ପ୍ରଧାନମନ୍ତ୍ରୀ ଅକ୍ଟୋବର ୮-୯ ରେ ମହାରାଷ୍ଟ୍ର ଗସ୍ତ କରିବେ
October 07th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୮-୯ ତାରିଖରେ ମହାରାଷ୍ଟ୍ର ଗସ୍ତ କରିବେ। ନଭି ମୁମ୍ବାଇରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ପ୍ରାୟ ଅପରାହ୍ନ ୩ତ ସମୟରେ ନବନିର୍ମିତ ନଭି ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦରର ପରିଦର୍ଶନ କରିବେ। ଏହା ପରେ, ପ୍ରାୟ ୩ଟା ୩୦ ମିନିଟରେ, ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦରର ଉଦଘାଟନ କରି ମୁମ୍ବାଇରେ ଅନେକ ଗୁଡ଼ିଏ ପ୍ରକଳ୍ପର ଲୋକାର୍ପଣ କରିବେ। ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।