ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ରାମନାଥ ଗୋଏଙ୍କା ଷଷ୍ଠ ଅଭିଭାଷଣ
November 17th, 08:30 pm
ଆଜି ଆମେ ସଭିଏଁ ଏଭଳି ଜଣେ ବିଭୂତିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ଏଠାରେ ଆସି ଉପସ୍ଥିତ ହୋଇଛେ, ଯିଏ ଭାରତୀୟ ଲୋକତନ୍ତ୍ରରେ, ସାମ୍ବାଦିକତା କ୍ଷେତ୍ରରେ, ଅଭିବ୍ୟକ୍ତି ଏବଂ ଜନ ଆନ୍ଦୋଳନର ଶକ୍ତିକୁ ନୂତନ ଶୀର୍ଷରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ରାମନାଥ ଗୋଏଙ୍କାଜୀ ଏଭଳି ଜଣେ ଦୂରଦ୍ରଷ୍ଟା ଭାବରେ, ଜଣେ ଅନୁଷ୍ଠାନ ନିର୍ମାତା ଭାବରେ, ଜଣେ ରାଷ୍ଟ୍ରବାଦୀ ରୂପରେ ଏବଂ ଜଣେ ଗଣମାଧ୍ୟମ ନେତୃତ୍ୱ ଭାବରେ, ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ, କେବଳ ଗୋଟିଏ ସମ୍ବାଦପତ୍ର ଭାବରେ ନୁହେଁ ବରଂ ଏକ ମିଶନ ଭାବରେ, ଭାରତର ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିପାରିଥିଲେ । ଅନେକ ନେତୃତ୍ୱରେ ଏହି ଗୋଷ୍ଠୀ, ଭାରତର ଲୋକତାନ୍ତ୍ରିକ ମୂଲ୍ୟବୋଧ ଏବଂ ରାଷ୍ଟ୍ରୀୟ ହିତ ସାଧନର ସ୍ୱର ରୂପରେ ମଧ୍ୟ ଗୁଞ୍ଜରିତ ହୋଇପାରିଥିଲା । ସେଥି ନିମନ୍ତେ ଏକବିଂଶ ଶତାବ୍ଦୀର ଏହି କାଳଖଣ୍ଡରେ ଯେତେବେଳେ ଭାରତ ବିକଶିତ ହେବାର ସଂକଳ୍ପର ସହିତ ଆଗକୁ ଅଗ୍ରସର ହୋଇଚାଲିଛି, ସେତେବେଳେ ରାମନାଥ ଗୋଏଙ୍କାଜୀଙ୍କ ପ୍ରତିବଦ୍ଧତା, ତାଙ୍କର ପ୍ରୟାସ, ତାଙ୍କର ପରିକଳ୍ପନା, ଆମକୁ ଢେର୍ ପ୍ରେରଣା ଯୋଗାଉଛି । ମୁଁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି ଯେ ଆପଣମାନେ ମୋତେ ଏହି ବ୍ୟାଖ୍ୟାନ ନିମନ୍ତେ ଆମନ୍ତ୍ରିତ କରିଛନ୍ତି, ମୁଁ ଆପଣମାନଙ୍କ ସମସ୍ତଙ୍କୁ ଏଥି ସକାଶେ ଅଭିନନ୍ଦନ ଜ୍ଞାପନ କରୁଛି ।ଷଷ୍ଠ ରାମନାଥ ଗୋଏଙ୍କା ବକ୍ତୃତା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
November 17th, 08:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଦ ଇଣ୍ଡିଆନ ଏକ୍ସପ୍ରେସ ଦ୍ୱାରା ଆୟୋଜିତ ଷଷ୍ଠ ରାମନାଥ ଗୋଏଙ୍କା ବତ୍କୃତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଆମେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ସ୍ମରଣ କରିବାକୁ ଏକାଠି ହୋଇଛୁ, ଯିଏକି ଭାରତର ଗଣତନ୍ତ୍ର, ପତ୍ରକାରିତା, ଅଭିବ୍ୟକ୍ତି ଏବଂ ଜନଆନ୍ଦୋଳନର ଶକ୍ତିକୁ ଉଚ୍ଚ ସ୍ଥାନକୁ ନେଇଯାଇଥିଲେ । ସେ ଉଲ୍ଲେଖ କରିଥିଲେ, ଶ୍ରୀ ରାମନାଥ ଗୋଏଙ୍କା ଦୃଷ୍ଟିସମ୍ପନ୍ନ, ସଂସ୍ଥାପକ, ଜାତୀୟତାବାଦୀ ଏବଂ ଗଣମାଧ୍ୟମ ନେତା ଭାବେ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ କେବଳ ଏକ ସମ୍ବାଦପତ୍ର ନୁହେଁ, ବରଂ ଜନତାଙ୍କ ମଧ୍ୟରେ ଏକ ମିଶନରେ ପରିଣତ କରିଥିଲେ । ସେ କହିଥିଲେ, ଗୋଏଙ୍କାଜୀଙ୍କ ନେତୃତ୍ୱରେ ଏହି ଗ୍ରୁପ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜାତୀୟ ହିତର ଏକ ସ୍ୱର ହୋଇପାରିଥିଲା । ସେ କହିଥିଲେ, ଏକବିଂଶ ଶତାବ୍ଦୀର ଏହି ଯୁଗରେ ଯେତେବେଳେ ଭାରତ ନିଜକୁ ବିକଶିତ କରିବାର ସଂକଳ୍ପରେ ଅଗ୍ରସର ହେଉଛି, ଗୋଏଙ୍କାଜୀଙ୍କର ଦୃଢ଼ତା ଏବଂ ଦୃଷ୍ଟି ଆମ ପାଇଁ ପ୍ରେରଣା । ବତ୍କୃତା ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ କୃତଜ୍ଞତା ଜଣାଇବା ସହ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।RJD and Congress are pushing Bihar’s youth towards crime and ‘rangdari’: PM Modi in Bettiah, Bihar
November 08th, 11:30 am
Addressing a massive rally in Bettiah, PM Modi accused the RJD and Congress of pushing the state’s youth towards crime and ‘rangdari’. Speaking about the GST Bachat Utsav, the PM highlighted that today, essential items carry either zero or minimal GST, making everyday goods much more affordable. Urging the crowd to take out their phones and switch on the flashlight, he said, “This light in your hands shows the path to a Viksit Bihar.”Unstoppable wave of support as PM Modi addresses rallies in Sitamarhi and Bettiah, Bihar
November 08th, 11:00 am
PM Modi today addressed large and enthusiastic gatherings in Sitamarhi and Bettiah, Bihar, seeking blessings in the sacred land of Mata Sita and highlighting the deep connection between faith and nation-building. Recalling the events of November 8, 2019, when he had prayed for a favourable Ayodhya verdict before heading for an inauguration the following day, he said he had now come to Sitamarhi to seek the people’s blessings for a Viksit Bihar.ନୟା ରାୟପୁରରେ ଛତିଶଗଡ଼ ବିଧାନ ସଭାର ନୂତନ ଭବନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 01st, 01:30 pm
ଛତିଶଗଡ଼ର ରାଜ୍ୟପାଳ ରମଣ ଡେକା ଜୀ, ଲୋକସଭା ବାଚସ୍ପତି ଓମ ବିର୍ଲା ଜୀ, ଛତିଶଗଡ଼ ବିଧାନସଭାର ଅଧ୍ୟକ୍ଷ ମୋର ବନ୍ଧୁ ରମଣ ସିଂହ ଜୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଜୀ, କେନ୍ଦ୍ର ସରକାରରେ ଥିବା ମୋର ସହଯୋଗୀ ମନ୍ତ୍ରୀ ତୋଖନ ସାହୁ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଜୀ, ଅରୁଣ ସାୱ ଜୀ, ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଜୀ, ଉପସ୍ଥିତ ଅନ୍ୟ ମନ୍ତ୍ରୀଗଣ, ଜନ ପ୍ରତିନିଧିଗଣ ଏବଂ ଏଠାରେ ଥିବା ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ନୟା ରାୟପୁରରେ ଛତିଶଗଡ ବିଧାନସଭାର ନୂତନ ଭବନକୁ ଉଦଘାଟନ କରିଛନ୍ତି
November 01st, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ନୟା ରାୟପୁରରେ ରାଜ୍ୟ ବିଧାନସଭାର ନୂତନ କୋଠା ଉଦଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଛତିଶଗଡ଼ର ବିକାଶ ଯାତ୍ରା ପାଇଁ ଏକ ସୁବର୍ଣ୍ଣ ଆରମ୍ଭ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ, ବ୍ୟକ୍ତିଗତ ଭାବର ଏହା ତାଙ୍କ ପାଇଁ ଏକ ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଭୂମି ସହିତ ତାଙ୍କର ଗଭୀର ଭାବପ୍ରବଣ ସମ୍ପର୍କ ଉପରେ ମତ ଦେଇଥିଲେ, ଯାହା ଦଶନ୍ଧି ଧରି ପାଳିତ ହୋଇଥିଲା। ଜଣେ ଦଳୀୟ କର୍ମୀ ଭାବରେ ତାଙ୍କ ସମୟକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ସେ ଛତିଶଗଡ଼ରେ ବହୁତ ସମୟ ବିତାଇଥିଲେ ଏବଂ ବହୁତ କିଛି ଶିଖିଥିଲେ। ସେ ଛତିଶଗଡ଼ର ଦୃଷ୍ଟିକୋଣ, ଏହାର ସୃଷ୍ଟି ପାଇଁ ସଂକଳ୍ପ ଏବଂ ସେହି ସଂକଳ୍ପର ପୂରଣକୁ ଆହୁରି ମନେ ପକାଇ କହିଥିଲେ ଛତିଶଗଡ଼, ପରିବର୍ତ୍ତନର ପ୍ରତ୍ୟେକ ମୁହୂର୍ତ୍ତର ସେ ସାକ୍ଷୀ ଅଛନ୍ତି। ରାଜ୍ୟ ଏହାର ୨୫ ବର୍ଷର ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଣ୍ଟରେ ପହଞ୍ଚିବା ସହିତ, ଏହି ମୁହୂର୍ତ୍ତର ଅଂଶ ହେବାର ସୁଯୋଗ ପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ। ରୌପ୍ୟ ଜୟନ୍ତୀ ପାଳନ ଅବସରରେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟବାସୀଙ୍କ ପାଇଁ ନୂତନ ବିଧାନସଭା କୋଠା ଉଦଘାଟନ କରିବାର ସୁଯୋଗ ତାଙ୍କୁ ମିଳିଛି। ଏହି ଅବସରରେ ସେ ଛତିଶଗଡ଼ର ଜନସାଧାରଣ ଏବଂ ରାଜ୍ୟ ସରକାରଙ୍କୁ ତାଙ୍କର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମିଳନୀ ୨୦୨୫କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
October 31st, 06:08 pm
ଶ୍ରୀ ମୋଦୀ ମନେ ପକାଇଛନ୍ତି ଯେ ଗତ ବର୍ଷ, ଗୁଜରାଟରେ ମହର୍ଷି ଦୟାନନ୍ଦ ସରସ୍ୱତୀ ଜୀଙ୍କ ଜନ୍ମସ୍ଥାନରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ, ତାଙ୍କୁ ଦିଲ୍ଲୀରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମବାର୍ଷିକୀ ସମାରୋହ ଉଦଘାଟନ କରିବାର ସୌଭାଗ୍ୟ ମିଳିଥିଲା। ସେ କହିଥିଲେ ଯେ ସେଠାରେ ଉଚ୍ଚାରିତ ବୈଦିକ ମନ୍ତ୍ର ଓ ଯଜ୍ଞାନୁଷ୍ଠାନର ଉର୍ଜ୍ଜାକୁ ସେ ଏବେ ବି ଅନୁଭବ କରିପାରୁଛନ୍ତି, ଯେପରିକି ତାହା ଗତକାଲି ଅନୁଷ୍ଠିତ ହୋଇଥିଲା ।ତୃଣମୂଳ ସ୍ତରରେ କାର୍ଯ୍ୟରତଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନକୁ କରିଛନ୍ତି ପ୍ରଭାବଶାଳୀ
October 04th, 03:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’କୁ ଭାରତର ନାରୀ ଶକ୍ତିଙ୍କ ପାଇଁ ପ୍ରଭାବଶାଳୀ ଓ ଲାଭକରୀ କରିବା ଦିଗରେ ତୃଣମୂଳ ସ୍ତରରେ ଅଧିକ ପରିଶ୍ରମ କରୁଥିବା ଲୋକଙ୍କ ପ୍ରଶଂସନୀୟ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ।An RSS shakha is a ground of inspiration, where the journey from 'me' to 'we' begins: PM Modi
October 01st, 10:45 am
In his address at the centenary celebrations of the Rashtriya Swayamsevak Sangh (RSS), PM Modi extended his best wishes to the countless swayamsevaks dedicated to the resolve of national service. He announced that, to commemorate the occasion, the GoI has released a special postage stamp and a coin. Highlighting the RSS’ five transformative resolutions, the PM remarked that in times of calamity, swayamsevaks are among the first responders.ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 01st, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବୋଧିତ କରିଛନ୍ତି। ଏହି ଅବସରରେ, ଶ୍ରୀ ମୋଦୀ ସମସ୍ତ ନାଗରିକଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇ କହିଥିଲେ ଯେ ଆଜି ମହାନବମୀ ଏବଂ ଦେବୀ ସିଦ୍ଧିଦାତ୍ରୀଙ୍କ ଦିବସ। ସେ ଉଲ୍ଲେଖ କରିଥିଲେ ଯେ ଆସନ୍ତାକାଲି ବିଜୟାଦଶମୀର ମହାନ ପର୍ବ, ଯାହା ଭାରତୀୟ ସଂସ୍କୃତିର ଚିରନ୍ତନ ଘୋଷଣାର ପ୍ରତୀକ: ଅନ୍ୟାୟ ଉପରେ ନ୍ୟାୟ, ମିଥ୍ୟା ଉପରେ ସତ୍ୟ ଏବଂ ଅନ୍ଧାର ଉପରେ ଆଲୋକର ବିଜୟ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୦୦ ବର୍ଷ ପୂର୍ବେ ଏପରି ଏକ ପବିତ୍ର ଅବସରରେ ପ୍ରତିଷ୍ଠିତ ହୋଇଥିଲା ଏବଂ କହିଛନ୍ତି ଯେ ଏହା କୌଣସି ସଂଯୋଗ ନୁହେଁ। ସେ କହିଛନ୍ତି ଯେ ଏହା ହଜାର ହଜାର ବର୍ଷ ପୁରୁଣା ଏକ ପ୍ରାଚୀନ ପରମ୍ପରାର ପୁନରୁଦ୍ଧାର, ଯେଉଁଥିରେ ଜାତୀୟ ଚେତନା ପ୍ରତ୍ୟେକ ଯୁଗର ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ନୂତନ ରୂପରେ ନିଜକୁ ପ୍ରକାଶ କରେ। ସେ କହିଛନ୍ତି ଯେ ଏହି ଯୁଗରେ, ସଂଘ ସେହି ଅନନ୍ତ ଜାତୀୟ ଚେତନାର ଏକ ସଦ୍ଗୁଣ ପ୍ରତିମୂର୍ତ୍ତି।ଅରୁଣାଚଳ ପ୍ରଦେଶର ଇଟାନଗରରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 22nd, 11:36 am
ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ କେ.ଟି ପରନାୟକ ଜୀ, ରାଜ୍ୟର ଲୋକପ୍ରିୟ ଏବଂ ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, କିରେନ ରିଜିଜୁ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ମୋର ସାଥୀ ସାଂସଦ ନବମ ରେବିଆ ଜୀ ଏବଂ ତାପିର ଗାଓ ଜୀ, ସମସ୍ତ ବିଧାୟକଗଣ, ଅନ୍ୟ ଜନ ପ୍ରତିନିଧିଗଣ, ଏବଂ ଅରୁଣାଚଳ ପ୍ରଦେଶର ମୋର ପ୍ରିୟ ଭାଇ ଓ ଭଉଣୀମାନେ !ଅରୁଣାଚଳ ପ୍ରଦେଶ ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
September 22nd, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଅରୁଣାଚଳ ପ୍ରଦେଶର ଇଟାନଗରରେ ପ୍ରାୟ ୫୧୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଉପସ୍ଥିତ ସମାବେଶକୁ ସମ୍ବୋଧନ କରି, ସେ ପରମାତ୍ମା ଡୋନୟି ପୋଲୋଙ୍କୁ ସ୍ମରଣ କରିବା ସହ ସମସ୍ତଙ୍କ ଉପରେ ତାଙ୍କର କୃପା ରହୁ ବୋଲି ପ୍ରାର୍ଥନା କରିଥିଲେ।ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 21st, 06:09 pm
ଶକ୍ତି ପୂଜାର ପର୍ବ ନବରାତ୍ରୀ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା! ନବରାତ୍ରୀର ପ୍ରଥମ ଦିନରୁ, ଦେଶ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ ପଦକ୍ଷେପ ନେଉଛି। ଆସନ୍ତାକାଲି, ସେପ୍ଟେମ୍ବର 22 ତାରିଖ ସୂର୍ଯ୍ୟୋଦୟ ସହିତ ନବରାତ୍ରୀର ପ୍ରଥମ ଦିନଠାରୁ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେବ। ଅନ୍ୟ ଅର୍ଥରେ କହିବାକୁ ଗଲେ ଆସନ୍ତାକାଲିଠାରୁ ଦେଶରେ ଏକ ଜିଏସଟି ସଞ୍ଚୟ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି। ଏହି ଜିଏସଟି ସଞ୍ଚୟ ମହୋତ୍ସବ ଆପଣଙ୍କର ସଞ୍ଚୟ ବୃଦ୍ଧି କରିବ ଏବଂ ଆପଣ ଚାହୁଁଥିବା ଜିନିଷଗୁଡ଼ିକୁ ଅଧିକ ସହଜରେ କିଣିପାରିବେ। ଆମ ଦେଶର ଗରିବ, ମଧ୍ୟବିତ୍ତ ବର୍ଗର ଲୋକ, ନବମଧ୍ୟବିତ୍ତ ବର୍ଗ, ଯୁବବର୍ଗ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ, ଉଦ୍ୟୋଗୀ, ସମସ୍ତେ ଏହି ସଞ୍ଚୟ ମହୋତ୍ସବରୁ ବହୁତ ଲାଭ ପାଇବେ। ଏହାର ଅର୍ଥ ହେଉଛି ଏହି ପାର୍ବଣ ଋତୁରେ ସମସ୍ତଙ୍କୁ କିଛି ମିଠା ଖାଇବାକୁ ମିଳିବ ଏବଂ ଦେଶର ପ୍ରତ୍ୟେକ ପରିବାର ଆଶୀର୍ବାଦ ପାଇବେ। ମୁଁ ଆଗାମୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଏହି ସଞ୍ଚୟ ମହୋତ୍ସବ ପାଇଁ ଦେଶର କୋଟି କୋଟି ପରିବାରକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି। ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟ କରିବା ସହଜ ହେବ, ନିବେଶ ଅଧିକ ଆକର୍ଷଣୀୟ ହେବ ଏବଂ ବିକାଶ ଦୌଡ଼ରେ ପ୍ରତ୍ୟେକ ରାଜ୍ୟକୁ ସମାନ ଅଂଶୀଦାର କରିବ।ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 21st, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଶକ୍ତି ଉପାସନାର ପର୍ବ ନବରାତ୍ରୀ ପ୍ରାରମ୍ଭରେ ସବୁ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବରାତ୍ରୀର ପ୍ରଥମ ଦିନରୁ ଦେଶ ଆତ୍ମନିର୍ଭର ଭାରତ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। 22 ସେପ୍ଟେମ୍ବର ସୂର୍ଯ୍ୟୋଦୟ ଠାରୁ ଦେଶ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବ। ଏହାସହିତ ସମଗ୍ର ଭାରତରେ ‘ଜିଏସଟି ବଚତ’ ଉତ୍ସବ (ସଞ୍ଚୟ ମହୋତ୍ସବ)ର ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଜୋର ଦେଇ କହିଥିଲେ ଯେ ଏହି ପର୍ବ ସଞ୍ଚୟକୁ ବୃଦ୍ଧି କରିବ ଏବଂ ଲୋକଙ୍କ ପାଇଁ ସେମାନଙ୍କର ପସନ୍ଦର ଜିନିଷ କିଣିବାକୁ ସହଜ କରିବ। ଏହି ସଞ୍ଚୟ ମହୋତ୍ସବର ଲାଭ ଗରିବ, ମଧ୍ୟବିତ୍ତ, ନବମଧ୍ୟବିତ୍ତ ବର୍ଗ, ଯୁବକ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ ଏବଂ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚିବ। ସେ ଆହୁରି କହିଛନ୍ତି, ଏହି ପାର୍ବଣ ଋତୁରେ ପ୍ରତ୍ୟେକ ପରିବାରର ସୁଖ ଏବଂ ମଧୁରତା ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି ପରିବାରକୁ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଜିଏସଟି ସଞ୍ଚୟ ମହୋତ୍ସବ ପାଇଁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ, ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟିକ କାର୍ଯ୍ୟକୁ ସରଳ କରିବ, ନିବେଶକୁ ଅଧିକ ଆକର୍ଷଣୀୟ କରିବ ଏବଂ ବିକାଶ ଦୌଡ଼ରେ ପ୍ରତ୍ୟେକ ରାଜ୍ୟ ସମାନ ଅଂଶୀଦାର ହେବ।ବିହାରର ଗୟାଜୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣI
August 22nd, 12:00 pm
ବିହାରର ମାନ୍ୟବର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଜୀ; ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ, ଜିତନ୍ ରାମ ମାନଝି ଜୀ, ରାଜୀବ ରଂଜନ ସିଂ, ଚିରାଗ ପାସୱାନ୍ ଜୀ, ରାମ ନାଥ ଠାକୁର ଜୀ, ନିତ୍ୟାନନ୍ଦ ରାୟ ଜୀ, ସତୀଶ ଚନ୍ଦ୍ର ଦୁବେ ଜୀ, ରାଜ ଭୂଷଣ ଚୌଧୁରୀ ଜୀ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଜୀ ଏବଂ ବିଜୟ କୁମାର ସିହ୍ନା ଜୀ, ବିହାର ସରକାରଙ୍କ ମନ୍ତ୍ରୀମାନେ, ସଂସଦରେ ମୋର ସହକର୍ମୀ ଉପେନ୍ଦ୍ର କୁଶୱା ଜୀ, ଅନ୍ୟ ସାଂସଦ ଏବଂ ବିହାରର ମୋର ପ୍ରିୟ ଭାଇ ଓ ଭଉଣୀମାନେ!ବିହାରର ଗୟାରେ ୧୨୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 22nd, 11:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଗୟାରେ ୧୨୦୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଜ୍ଞାନ ଏବଂ ମୁକ୍ତିର ପବିତ୍ର ନଗରୀ ଗୟାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ବିଷ୍ଣୁପଦ ମନ୍ଦିରର ଭବ୍ୟ ପରିସରରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଗୟା ଆଧ୍ୟାତ୍ମିକତା ଏବଂ ଶାନ୍ତିର ଭୂମି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଭଗବାନ ବୁଦ୍ଧ ଏହି ପବିତ୍ର ଭୂମିରେ ଜ୍ଞାନପ୍ରାପ୍ତ ହୋଇଥିଲେ। ଶ୍ରୀ ମୋଦୀ କହିଛନ୍ତି, ଗୟାର ଏକ ପ୍ରାଚୀନ ଏବଂ ଅତ୍ୟନ୍ତ ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ଅଛି। ଏହି ଅଞ୍ଚଳର ଲୋକମାନେ ଚାହାଁନ୍ତି ଯେ ଏହି ସହରକୁ କେବଳ ଗୟା ନୁହେଁ ବରଂ ସମ୍ମାନର ସହିତ ଗୟାଜୀ କୁହାଯାଉ, ପ୍ରଧାନମନ୍ତ୍ରୀ ଏହି ଭାବନାକୁ ସମ୍ମାନ ଦେବା ପାଇଁ ବିହାର ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ଏବଂ ବିହାରରେ ତାଙ୍କ ସରକାର ଗୟାର ଦ୍ରୁତ ବିକାଶ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସେ ଖୁସି ପ୍ରକାଶ କରିଛନ୍ତି।ୟୁଇଆର୍-II ଏବଂ ଦ୍ୱାରିକା ଏକ୍ସପ୍ରେସ-ୱେର ଦିଲ୍ଲୀ ସେକ୍ସନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 17th, 12:45 pm
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ନୀତିନ ଗଡ଼କରୀ ଜୀ, ହରିୟାଣାର ମୁଖ୍ୟମନ୍ତ୍ରୀ ନୟବ ସିଂହ ସୈନୀ ଜୀ, ଦିଲ୍ଲୀର ଉପ ରାଜ୍ୟପାଳ ବିନୟ ସକ୍ସେନା ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭଉଣୀ ରେଖା ଗୁପ୍ତା ଜୀ, କେନ୍ଦ୍ରରେ ମନ୍ତ୍ରୀ ପରିଷଦର ମୋର ସହଯୋଗୀ ଅଜୟ ଟମ୍ମା ଜୀ, ହର୍ଷ ମାଲହୋତ୍ରା ଜୀ, ଦିଲ୍ଲୀ ଏବଂ ହରିୟାଣାର ସାଂସଦଗଣ, ଉପସ୍ଥିତ ମନ୍ତ୍ରୀଗଣ, ଅନ୍ୟ ଜନ ପ୍ରତିନିଧିଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧,୦୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି
August 17th, 12:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ରୋହିଣୀ ଠାରେ ପ୍ରାୟ ୧୧,୦୦୦ କୋଟି ଟଙ୍କା ମୂଲ୍ୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ସ୍ଥାନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ, କହିଥିଲେ ଯେ ଏକ୍ସପ୍ରେସୱେର ନାମ ଦ୍ୱାରକା ଏବଂ ଏହି କାର୍ଯ୍ୟକ୍ରମ ରୋହିଣୀରେ ଅନୁଷ୍ଠିତ ହେଉଛି। ସେ ଜନ୍ମାଷ୍ଟମୀର ଉତ୍ସବର ବାତାବରଣ ଉପରେ ଆଲୋକପାତ କରିଥିଲେ ଏବଂ ସେ ନିଜେ ଦ୍ୱାରକାଧୀଶଙ୍କ ଭୂମିରୁ ଆସିଥିବା ସଂଯୋଗ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ବାତାବରଣ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଗଭୀର ଭାବରେ ପ୍ରଭାବିତ ହୋଇଛି।Our government is working with full strength to transform the lives of farmers: PM Modi in Varanasi
August 02nd, 11:30 am
In his address while launching multiple development works in Varanasi, PM Modi said that this was his first visit to the holy city following Operation Sindoor. He asserted that during Operation Sindoor, the world witnessed the Rudra form of India. The PM announced that ₹21,000 crore had been transferred to the bank accounts of 10 crore farmers across the country under the PM-Kisan Samman Nidhi scheme.ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨,୨୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 02nd, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨,୨୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଶ୍ରାବଣ ମାସରେ ବାରାଣସୀର ପରିବାର ସହ ସାକ୍ଷାତ କରି ତାଙ୍କର ହୃଦୟସ୍ପର୍ଶୀ ଭାବନା ପ୍ରକାଶ କରିଛନ୍ତି । ବାରାଣସୀର ଲୋକଙ୍କ ସହିତ ତାଙ୍କର ଗଭୀର ଭାବପ୍ରବଣ ସମ୍ପର୍କକୁ ଉଲ୍ଲେଖ କରି ଶ୍ରୀ ମୋଦୀ ସହରର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ଶ୍ରାବଣ ମାସରେ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶବ୍ୟାପୀ କୃଷକମାନଙ୍କ ସହିତ ସଂଯୋଗ ସ୍ଥାପନ କରି ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି ।