ପ୍ରଧାନମନ୍ତ୍ରୀ ଭୂଟାନର ଚତୁର୍ଥ ରାଜାଙ୍କୁ ସାକ୍ଷାତ ସହ ବିଶ୍ୱ ଶାନ୍ତି ପ୍ରାର୍ଥନା ଉତ୍ସବରେ ଅଂଶଗ୍ରହଣ କଲେ
November 12th, 09:54 am
ଥିମ୍ପୁଠାରେ ଚାଲିଥିବା ବିଶ୍ୱ ଶାନ୍ତି ପ୍ରାର୍ଥନା ମହୋତ୍ସବର ଅଂଶବିଶେଷ ସ୍ୱରୂପ ଚାଙ୍ଗ୍ଲିମିଥାଙ୍ଗ ଷ୍ଟାଡିୟମରେ ଆୟୋଜିତ କାଳଚକ୍ର ଦୀକ୍ଷା ସମାରୋହରେ ପ୍ରଧାନମନ୍ତ୍ରୀ, ମହାମହିମ, ଭୂଟାନର ରାଜା, ମହାମହିମ ଭୁଟାନର ଚତୁର୍ଥ ରାଜା ଏବଂ ଭୂଟାନର ପ୍ରଧାନମନ୍ତ୍ରୀଙ୍କ ସହ ଯୋଗ ଦେଇଥିଲେ। ଏହି ପ୍ରାର୍ଥନାର ଅଧ୍ୟକ୍ଷତା କରିଥିଲେ ଭୂଟାନର ମୁଖ୍ୟ ମହାମହିମ ଜେ ଖେନପୋ।ଭୂଟାନ ରାଜାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 11th, 12:00 pm
କିନ୍ତୁ ମୁଁ ଆଜି ଏଠାକୁ ବ୍ୟଥିତ ହୃଦୟରେ ଆସିଛି । କାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ଭୟାବହ ଘଟଣା ସମସ୍ତଙ୍କ ମନକୁ ବ୍ୟଥିତ କରିଦେଇଛି । ମୁଁ ଅପୂରଣୀୟ କ୍ଷତିର ସମ୍ମୁଖୀନ ହୋଇଥିବା ପୀଡ଼ିତ ପରିବାରଙ୍କ ଦୁଃଖ ବୁଝିପାରୁଛି । ଆଜି ସମଗ୍ର ଦେଶ ସେମାନଙ୍କ ସହ ସହାୟତା ପାଇଁ ଛିଡ଼ା ହୋଇଛି ।ଭୂଟାନର ଚତୁର୍ଥ ରାଜାଙ୍କ ୭୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
November 11th, 11:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂଟାନର ଥିମ୍ପୁର ଚାଙ୍ଗଲିମେଥାଙ୍ଗ ସେଲିବ୍ରେସନ୍ ଗ୍ରାଉଣ୍ଡରେ ଏକ ସମାବେଶରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଭୁଟାନର ରାଜା, ମହାମହିମ ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକ୍ ଏବଂ ଚତୁର୍ଥ ରାଜା, ମହାମହିମ ଜିଗମେ ସିଙ୍ଗୟେ ୱାଙ୍ଗଚୁକ୍ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ରାଜପରିବାରର ସମ୍ମାନିତ ସଦସ୍ୟ, ଭୂଟାନର ପ୍ରଧାନମନ୍ତ୍ରୀ, ମହାମହିମ ଶ୍ରୀଯୁକ୍ତ ଶେରିଂ ତୋବଗେ ଏବଂ ଉପସ୍ଥିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନର ସହିତ ସ୍ୱାଗତ କରିଥିଲେ।ଭୁଟାନରେ ପହଚିଂଲେ ପ୍ରଧାନମନ୍ରୀ
March 22nd, 09:53 am
ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମାଚ୍ର୍ଚ ୨୨ରୁ ୨୩ ତାରିଖ ଯାଏଁ ଦୁଇଦିନିଆ ଭୁଟାନ ଗସ୍ତରେ ଆଜି ପାରୋରେ ପହଚିଂଛନ୍ତି। ଏହି ଗସ୍ତରେଭାରତ ଓ ଭୁଟାନ ମଧ୍ଯରେ ନିୟମିତ ଉଚ୍ଚ ସ୍ତରୀୟ ଆଦାନ-ପ୍ରଦାନଏବଂ ସରକାରଙ୍କ ପଡୋଶୀ ପ୍ରଥମ ନୀତି ଉପରେ ଗୁରୁତ୍ବ ଦିଆଯିବ।