ୍ୟନ୍ତ ଆନନ୍ଦର ବିଷୟ ।ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
August 23rd, 03:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ୨୩ ଅଗଷ୍ଟ ୨୦୨୩ ରେ ଜୋହାନ୍ସବର୍ଗ ଠାରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ସିରିଲ୍ ରାମାଫୋସାଙ୍କୁ ସାକ୍ଷାତ କରିଛନ୍ତି ।PM Modi arrives for the BRICS Summit at Johannesburg, South Africa
August 22nd, 06:08 pm
Prime Minister Narendra Modi arrived at Johannesburg in South Africa. Upon arrival at the Waterkloof Air Force Base, PM Modi was accorded a ceremonious welcome by Deputy President, Paul Mashatile of South Africa. PM Modi’s three-day visit to South Africa entails participation in the 15th BRICS Summit and engagements with leaders of BRICS and invited countries in plurilateral and bilateral settings.ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
August 22nd, 06:17 am
ଦକ୍ଷିଣ ଆଫ୍ରିକା ଅଧ୍ୟକ୍ଷତାରେ ଜୋହାନ୍ସବର୍ଗଠାରେ ଆୟୋଜିତ ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ସିରିଲ ରାମାଫୋସାଙ୍କ ନିମନ୍ତ୍ରଣକ୍ରମେ ମୁଁ ୨୨-୨୪ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି
August 03rd, 08:26 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ମାନ୍ୟବର ରାଷ୍ଟ୍ରପତି ଶ୍ରୀ ମାଟେମେଲା ସାଇରିଲ ରାମାଫୋସାଙ୍କ ସହ ଟେଲିଫୋନେ ଯୋଗେ କଥା ହୋଇଛନ୍ତି ।