ଝରିଆ କୋଇଲା କ୍ଷେତ୍ରରେ ଅଗ୍ନିକାଣ୍ଡ ଓ ଭୂସ୍ଖଳନ ମୁକାବିଲା ଏବଂ ପ୍ରଭାବିତ ପରିବାରର ପୁନର୍ବାସ ପାଇଁ ସଂଶୋଧିତ ଝରିଆ ମାଷ୍ଟର ପ୍ଲାନକୁ କ୍ୟାବିନେଟ ମଞ୍ଜୁରି

June 25th, 03:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଝରିଆ ମାଷ୍ଟର ପ୍ଲାନକୁ ଅନୁମୋଦନ କରାଯାଇଛି । ଝରିଆ କୋଇଲା କ୍ଷେତ୍ରରେ ଅଗ୍ନିକାଣ୍ଡ ଓ ଭୂସ୍ଖଳନ ମୁକାବିଲା ଏବଂ ପ୍ରଭାବିତ ପରିବାରର ପୁନର୍ବାସ ଲାଗି ଏହି ମାଷ୍ଟର ପ୍ଲାନକୁ ମଞ୍ଜୁରି ମିଳିଛି। ସଂଶୋଧିତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୋଟ ୫,୯୪୦ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବା ଦ୍ୱାରା ଅଗ୍ନିକାଣ୍ଡ ଏବଂ ଭୂସ୍ଖଳନ ରୋକିବା ଏବଂ ପ୍ରଭାବିତ ପରିବାରଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସବୁଠାରୁ କଷ୍ଟକର ସ୍ଥାନରୁ ନେଇ ସୁରକ୍ଷିତ ସ୍ଥାନରେ ଥଇଥାନ କରିବା ସୁନିଶ୍ଚିତ ହେବ।