ଜମିଅତ୍ ଉଲେମା-ଇ-ହିନ୍ଦ୍ ର ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
May 09th, 06:39 pm
ଜମିଅତ୍ ଉଲେମା-ଇ-ହିନ୍ଦ ର ପୃଷ୍ଠପୋଷକତାରେ ମୁସଲିମ୍ ସମୁଦାୟର 25 ଜଣ ନେତା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧି ଦଳଙ୍କୁ ସ୍ୱାଗତ କରି ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭୋଲ କହିଛନ୍ତି ଯେ, ସାରା ବିଶ୍ୱ ଆଜି ଭାରତ ଉପରେ ଦୃଷ୍ଟି ରଖିଛି, ଏବଂ ଦେଶକୁ ଆଗେଇ ନେବା ସମାଜର ସମସ୍ତ ବର୍ଗର ଦାୟିତ୍ୱ । ଏହି ପ୍ରତିନିଧି ଦଳର ନେତାମାନେ ଶ୍ରୀ ଡୋଭାଲଙ୍କ ସହିତ ସହମତି ପ୍ରକାଶ କରିଛନ୍ତି ।