Joint Press Release on the State Visit to Bhutan by Prime Minister of India
November 12th, 10:00 am
At the invitation of His Majesty Jigme Khesar Namgyel Wangchuck, the King of Bhutan, PM Modi undertook a two-day State Visit to Bhutan from 11–12 November 2025. During the visit, the PM joined the 70th Birth Anniversary celebrations of His Majesty the Fourth Druk Gyalpo, participated in the ongoing Global Peace Prayer Festival, inaugurated the 1020 MW Punatsangchhu-II Hydroelectric Project and witnessed the signing of several agreements and MoUs between India and Bhutan.ଭୂଟାନର ରାଜାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
November 11th, 06:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଥିମ୍ପୁଠାରେ ଭୂଟାନର ମହାମହିମ ରାଜା ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକ ସ୍ୱାଗତ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଦୁଇ ନେତା ମତ ବିନିମୟ କରିଥିଲେ। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ଦିଲ୍ଲୀ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ମହାମାନ୍ୟ ସମବେଦନା ଜଣାଇଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 11-12 ନଭେମ୍ବର 2025 ପର୍ଯ୍ୟନ୍ତ ଭୁଟାନ ଗସ୍ତରେ ଯିବେ
November 09th, 09:59 am
ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ 11-12 ନଭେମ୍ବର 2025 ପର୍ଯ୍ୟନ୍ତ ଭୁଟାନ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭୁଟାନର ରାଜା ମହାମହିମ ଜିଗ୍ମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍ ଏବଂ ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେଙ୍କୁ ଭେଟିବେ। ଭୁଟାନର ଚତୁର୍ଥ ରାଜା ମହାମହିମ ଜିଗ୍ମେ ସିଙ୍ଗେ ୱାଙ୍ଗଚୁକଙ୍କ 70ତମ ଜନ୍ମ ବାର୍ଷିକୀ ଉତ୍ସବ ଏବଂ ବିଶ୍ୱ ଶାନ୍ତି ପ୍ରାର୍ଥନା ଉତ୍ସବରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗଦେବେ।ନୂଆଦିଲ୍ଲୀରେ SOUL ଲିଡରସିପ୍ କନକ୍ଲେଭର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 21st, 11:30 am
ମୁଁ ଏଠାରେ ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ଦେଖୁଛି ଯେପରିକି ଭୁଟାନର ପ୍ରଧାନମନ୍ତ୍ରୀ ଦାସୋ ତେରିଂ ତୋବଗେ ଜୀ, ସିଓଲ ବୋର୍ଡର ଅଧ୍ୟକ୍ଷ ସୁଧୀର ମେହେଟ୍ଟା, ଉପାଧ୍ୟକ୍ଷ ହଂସମୁଖ ଅଧିଆ, ଶିଳ୍ପ ଜଗତର ମହାନ ବ୍ୟକ୍ତି ଯେଉଁମାନେ ନିଜ ନିଜ ଜୀବନରେ, ନିଜ ନିଜ କ୍ଷେତ୍ରରେ ନେତୃତ୍ୱ ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ମୁଁ ଏଠାରେ ମୋର ଯୁବ ବନ୍ଧୁମାନଙ୍କୁ ମଧ୍ୟ ଦେଖୁଛି ଯେଉଁମାନେ ଭବିଷ୍ୟତ ପାଇଁ ଅପେକ୍ଷା କରିଛନ୍ତି।ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ କନକ୍ଲେଭ୍ ର ପ୍ରଥମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 21st, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ କନକ୍ଲେଭ୍ ୨୦୨୫ କୁ ଉଦଘାଟନ କରିଛନ୍ତି। ସମସ୍ତ ପ୍ରତିଷ୍ଠିତ ନେତା ଓ ଭବିଷ୍ୟତର ଆଗାମୀ ଯୁବ ନେତାଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ ଯେ କିଛି କାର୍ଯ୍ୟକ୍ରମ ତାଙ୍କର ଅତ୍ୟନ୍ତ ପ୍ରିୟ ଏବଂ ଆଜି ସେଭଳି ଏକ କାର୍ଯ୍ୟକ୍ରମ। ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ତମ ନାଗରିକଙ୍କ ବିକାଶ ଜରୁରୀ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଉତ୍କୃଷ୍ଟ ନେତାଙ୍କ ବିକାଶ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ଉତ୍କୃଷ୍ଟ ନେତା ସୃଷ୍ଟି କରିବା ଜରୁରୀ, ଯାହା ସମୟର ଆବଶ୍ୟକତା ବୋଲି ସେ କହିଥିଲେ। ତେଣୁ ବିକଶିତ ଭାରତର ବିକାଶ ଯାତ୍ରାରେ ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ ଆଲୋକପାତ କରିଥିଲେ। ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ କେବଳ ସଂଗଠନ ନାମରେ ନୁହେଁ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସଓୟୁଏଲ୍ ଭାରତର ସାମାଜିକ ଜୀବନର ଆତ୍ମା ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଏକ ଅର୍ଥରେ ଏସଓୟୁଏଲ୍ ଆଧ୍ୟାତ୍ମିକ ଅନୁଭୂତିର ସାରକୁ ମଧ୍ୟ ସୁନ୍ଦର ଭାବରେ ଗ୍ରହଣ କରିଥାଏ । ଏସଓୟୁଏଲ୍ ର ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ ନିକଟ ଭବିଷ୍ୟତରେ ଗୁଜରାଟର ଗିଫ୍ଟ ସିଟି ନିକଟରେ ଏସଓୟୁଏଲ୍ ର ଏକ ନୂତନ ବିଶାଳ କ୍ୟାମ୍ପସ୍ ପ୍ରସ୍ତୁତ ହେବ।ଭୁଟାନର ରାଜା ଓ ରାଣୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
December 05th, 03:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଭୁଟାନର ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକ୍ ଏବଂ ଭୁଟାନର ରାଣୀ ଜେତ୍ସୁନ୍ ପେମା ୱାଙ୍ଗ୍ଚୁକ୍ଙ୍କୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ମହାରାଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ମାର୍ଚ୍ଚ ୨୦୨୪ରେ ତାଙ୍କର ଗସ୍ତ ସମୟରେ ସରକାର ଏବଂ ଭୁଟାନର ଲୋକମାନେ ଦେଇଥିବା ଭବ୍ୟ ଆତିଥ୍ୟକୁ ମନେ ପକାଇଥିଲେ ।ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଭୁଟାନ ରାଜା
June 05th, 08:05 pm
ଭୁଟାନର ରାଜା ମହାମାନ୍ୟ ଜିଗ୍ମେ ଖେସର୍ ନାମଗିଲ୍ ୱାଙ୍ଗଚକ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୮ତମ ଲୋକସଭା ନିର୍ବାଚନରେ ଏନ୍ଡିଏର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଜନସାଧାରଣଙ୍କର ନିରନ୍ତର ଉନ୍ନତି ଓ ସମୃଦ୍ଧି ପାଇଁ ଭୁଟାନର ରାଜା ହାର୍ଦ୍ଦିକ ବଧେଇ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି ।Prime Minister meets with His Majesty the King of Bhutan
March 22nd, 06:32 pm
Prime Minister Narendra Modi met with His Majesty the King of Bhutan, Jigme Khesar Namgyel Wangchuck in Thimphu today. Prime Minister thanked His Majesty for the exceptional public welcome accorded to him, with people greeting him all along the journey from Paro to Thimphu. The Prime Minister and His Majesty the King of Bhutan expressed deep satisfaction at the close and unique India-Bhutan friendshipଭୁଟାନରେ ପହଚିଂଲେ ପ୍ରଧାନମନ୍ରୀ
March 22nd, 09:53 am
ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମାଚ୍ର୍ଚ ୨୨ରୁ ୨୩ ତାରିଖ ଯାଏଁ ଦୁଇଦିନିଆ ଭୁଟାନ ଗସ୍ତରେ ଆଜି ପାରୋରେ ପହଚିଂଛନ୍ତି। ଏହି ଗସ୍ତରେଭାରତ ଓ ଭୁଟାନ ମଧ୍ଯରେ ନିୟମିତ ଉଚ୍ଚ ସ୍ତରୀୟ ଆଦାନ-ପ୍ରଦାନଏବଂ ସରକାରଙ୍କ ପଡୋଶୀ ପ୍ରଥମ ନୀତି ଉପରେ ଗୁରୁତ୍ବ ଦିଆଯିବ।ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତ (ମାର୍ଚ୍ଚ ୨୧-୨୨, ୨୦୨୪)
March 22nd, 08:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 21-22 ମାର୍ଚ୍ଚ 2024 ପର୍ଯ୍ୟନ୍ତ ଭୁଟାନ ଗସ୍ତରେ ଯିବେ । ଭାରତ ଓ ଭୁଟାନ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ବିନିମୟ ପରମ୍ପରା ଏବଂ ଏହାର ପଡ଼ୋଶୀ ପ୍ରଥମ ନୀତି ଉପରେ ସରକାରଙ୍କ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଗସ୍ତ କରାଯାଇଛି।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭୁଟାନ ରାଜା ମହାମହିମ ଜିଗ୍ମେ ଖେସାର ନାମଗ୍ୟାଲ ୱାଙ୍ଗଚୁକ
April 04th, 06:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭୁଟାନ ରାଜା ମହାମହିମ ଜିଗ୍ମେ ଖେସାର ନାମଗ୍ୟାଲ ୱାଙ୍ଗଚୁକଙ୍କୁ ଭେଟିଛନ୍ତି ।