ଆସାମର ଦରାଙ୍ଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

September 14th, 11:30 am

ଅହୋମର ବିକାଶ ଯାତ୍ରାର ଏଇ ଐତିହାସିକ ଦିନଟୁତ ଦରଙ୍ଗବାସିର ଲାଁଗତେ, ହମାଁଗ୍ର ଅଁହୋମବାସିକ ମୟ ଆନ୍ତରିକ ଓଲୋଗ ଆରୁ ଅଭିନୋନ୍ଦୋନ ଜୋନାଇଶୁ।

ଆସାମର ଦରାଙ୍ଗରେ ପ୍ରାୟ ୬୫୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 14th, 11:00 am

ଆଜି, ସମଗ୍ର ଦେଶ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଏକତ୍ରିତ ଭାବରେ ଆଗକୁ ବଢ଼ୁଛି; ବିଶେଷକରି ଆମର ଯୁବ ନାଗରିକମାନଙ୍କ ପାଇଁ, ଏକ ବିକଶିତ ଭାରତ ଏକ ସ୍ୱପ୍ନ ଏବଂ ଏକ ସଂକଳ୍ପ, ଏହି ସଂକଳ୍ପ ପୂରଣ କରିବାରେ ଉତ୍ତର-ପୂର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ

ୟୁଇଆର୍-II ଏବଂ ଦ୍ୱାରିକା ଏକ୍ସପ୍ରେସ-ୱେର ଦିଲ୍ଲୀ ସେକ୍ସନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 17th, 12:45 pm

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ନୀତିନ ଗଡ଼କରୀ ଜୀ, ହରିୟାଣାର ମୁଖ୍ୟମନ୍ତ୍ରୀ ନୟବ ସିଂହ ସୈନୀ ଜୀ, ଦିଲ୍ଲୀର ଉପ ରାଜ୍ୟପାଳ ବିନୟ ସକ୍ସେନା ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭଉଣୀ ରେଖା ଗୁପ୍ତା ଜୀ, କେନ୍ଦ୍ରରେ ମନ୍ତ୍ରୀ ପରିଷଦର ମୋର ସହଯୋଗୀ ଅଜୟ ଟମ୍ମା ଜୀ, ହର୍ଷ ମାଲହୋତ୍ରା ଜୀ, ଦିଲ୍ଲୀ ଏବଂ ହରିୟାଣାର ସାଂସଦଗଣ, ଉପସ୍ଥିତ ମନ୍ତ୍ରୀଗଣ, ଅନ୍ୟ ଜନ ପ୍ରତିନିଧିଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧,୦୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି

August 17th, 12:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ରୋହିଣୀ ଠାରେ ପ୍ରାୟ ୧୧,୦୦୦ କୋଟି ଟଙ୍କା ମୂଲ୍ୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ସ୍ଥାନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ, କହିଥିଲେ ଯେ ଏକ୍ସପ୍ରେସୱେର ନାମ ଦ୍ୱାରକା ଏବଂ ଏହି କାର୍ଯ୍ୟକ୍ରମ ରୋହିଣୀରେ ଅନୁଷ୍ଠିତ ହେଉଛି। ସେ ଜନ୍ମାଷ୍ଟମୀର ଉତ୍ସବର ବାତାବରଣ ଉପରେ ଆଲୋକପାତ କରିଥିଲେ ଏବଂ ସେ ନିଜେ ଦ୍ୱାରକାଧୀଶଙ୍କ ଭୂମିରୁ ଆସିଥିବା ସଂଯୋଗ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ବାତାବରଣ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଗଭୀର ଭାବରେ ପ୍ରଭାବିତ ହୋଇଛି।

ଦେଶବାସୀଙ୍କୁ ପବିତ୍ର ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 16th, 08:55 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣର ମୁଖ୍ୟାଂଶ

August 15th, 03:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରୁ ୭୯ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ମୋଦୀଙ୍କ ଅଭିଭାଷଣ ଲାଲକିଲ୍ଲାରୁ ସବୁଠାରୁ ଲମ୍ବା ଏବଂ ନିର୍ଣ୍ଣାୟକ ଅଭିଭାଷଣ ଥିଲା, ଯାହା ୧୦୩ ମିନିଟ୍ ଧରି ଥିଲା, ଯେଉଁଥିରେ ସେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଏହା ମଧ୍ୟ ଅନ୍ୟ ଉପରେ ନିର୍ଭରଶୀଳ ଦେଶରୁ ବିଶ୍ୱସ୍ତରୀୟ ଆତ୍ମବିଶ୍ୱାସୀ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥିର ଦେଶ ହେବା ପାଇଁ ଭାରତର ଯାତ୍ରାକୁ ଆଲୋକପାତ କରିଥିଲା।

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 15th, 07:00 am

ସ୍ୱାଧୀନତାର ଏହି ମହାନ ପର୍ବ ହେଉଛି ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସିଦ୍ଧି ଓ ଗୌରବର ମୁହୂର୍ତ୍ତ ଏବଂ ଏହା ସମସ୍ତଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରି ଦେଇଛି। ଦେଶ ଏକତାର ଭାବନାକୁ ଏହା ନିରନ୍ତର ମଜବୁତ କରୁଛି। ଆଜି, ୧୪୦ କୋଟି ଦେଶବାସୀ ତ୍ରିରଙ୍ଗା ରଙ୍ଗରେ ରଙ୍ଗିତ। ଘରେ ଘରେ ତ୍ରିରଙ୍ଗା, ଭାରତର ପ୍ରତ୍ୟେକ କୋଣରୁ, ତାହା ମରୁଭୂମି ହେଉ ଅବା ହିମାଳୟର ଶିଖର ହେଉ, ସମୁଦ୍ର କୂଳ ହେଉ ଅବା ଘନ ଜନବସତି ଅଞ୍ଚଳ, ସବୁଠି ସମାନ ପ୍ରତିଧ୍ୱନି ଓ ସମାନ ଜୟଗାନ ଶୁଭୁଛି । ଆମ ପାଇଁ ଆମ ଜୀବନଠାରୁ ଅଧିକ ପ୍ରିୟ ମାତୃଭୂମିର ଜୟଗାନ ଚାରିଆଡ଼େ ଶୁଭୁଛି ।

India celebrates 79th Independence Day

August 15th, 06:45 am

PM Modi, in his address to the nation on the 79th Independence day paid tribute to the Constituent Assembly, freedom fighters, and Constitution makers. He reiterated that India will always protect the interests of its farmers, livestock keepers and fishermen. He highlighted key initiatives—GST reforms, Pradhan Mantri Viksit Bharat Rozgar Yojana, National Sports Policy, and Sudharshan Chakra Mission—aimed at achieving a Viksit Bharat by 2047. Special guests like Panchayat members and “Drone Didis” graced the Red Fort celebrations.

2047 ରେ ବିକଶିତ ଭାରତର ମାର୍ଗ ଆତ୍ମନିର୍ଭରଶୀଳତା ମାଧ୍ୟମରେ ଯାଇଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

July 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆଉ ଥରେ ଦେଶର ସଫଳତା ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ କଥା ହେବା । ଗତ କିଛି ସପ୍ତାହରେ କ୍ରୀଡ଼ା ହେଉ, ବିଜ୍ଞାନ ହେଉ କିମ୍ବା ସଂସ୍କୃତି ହେଉ, ବହୁତ କିଛି ଏମିତି ହୋଇଛି, ଯାହା ଉପରେ ପ୍ରତ୍ୟେକ ଭାରତବାସୀ ଗର୍ବିତ । ଏବେ ନିକଟରେ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବାକୁ ନେଇ ଦେଶରେ ବହୁତ ଚର୍ଚ୍ଚା ହେଲା । ଶୁଭାଂଶୁ ଯେମିତି ପୃଥିବୀପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇଲେ, ଲୋକେ ଉତ୍ସାହିତ ହୋଇଉଠିଲେ । ପ୍ରତ୍ୟେକ ହୃଦୟରେ ଖୁସିର ଲହରି ଖେଳିଗଲା । ସମଗ୍ର ଦେଶ ଗର୍ବରେ ପରିପୂର୍ଣ୍ଣ ହୋଇଗଲା । ମୋର ମନେଅଛି, ଯେତେବେଳେ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଥିଲା, ସେତେବେଳେ ଦେଶରେ ଗୋଟିଏ ନୂଆ ବାତାବରଣ ସୃଷ୍ଟି ହୋଇଥିଲା । ବିଜ୍ଞାନକୁ ନେଇ, ମହାକାଶକୁ ନେଇ ପିଲାମାନଙ୍କ ମନରେ ଏକ ନୂଆ ଜିଜ୍ଞାସା ମଧ୍ୟ ଜାଗ୍ରତ ହୋଇଥିଲା । ଏବେ ଛୋଟ ଛୋଟ ପିଲାମାନେ କହୁଛନ୍ତି, ଆମେ ବି ମହାକାଶକୁ ଯିବୁ । ଆମେ ବି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବୁ – ମହାକାଶ ବିଜ୍ଞାନୀ ହେବୁ ।

ଜନ୍ମାଷ୍ଟମୀ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 26th, 08:16 am

ପବିତ୍ର ଜନ୍ମାଷ୍ଟମୀର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମହାକାଶ କ୍ଷେତ୍ରରେ ସଂସ୍କାର ଦ୍ୱାରା ଦେଶର ଯୁବବର୍ଗ ଉପକୃତ ହୋଇଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

August 25th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ମୋର ସମସ୍ତ ପରିଜନଙ୍କୁ ସ୍ୱାଗତ କରୁଛି । ଆଜି ପୁଣି ଥରେ ଆଲୋଚନା ହେବ – ଦେଶର ଉପଲବ୍ଧି ସମ୍ପର୍କରେ, ଦେଶର ସାମୂହିକ ପ୍ରଚେଷ୍ଟା ସମ୍ପର୍କରେ । ଏକବିଂଶ ଶତାବ୍ଦୀର ଭାରତରେ ଏଭଳି ବହୁତ କିଛି ଘଟୁଛି, ଯାହା ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରୁଛି । ଯେମିତିକି, ଏଇ ଅଗଷ୍ଟ ୨୩ ତାରିଖ ଦିନ ଆମେ ସମସ୍ତ ଦେଶବାସୀ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କଲୁ । ଆପଣମାନେ ସମସ୍ତେ ଏହି ଦିନଟି ସହ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପୁଣିଥରେ ଉତ୍ସବ ପାଳନ କରିଥିବେ ବୋଲି ମୋର ବିଶ୍ୱାସ । ଗତବର୍ଷ ଠିକ୍ ଏହି ଦିନ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଭାଗରେ ଶିବ-ଶକ୍ତି ପଏଣ୍ଟ ଠାରେ ସଫଳତାର ସହ ଅବତରଣ କରିଥିଲା । ଏହି ଉପଲବ୍ଧି ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଲା ।

ଜନ୍ମାଷ୍ଟମୀରେ ସଭିଁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

September 07th, 08:52 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଗୋଆର ପାନଜୀ ଠାରେ ହର ଘର ଜଳ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

August 19th, 04:51 pm

ଏହି କାର୍ଯ୍ୟକ୍ରମ ଗୋଆରେ ଅନୁଷ୍ଠିତ ହେଉଛି । କିନ୍ତୁ ଆଜି ମୁଁ ଦେଶର ତିନୋଟି ବଡ ସଫଳତା ସମସ୍ତ ନାଗରିକଙ୍କ ସହ ସେୟାର କରିବାକୁ ଚାହୁଁଛି । ଏବଂ ମୁଁ ସମଗ୍ର ଦେଶ ପାଇଁ ଏହା କହିବାକୁ ଚାହେଁ, ଯେତେବେଳେ ମୋର ଦେଶବାସୀ ଭାରତର ଏହି ସଫଳତା ବିଷୟରେ ଜାଣନ୍ତି, ମୁଁ ନିଶ୍ଚିତ ଯେ ସେମାନେ ଅତ୍ୟନ୍ତ ଗର୍ବିତ ହେବେ, ବିଶେଷ କରି ଆମର ମା’ ଏବଂ ଭଉଣୀମାନେ । ଆଜି ଆମେ ଅମୃତ କାଳ”ରେ ଭାରତ କାର୍ଯ୍ୟ କରୁଥିବା ବୃହତ ଲକ୍ଷ୍ୟ ସହ ଜଡିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛୁ । ପ୍ରଥମ ମାଇଲଖୁଣ୍ଟ ହେଉଛି ଆଜି ଦେଶର ୧୦ କୋଟି ଗ୍ରାମୀଣ ପରିବାର ପାଇପ୍ ଯୋଗେ ବିଶୁଦ୍ଧ ଜଳ ସୁବିଧା ସହିତ ସଂଯୁକ୍ତ ହୋଇଛନ୍ତି । ପରିବାରକୁ ଜଳ ଯୋଗାଣ ପାଇଁ ସରକାରଙ୍କ ଅଭିଯାନର ଏହା ଏକ ବଡ଼ ସଫଳତା । ଏହା ମଧ୍ୟ ସବକା ପ୍ରୟାସ” (ସମସ୍ତଙ୍କ ଉଦ୍ୟମ) ର ଏକ ଉତ୍ତମ ଉଦାହରଣ । ଏହି ସଫଳତା ପାଇଁ ମୁଁ ପ୍ରତ୍ୟେକ ଦେଶବାସୀ ଏବଂ ବିଶେଷକରି ମା’ ଏବଂ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି ।

ଭିଡିଓ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଜଳଜୀବନ ମିଶନ ଅଧୀନସ୍ଥ ହର ଘର ଜଲ ଉତ୍ସବରେ ସମ୍ବୋଧନ

August 19th, 12:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ଜଳ ଜୀବନ ମିଶନ ଅଧୀନ ହର ଘର ଜଲ ଉତ୍ସବକୁ ସମ୍ବୋଧିତ କରିଛନ୍ତି । ଏହି ସମାରୋହ ଗୋଆରେ ଅନୁଷ୍ଠିତ ହୋଇଛି । ଗୋଆ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ଅବସରରେ ଉପସ୍ଥିତ ଥିଲେ । ଜନ୍ମାଷ୍ଟମୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀକୃଷ୍ଣ ଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

PM greets people on Janmashtami

August 19th, 10:02 am

The Prime Minister, Shri Narendra Modi has greeted the people on the auspicious occasion of Janmashtami.

ଜନମାଷ୍ଟମୀର ଶୁଭେଚ୍ଛା ପାଇଁ ଲତା ମଙ୍ଗେଶକରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 30th, 09:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନ୍ମାଷ୍ଟମୀର ଶୁଭେଚ୍ଛା ପାଇଁ ଲତା ମଙ୍ଗେଶକର ଜୀଙ୍କୁ କୃତଜ୍ଞତା ଜଣାଇଛନ୍ତି । କିମ୍ବଦନ୍ତୀ ଗାୟିକା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଶୁଭେଚ୍ଛା ଜଣାଇ ତାଙ୍କର ଗୋଟେ ଗୁଜରାଟୀ ଭଜନକୁ ଟ୍ୱିଟରେ ସଂଲଗ୍ନ କରିଥିଲେ।

ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

August 30th, 11:00 am

୩୦ ଅଗଷ୍ଟ ୨୦୨୧, ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ଭାରତର ଯୁବପିଢ଼ି କିଛି ନୂଆ ଏବଂ ବଡ଼ ଆକାରରେ କରିବାକୁ ଚାହୁଁଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

August 29th, 11:30 am

ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଆମ ଅଲିମ୍ପିଆନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଦେଶକୁ ବିଶ୍ୱ ମଞ୍ଚରେ ଗର୍ବିତ କରିଛନ୍ତି। ଦେଶର ଯୁବପିଢ଼ିଙ୍କ ରିସ୍କ ନେବା ଏବଂ ଆଗକୁ ବଢ଼ିବାର ଦକ୍ଷତାକୁ ପାଇଁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର କୁଶଳୀ ମାନବ ଶକ୍ତିର ପ୍ରୟାସକୁ ଆଲୋକପାତ କରି ଭଗବାନ୍ ବିଶ୍ୱକର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |

ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

August 11th, 08:14 pm

ପବିତ୍ର ଜନ୍ମାଷ୍ଟମୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

August 24th, 07:50 am

ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଛା ଜଣାଇଛନ୍ତି ।