ଫେବୃଆରୀ ୨୩ରୁ ୨୫ ତାରିଖ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ, ବିହାର ଓ ଆସାମ ଗସ୍ତରେ ଯିବେ

February 22nd, 02:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୩ ରୁ ୨୫ ତାରିଖ ମଧ୍ୟପ୍ରଦେଶ, ବିହାର ଏବଂ ଆସାମ ଗସ୍ତ କରିବେ । ଫେବୃଆରୀ ୨୩ ତାରିଖ ଅପରାହ୍ଣ ୨ଟାରେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ସେ ବାଗେଶ୍ୱର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିବେ । ଫେବୃଆରୀ ୨୪ ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ଭୋପାଳରେ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ୨୦୨୫ (ବୈଶ୍ୱିକ ନିବେଶକ ସମ୍ମିଳନୀ) କୁ ଉଦଘାଟନ କରିବେ । ଏହାପରେ ସେ ବିହାରର ଭାଗଲପୁର ଗସ୍ତ କରିବେ ଏବଂ ଅପରାହ୍ଣ ପ୍ରାୟ ୨ ଟା ୧୫ ମିନିଟରେ ପିଏମ କିଷାନ ଯୋଜନାର ଉନବିଂଶତମ କିସ୍ତିର ଅର୍ଥ ଟ୍ରାନ୍ସଫର କରିବେ ଏବଂ ଜାତି ଉଦ୍ଦେଶ୍ୟରେ ବିହାରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହାପରେ ସେ ଗୌହାଟୀ ଯାତ୍ରା କରିବେ ଏବଂ ସନ୍ଧ୍ୟା ପ୍ରାୟ ୬ଟାରେ ଝୁମର ବିନାଦିନୀ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେବେ । ଫେବୃଆରୀ ୨୫ ତାରିଖ ପ୍ରାୟ ପୂର୍ବାହ୍ନ ୧୦ଟା ୪୫ ମିନିଟରେ ଗୌହାଟୀରେ ଆଡଭେଣ୍ଟେଜ ଆସାମ ୨.୦ ଇନଭେଷ୍ଟମେଣ୍ଟ ଏବଂ ଇନଫ୍ରାଷ୍ଟ୍ରକଚର ସମିଟ ୨୦୨୫କୁ ଉଦଘାଟନ କରିବେ ।