ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
May 17th, 09:10 am
ଦୋହା ଡାଇମଣ୍ଡ ଲିଗ୍ ୨୦୨୫ରେ ଜାଭେଲିନ୍ ଥ୍ରୋରେ ୯୦ ମିଟର ଟାର୍ଗେଟ ଅତିକ୍ରମ କରିବା ଏବଂ ବ୍ୟକ୍ତିଗତ ସର୍ବୋତ୍ତମ ଥ୍ରୋ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହା ତାଙ୍କର ନିରନ୍ତର ଉଦ୍ୟମ, ଶୃଙ୍ଖଳା ଏବଂ ଆଗ୍ରହର ପରିଣାମ ।”ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
February 23rd, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି । ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି । ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା । ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ । ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା । ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି । ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି । କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ । ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି ।PM congratulates Tek Chand Mahlawat for winning bronze in javeline throw at Asian Para Games
October 28th, 08:32 pm
The Prime Minister, Shri Narendra Modi, congratulated Tek Chand Mahlawat for winning a bronze medal in the men's javeline throw-F55 at the Hangzhou Asian Para Games today.ଏସିଆନ୍ ପାରା ଗେମ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନୀରଜ ଯାଦବଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 28th, 11:26 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ-ଏଫ୍ ୫୫ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନୀରଜ ଯାଦବଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଏସିଆନ୍ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ୍ ଥ୍ରୋ-ଏଫ୍ ୩୭ ଇଭେଣ୍ଟରେ ହାନି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 25th, 04:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଇନାର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ୍ ଥ୍ରୋ-ଏଫ୍ ୩୭ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ହାନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ ଏଫ୬୪ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିôବା ପୁଷ୍ପେନ୍ଦ୍ର ସିଂଙ୍କୁୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
October 25th, 01:26 pm
ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ ଏଫ୬୪ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିôବା ପୁଷ୍ପେନ୍ଦ୍ର ସିଂଙ୍କୁୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ ଏଫ୬୪ ପ୍ରତିଯୋଗିତାରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ବିଶ୍ୱ ରେକର୍ଡ କରିଥିବାରୁ ଖୁସି ମନାଇଲେ ପ୍ରଧାନମନ୍ତ୍ରୀ
October 25th, 01:24 pm
ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ ଏଫ୬୪ ୨ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବା ଓ ପାରା ଏସିଆନ୍ ରେକର୍ଡ ଏବଂ ଗେମ୍ସ ରେକର୍ଡ ପାଇଁ ସୁମିତ ଅନ୍ତିଲଙ୍କୁୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ମୁମ୍ବାଇରେ ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି(ଆଇଓସି)ର 141 ତମ ଅଧିବେଶନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 14th, 10:34 pm
140 କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ଏହିବିଶେଷ ଆୟୋଜନରେ ମୁଁ ସ୍ୱାଗତ କରୁଛି, ଅଭିନନ୍ଦନଜଣାଉଛି । ଆନ୍ତର୍ଜାତୀୟ ଅଲିମ୍ପିକ ସଂଘର ଏହି 141ତମଅଧିବେଶନ ଭାରତରେ ହେବା ହେଉଛି ବେଶ୍ ସ୍ୱତନ୍ତ୍ର । 40ବର୍ଷ ପରେ ଭାରତରେ ଆଇଓସିର ଅଧିବେଶନ ହେବା, ଆମପାଇଁ ହେଉଛି ବହୁତ ଗୌରବର କଥା ।ମୁମ୍ବାଇରେ 141ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
October 14th, 06:35 pm
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ 40 ବର୍ଷ ପରେ ଭାରତରେ ଅନୁଷ୍ଠିତ ଅଧିବେଶନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଅହମ୍ମଦାବାଦର ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ କ୍ରିକେଟ୍ ବିଶ୍ୱକପ୍ ରେ ଭାରତର ବିଜୟ ବିଷୟରେ ସେ ଦର୍ଶକଙ୍କୁ ଅବଗତ କରାଇଥିଲେ। ସେ କହିଛନ୍ତି, “ମୁଁ ଭାରତୀୟ ଟିମ୍ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଏହି ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି।ଏସୀୟ କ୍ରୀଡ଼ାରେ ପୁରୁଷ ଜାଭେଲିନ୍ ପ୍ରତିଯୋଗିତାରେ ନୀରଜ ଚୋପ୍ରାଙ୍କ ଦ୍ୱାରା କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି
October 04th, 08:21 pm
ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ଜାଭେଲିନ ପ୍ରତିଯୋଗିତାରେ କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଏସୀୟ କ୍ରୀଡ଼ା ପୁରୁଷ ଜାଭେଲିନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
October 04th, 08:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଠାରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ଜାଭେଲିନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଦୋହା ଡାଇମଣ୍ଡ୍ ଲିଗରେ ପ୍ରଥମ ସ୍ଥାନ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
May 06th, 10:57 am
ଦୋହା ଡାଇମଣ୍ଡ୍ ଲିଗରେ ପ୍ରଥମ ସ୍ଥାନ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।ବିଶ୍ୱ ଚାମ୍ପିଅନସିପରେ ଜାଭେଲିନ ଥ୍ରୋ ରୌପ୍ୟ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
July 24th, 09:51 am
ବିଶ୍ୱ ଚାମ୍ପିଅନସିପରେ ପୁରୁଷ ଜାଭେଲିନ ଥ୍ରୋ ରୌପ୍ୟ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ଭାରତୀୟ ପାରାଲିମ୍ପିକ୍ ଦଳକୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
September 09th, 02:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ଟୋକିଓ ୨୦୨୦ ପାରାଲିମ୍ପିକ୍ କ୍ରୀଡାର ଭାରତୀୟ ଦଳ ପାଇଁ ଅଭ୍ୟର୍ଥନା ସମାରୋହର ଆୟୋଜନ କରିଛନ୍ତି । ଏହି ଦଳରେ ପାରା-ଆଥଲେଟ୍ସ ଏବଂ ସେମାନଙ୍କ କୋଚ୍ ମଧ୍ୟ ସାମିଲ ହୋଇଥିଲେ ।ସ୍ୱତନ୍ତ୍ର ଫଟୋଚିତ୍ର : ପାରାଲିମ୍ପିକ୍ ଚାମ୍ପିଆନମାନଙ୍କ ସହିତ ଏକ ସ୍ମରଣୀୟ କଥାବାର୍ତ୍ତା
September 09th, 10:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପାରାଲିମ୍ପିକ୍ ଚାମ୍ପିଆନ୍ସଙ୍କୁ ଭେଟିଛନ୍ତି ଯେଉଁମାନେ 2020 ଟୋକିଓ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ଏବଂ ବିଶ୍ୱ ମଞ୍ଚରେ ଦେଶକୁ ଗର୍ବିତ କରିଥିଲେ।ପାରାଲିମ୍ପିକ୍ସ ଗେମ୍ସ ଜାଭେଲିନ ଥ୍ରୋ ସ୍ଵର୍ଣ୍ଣ ବିଜେତା ସୁମିତ ଅନ୍ତିଲଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
August 30th, 05:43 pm
ଟୋକିଓ ପାରାଲିମ୍ପିକ୍ସ ଗେମ୍ସ ଜାଭେଲିନ ଥ୍ରୋ ସ୍ଵର୍ଣ୍ଣ ବିଜେତା ସୁମିତ ଆନ୍ତିଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।ଟୋକିଓ ୨୦୨୦ପାରା ଅଲିମ୍ପିକ୍ସ କ୍ରୀଡା ପାଇଁ ଭାରତୀୟ ପାରା-ଆଥଲେଟ ଦଳ ସହିତ କଥାବାର୍ତା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳ ବିଷୟବସ୍ତୁ
August 17th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ପାରା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଥିବା ପାରା-ଆଥଲେଟ୍, ସେମାନଙ୍କର ପରିବାର ସଦସ୍ୟ, ଅଭିଭାବକ, ପାରା-ଆଥଲେଟମାନଙ୍କ ପ୍ରଶିକ୍ଷକମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପାରା-ଆଥଲେଟମାନଙ୍କୁ ସେମାନଙ୍କର ଆତ୍ମବିଶ୍ବାସ ଓ ଦୃଢ଼ ଇଚ୍ଛାଶକ୍ତି ପାଇଁ ପ୍ରଶଂସା କରିଥିଲେ।ଟୋକିଓ 2020 ପାରା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ପାରା-ଆଥଲେଟ୍ ଦଳ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
August 17th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ପାରା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଥିବା ପାରା-ଆଥଲେଟ୍, ସେମାନଙ୍କର ପରିବାର ସଦସ୍ୟ, ଅଭିଭାବକ, ପାରା-ଆଥଲେଟମାନଙ୍କ ପ୍ରଶିକ୍ଷକମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା; ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ।ବିଶେଷ ଫୋଟ! ପ୍ରଧାନମନ୍ତ୍ରୀ ମୋଦୀ ଅଲିମ୍ପିଆନମାନଙ୍କୁ ଭେଟିଛନ୍ତି ଯେଉଁମାନେ ଭାରତକୁ ଗର୍ବିତ କରିଛନ୍ତି!
August 16th, 10:56 am
ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରୁ ପ୍ରଶଂସା କରିବା ଏବଂ ସମଗ୍ର ଦେଶ ଦ୍ୱାରା ପ୍ରଶଂସା ହେବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ଆଥଲେଟମାନଙ୍କୁ ଭେଟିଛନ୍ତି ଯେଉଁମାନେ ଭାରତକୁ ଗର୍ବିତ କରିଛନ୍ତି I ଏଠାରେ କାର୍ଯ୍ୟକ୍ରମର କିଛି ସ୍ୱତନ୍ତ୍ର ଫୋଟ !ଟୋକିଓ ୨୦୨୦ରେ ଭାରତୀୟ ଦଳର ଅଭୂତପୂର୍ବ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
August 08th, 06:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଲମ୍ପିକ ଖେଳରେ ଭାରତ ଅଭୂତପୂର୍ବ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଟୋକିଓ ୨୦୨୦ରେ ଉଦଯାପିତ ହେବାକୁ ଯାଉଥିବା ବେଳେ ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରତ୍ୟେକ ଆଥଲେଟ ଜଣେ ଜଣେ ଚାମ୍ପିଅନ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।