ମଦିନାରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟମାନଙ୍କ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

November 17th, 12:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବର ମଦିନାଠାରେ ଭାରତୀୟ ନାଗରିକଙ୍କ ସହ ଘଟିଥିବା ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସାଉଦି ଆରବ ଗସ୍ତରୁ ମିଳିଥିବା ସଫଳତାର ତାଲିକା

April 23rd, 02:25 am

୨୨ ଏପ୍ରିଲ ୨୦୨୫ରେ ଜେଦାହରେ ହୋଇଥିବା ଭାରତ-ସାଉଦି ଆରବ ରଣନୀତିକ ସହଭାଗିତା ପରିଷଦ (ଏସ୍‌ପିସି)ର ଦ୍ୱିତୀୟ ବୈଠକରେ ସହ-ଅଧ୍ୟକ୍ଷତା କରିଥିଲେ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସାଉଦି ଆରବର ଯୁବରାଜ ତଥା ମହାମହିମ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ। ଏସ୍‌ପିସି ଅଧୀନରେ ଥିବା ବିଭିନ୍ନ କମିଟି, ସବ୍ କମିଟି ଓ କାର୍ଯ୍ୟକାରୀ ଗୋଷ୍ଠୀର କାମର ସମୀକ୍ଷା କରିଥିଲା ଏହି ପରିଷଦ ଯେଉଁଥିରେ ରହିଛି ରାଜନୀତି, ପ୍ରତିରକ୍ଷା,ସୁରକ୍ଷା, ବାଣିଜ୍ୟ, ପୁଂଜି ନିବେଶ, ଶକ୍ତି, ଟେକ୍ନୋଲଜି, କୃଷି, ସଂସ୍କୃତି ଓ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ଥିବା ସଂପର୍କ। ଏହି ଆଲୋଚନା ପରେ ଦୁଇର ନେତା ବୈଠକର କାର୍ଯ୍ୟ ବିବରଣୀରେ ସ୍ୱାକ୍ଷର କରିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁସଲିମ ୱାର୍ଲ୍ଡ ଲିଗର ମହାସଚିବ

April 23rd, 02:23 am

ମୁସଲିମ ୱାର୍ଲ୍ଡ ଲିଗର ମହାସଚିବ ଶେଖ ଡକ୍ଟର ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ୍‌-ଇସା ଆଜି ଜେଦ୍ଦାହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସେ ଜମ୍ମୁ-କାଶ୍ମୀରରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର କଡା ନିନ୍ଦା କରିଛନ୍ତି ଏବଂ ଜୀବନ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ଭାରତ-ସାଉଦି ଆରବ ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ

April 23rd, 02:20 am

ଚଳିତବର୍ଷ ଏପ୍ରିଲ ୨୨ ତାରିଖରେ ସାଉଦି ଆରବ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜେଦାହ ରୟାଲ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ।

ସାଉଦି ଆରବର ଜେଦ୍ଦାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

April 22nd, 04:29 pm

ସାଉଦି ଆରବର ଜେଦ୍ଦାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଉଦି ଆକାଶ ମାର୍ଗରେ ପ୍ରବେଶ କରିବା ପରେ ସାଉଦି ବାୟୁସେନାର ବିମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନକୁ ସୁରକ୍ଷା ଦେଇ ଜେଦ୍ଦା ଅଭିମୁଖେ ଯାତ୍ରା କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜେଦ୍ଦାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ସେ ସାଉଦି ଆରବରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ସାଉଦି ଆରବ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

April 22nd, 08:30 am

ମଙ୍ଗଳବାରଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ସାଉଦି ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ନିଜ ଅଭିଭାଷଣ ରଖିଛନ୍ତି । ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ ମୋଦୀ ସାଉଦି ଗସ୍ତ କରୁଥିବା କହିଛନ୍ତି ।

ସାରା ବିଶ୍ୱରେ ଉତ୍ସାହର ସହ ପାଳନ କରାଯାଇଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ

June 21st, 03:04 pm

ସାରା ବିଶ୍ୱରେ ବହୁ ଉତ୍ସାହର ସହ ପାଳନ କରାଯାଇଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ । ଯୋଗର ପ୍ରସାର କରିବା ଏବଂ ଦିନଚର୍ଯ୍ୟାରେ ଅଂଶ ଭାବେ ଗ୍ରହଣ କରିବାରେ ମିଳୁଥିବା ଏହାର ଲାଭକୁ ଲୋକମାନଙ୍କ ପର୍ଯ୍ୟନ୍ତ ପହଂଚାଇବା ପାଇଁ ବିଶ୍ଵବ୍ୟାପୀ ବହୁଳ ସଂଖ୍ୟାରେ ଯୋଗ ପ୍ରଶିକ୍ଷଣ ଶିବିର ଏବଂ ଅଧିବେଶନର ଆୟୋଜନ କରାଯାଇଛି ।

India was earlier “one of the countries” in the world but now it is a “very important country”: PM Modi

April 02nd, 08:59 pm



PM visits L&T workers' residential complex in Riyadh

April 02nd, 08:58 pm