ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

April 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।

Viksit Haryana for Viksit Bharat, this is our resolve: PM Modi in Yamuna Nagar, Haryana

April 14th, 12:00 pm

PM Modi inaugurated and laid the foundation stone of various development projects in Yamuna Nagar, Haryana. He underlined that Haryana is witnessing the double speed of development under the Union & State governments. The PM expressed pride in advancing the vision of Dr. Ambedkar. He announced that the Thermal Power Plant will benefit Haryana. The PM honored the memory of Jallianwala Bagh patriots.

ହରିୟାଣାର ଯମୁନାନଗରରେ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ତଥା ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 14th, 11:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଯମୁନା ନଗରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ହରିୟାଣାବାସୀଙ୍କୁ ଶୁଭେଚ୍ଛା ଜଣାଇ, ଏହାକୁ ମା' ସରସ୍ୱତୀଙ୍କ ଜନ୍ମସ୍ଥାନ, ମନ୍ତ୍ର ଦେବୀଙ୍କ ବାସସ୍ଥାନ, ପଞ୍ଚମୁଖୀ ହନୁମାନ ଜୀଙ୍କ ସ୍ଥାନ ଏବଂ କପାଳମୋଚନ ସାହିବଙ୍କ ଆଶୀର୍ବାଦପ୍ରାପ୍ତ ସ୍ଥାନ ଭାବରେ ସ୍ୱୀକାର କରି ହରିୟାଣାର ପବିତ୍ର ଭୂମିକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ଏହାକୁ ‘ସଂସ୍କୃତି, ଭକ୍ତି ଏବଂ ସମର୍ପଣର ସଂଗମ’ ଭାବରେ ବର୍ଣ୍ଣନା କରିଥିଲେ। ସେ ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଅବସରରେ ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ସେ ବାବାସାହେବଙ୍କ ଦୂରଦୃଷ୍ଟି ଏବଂ ପ୍ରେରଣାର ସ୍ମୃତିଚାରଣ କରିଥିଲେ, ଯାହା ଭାରତର ବିକାଶ ଯାତ୍ରାରେ ମାର୍ଗଦର୍ଶନ କରିଚାଲିଛି।

ଜାଲିଆନାୱାଲା ବାଗର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

April 13th, 09:03 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାଲିଆନାୱାଲା ବାଗର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ପିଢ଼ି ସର୍ବଦା ସେମାନଙ୍କର ଅଦମ୍ୟ ସାହସକୁ ସ୍ମରଣ ରଖିବ।

'ମନ୍ କୀ ବାତ୍' ପାଇଁ ଲୋକମାନେ ଯେଉଁ ସ୍ନେହ ଦେଖାଇଛନ୍ତି ତାହା ଅଭୂତପୂର୍ବ: ପ୍ରଧାନମନ୍ତ୍ରୀ ମୋଦୀ

May 28th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍‌’ରେ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଏଥର ‘ମନ୍ କି ବାତ୍‌’ର ଏହି ଅଧ୍ୟାୟ, ଦ୍ୱିତୀୟ ଶତକର ଶୁଭାରମ୍ଭ । ଗତ ମାସରେ ଆମେ ସମସ୍ତେ ଏହାର ସ୍ୱତନ୍ତ୍ର ଶତକକୁ ଆନନ୍ଦରେ ପାଳନ କଲୁ । ଆପଣମାନଙ୍କ ଅଂଶଗ୍ରହଣ ହିଁ ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଶକ୍ତି । ୧୦୦ତମ ଅଧ୍ୟାୟର ପ୍ରସାରଣ ସମୟରେ ସାରା ଦେଶ ଏକ ପ୍ରକାର ଗୋଟିଏ ସୂତ୍ରରେ ବାନ୍ଧି ହୋଇଯାଇଥିଲା । ସଫେଇ କାର୍ଯ୍ୟରେ ଲିପ୍ତ ଆମ ଭାଇଭଉଣୀ ହୁଅନ୍ତୁ କିମ୍ବା ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହାରଥିମାନେ, ‘ମନ୍ କି ବାତ୍‌’ ସମସ୍ତଙ୍କୁ ଏକାଠି କରିପାରିଛି । ଆପଣମାନେ ସମସ୍ତେ ‘ମନ୍ କି ବାତ୍‌’ ପ୍ରତି ଯେଉଁ ଆତ୍ମୀୟତା ଏବଂ ସ୍ନେହଭାବ ପ୍ରଦର୍ଶିତ କରିଛନ୍ତି, ତାହା ଅଭୁତପୂର୍ବ ଏବଂ ଭାବବିହ୍ୱଳକାରୀ । ଯେତେବେଳେ ‘ମନ୍ କି ବାତ୍‌’ର ପ୍ରସାରଣ ହେଲା, ସେତେବେଳେ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ଟାଇମ୍ ଜୋନ୍ ଥିଲା, କେଉଁଠି ସଞ୍ଜ ନଇଁ ଆସୁଥିଲା, ତ କେଉଁଠି ଥିଲା ରାତ୍ରିର ବିଳମ୍ବିତ ପ୍ରହର । ଏହାସତ୍ୱେ ଲୋକେ ୧୦୦ତମ ଅଧ୍ୟାୟଟି ଶୁଣିବାକୁ ସମୟ ବାହାର କଲେ । ମୁଁ ହଜାର ହଜାର ମାଇଲ ଦୂରରେ ଥିବା ନ୍ୟୁଜିଲାଣ୍ଡର ସେହି ଭିଡିଓଟି ଦେଖିଲି, ଯେଉଁଥିରେ ଜଣେ ଶତାୟୂ ମାତା ତାଙ୍କ ଆଶୀର୍ବାଦ ପ୍ରଦାନ କରୁଥାନ୍ତି । ‘ମନ୍ କି ବାତ୍‌’କୁ ନେଇ ଦେଶବିଦେଶର ଲୋକେ ସେମାନଙ୍କ ମତ ଉପସ୍ଥାପିତ କରିଛନ୍ତି । ଅନେକ ଲୋକେ ଏହାର ଗଠନମୂଳକ ବିଶ୍ଲେଷଣ ମଧ୍ୟ କରିଛନ୍ତି । ‘ମନ୍ କି ବାତ୍‌’ରେ ଦେଶ ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ ହେଉଥିବା ଆଲୋଚନାକୁ ଲୋକେ ପସନ୍ଦ କରିଛନ୍ତି । ଆପଣମାନଙ୍କର ଏହି ଆଶୀର୍ବାଦ ପାଇଁ ମୁଁ ପୁଣିଥରେ ଆପଣମାନଙ୍କୁ ସାଦର ଧନ୍ୟବାଦ ଅର୍ପଣ କରୁଛି ।

ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଏକ୍ସପୋ-୨୦୨୩ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

May 18th, 11:00 am

କ୍ୟାବିନେଟରେ ମୋର ସହଯୋଗୀ ଜି. କିଷନ ରେଡ୍ଡୀ ମହାଶୟ, ମୀନାକ୍ଷୀ ଲେଖୀ ମହାଶୟା, ଅର୍ଜୁନ ରାମ ମେଘୱାଲ ମହାଶୟ, ଲ୍ୟୁଭର ସଂଗ୍ରହାଳୟର ନିର୍ଦ୍ଦେଶକ ମୈନୁଅଲ ରୱାତେ ମହାଶୟ, ବିଶ୍ୱର ଭିନ୍ନ ଭିନ୍ନ ଦେଶରୁ ଆସିଥିବା ଅତିଥିଗଣ, ଅନ୍ୟ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ଆପଣ ସମସ୍ତଙ୍କୁ ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଦିବସର ବହୁତ- ବହୁତ ଶୁଭକାମନା। ଆଜି ଏଠାରେ ସଂଗ୍ରହାଳୟ ଜଗତର ମହାନ ବ୍ୟକ୍ତିତ୍ୱ ମାନେ ଏକାଠି ହୋଇଛନ୍ତି । ଆଜିର ଏହି ଅବସର ଏଥିପାଇଁ ମଧ୍ୟ ହେଉଛି ସ୍ୱତନ୍ତ୍ର କାରଣ ଭାରତ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇଣ୍ଟରନାସନାଲ ମିଉଜିୟମ ଏକ୍ସପୋ-୨୦୨୩ ଉଦଘାଟିତ

May 18th, 10:58 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୫-୨୦୨୩) ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ-୨୦୨୩କୁ ଉଦଘାଟନ କରିଛନ୍ତି । ସେ ମଧ୍ୟ ନର୍ଥ ଓ ସାଉଥ ବ୍ଲକରେ ଏକ ଆଭାସୀ ଜାତାୟତକ୍ଷମ ଜାତୀୟ ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ବୈଷୟିକ ମେଳା, ସଂରକ୍ଷଣ ଲ୍ୟାବ ଓ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ସଂଗ୍ରହାଳୟ, ସ୍ଥାୟୀ ଓ ନିରନ୍ତର ଏବଂ ଜନକଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ୪୭ତମ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପାଳନ କରାଯାଉଛି, ତା’ର ଅଂଶବିଶେଷ ଭାବେ ଏହି ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ ଆୟୋଜିତ ହେଉଛି ।

ଆଜିର ଦିନରେ ଜାଲିଆନୱାଲା ବାଗରେ ଶହୀଦ ହୋଇଥିବା ସମସ୍ତଙ୍କ ବଳିଦାନକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

April 13th, 09:42 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜିର ଦିନରେ ଜାଲିଆନୱାଲାବାଗରେ ଶହୀଦ ହୋଇଥିବା ସମସ୍ତଙ୍କ ବଳିଦାନକୁ ସ୍ମରଣ କରିଛନ୍ତି ।

ଗୁଜରାଟର ଦାହୋଡ ଠାରେ ବହୁବିଧ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

April 20th, 09:49 pm

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ୍‌, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ, ଦେଶର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ମନ୍ତ୍ରୀପରିଷଦର ସହଯୋଗୀ ଦର୍ଶନା ବେନ୍ ଜରଦୋଷ, ସଂସଦରେ ମୋର ବରିଷ୍ଠ ସହଯୋଗୀ, ଗୁଜରାଟ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀ ସି. ଆର୍‌. ପାଟିଲ୍‌, ଗୁଜରାଟ ରାଜ୍ୟ ସରକାରଙ୍କର ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ଏବଂ ବହୁତ ସଂଖ୍ୟାରେ ଏଠାରେ ଉପସ୍ଥିତ, ମୋର ପ୍ରିୟ ଆଦିବାସୀ ଭାଇ ଏବଂ ଭଉଣୀମାନେ ।

ଗୁଜୁରାଟର ଦାହୋଡ ଏବଂ ପଞ୍ଚମାହଲରେ ୨୨୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

April 20th, 04:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାହୋଡରେ ଥିବା ଆଦିବାସୀ ମହା ସମ୍ମେଳନରେ ଯୋଗ ଦେଇ ସେଠାରେ ପ୍ରାୟ ୨୨,୦୦୦ କୋଟି ଟଙ୍କାର ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉଦ୍‍ଘାଟନ କରିଛନ୍ତି । ୧୪୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ସେ ପ୍ରାୟ ୮୪୦ କୋଟି ଟଙ୍କା ମୂଲ୍ୟର ନର୍ମଦା ନଦୀ ଅବବାହିକାରେ ର୍ନିମିତ ଦାହୋଡ ଜିଲ୍ଲା ଦକ୍ଷିଣ କ୍ଷେତ୍ର ଆଞ୍ଚଳିକ ଜଳ ଯୋଗାଣ ଯୋଜନାର ଉଦଘାଟନ କରିଛନ୍ତି । ଏହା ଦାହୋଡ ଜିଲ୍ଲା ଏବଂ ଦେବଗଡ ବାରିଆ ସହରର ପ୍ରାୟ ୨୮୦ ଗାଁର ଜଳ ଯୋଗାଣ ଆବଶ୍ୟକତାକୁ ପୂରଣ କରିବ । ପ୍ରଧାନମନ୍ତ୍ରୀ ପ୍ରାୟ ୩୩୫ କୋଟି ଟଙ୍କା ମୂଲ୍ୟର ଦାହୋଡ ସ୍ମାର୍ଟ ସିଟିର ପାଞ୍ଚଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ସୌଧ, ବୋହି ଯାଉଥିବା ଜଳ ପାଇଁ ଡ୍ରେନେଜ୍ ବ୍ୟବସ୍ଥା, ସ୍ୱେରେଜ୍ କାର୍ଯ୍ୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଏବଂ ବର୍ଷା ଜଳ ଅମଳ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୧୨୦କୋଟି ଟଙ୍କା ମୂଲ୍ୟର ସୁବିଧା ପଞ୍ଚମହଲ ଏବଂ ଦାହୋଡ ଜିଲ୍ଲାର ୧୦,୦୦୦ ଆଦିବାସୀଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଅନ୍ୟଗୁଡିକ ମଧ୍ୟରେ ୬୬ କେଭି ଘୋଡିଅଳ ସବଷ୍ଟେସନ୍‌, ପଞ୍ଚାୟତ ଗୃହ, ଅଙ୍ଗନବାଡି କେନ୍ଦ୍ର ଆଦି ଉଦଘାଟନ କରିଛନ୍ତି ।

୧୯୧୯ ମସିହା ଆଜିର ଦିନରେ ଯେଉଁମାନେ ଜାଲିଆନାୱାଲା ବାଗରେ ସହିଦ ହୋଇଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

April 13th, 10:41 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯୧୯ ମସିହା ଆଜିର ଦିନରେ ଜାଲିଆନାୱାଲା ବାଗରେ ଯେଉଁମାନେ ସହିଦ ହୋଇଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ଜାଲିଆନାୱାଲା ବାଗ ସ୍ମାରକର ନବୀକରଣ ହୋଇଥିବା ସୌଧର ଉଦଘାଟନୀ ଉତ୍ସବରେ ଦେଇଥିବା ତାଙ୍କ ଅଭିଭାଷଣକୁ ସେୟାର କରିଛନ୍ତି ।

କୋଲକାତାର ଭିକ୍ଟୋରିଆ ମେମୋରିଆଲ ହଲରେ ବିପ୍ଳବୀ ଭଗତ ଗ୍ୟାଲେରୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 23rd, 06:05 pm

ପଶ୍ଚିମ ବଙ୍ଗର ରାଜ୍ୟପାଳ ଶ୍ରୀମାନ ଜଗଦୀପ ଧନଖଡ ମହାଶୟ, କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ କିଶନ ରେଡ୍ଡୀ ମହାଶୟ, ଭିକ୍ଟୋରିଆ ମେମୋରିଆଲ ହଲ୍ ସହିତ ଯୋଡ଼ି ହୋଇଥିବା ସମସ୍ତ ମହାନୁଭବ, ବିଶ୍ୱବିଦ୍ୟାଳୟର ଉପ କୁଳପତି, କଳା ଏବଂ ସଂସ୍କୃତି ଜଗତର ପ୍ରତିଷ୍ଠିତ ବ୍ୟକ୍ତିଗଣ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !

ସହିଦ ଦିବସ ଅବସରରେ କୋଲକାତାସ୍ଥିତ ଭିକ୍ଟୋରିଆ ମେମୋରିଆଲ୍ ହଲ୍ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିପ୍ଲବୀ ଭାରତ ଗ୍ୟାଲେରୀ ଉଦ୍ଘାଟିତ

March 23rd, 06:00 pm

ଆଜି ସହିଦ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନସିଂ ଦ୍ୱାରା କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲ୍ ଠାରେ ବିପ୍ଲୋବୀ ଭାରତ ଗ୍ୟାଲେରୀକୁ ଉଦ୍‌ଘାଟନ କରିଛନ୍ତି । ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନକର ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀ ମଧ୍ୟ ଏହି ଅବସରରେ ମଧ୍ୟ ଉପସ୍ଥିତ ଥିଲେ ।

Today, the mantra of the country is – Ek Bharat, Shreshtha Bharat: PM Modi

December 25th, 03:05 pm

Addressing Gurpurab celebrations of Guru Nanak Dev Ji at Gurudwara Lakhpat Sahib in Gujarat via video conferencing, PM Modi said that efforts were being made at every level for the message of Guru Nanak Dev Ji to reach the whole world. The countrymen had been wishing for easy access to Kartarpur Sahib. In 2019, our government completed the work of the Kartarpur Corridor, he added.

PM addresses Gurpurab celebrations of Guru Nanak Dev Ji at Gurudwara Lakhpat Sahib, Gujarat

December 25th, 12:09 pm

Addressing Gurpurab celebrations of Guru Nanak Dev Ji at Gurudwara Lakhpat Sahib in Gujarat via video conferencing, PM Modi said that efforts were being made at every level for the message of Guru Nanak Dev Ji to reach the whole world. The countrymen had been wishing for easy access to Kartarpur Sahib. In 2019, our government completed the work of the Kartarpur Corridor, he added.

ନବୀକରଣ ହୋଇଥିବା ଜାଲିଆନାୱାଲା ବାଗ ସ୍ମାରକର ଝଲକ

August 27th, 07:38 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 28 ତାରିଖ ଶନିବାର ଦିନ ଜାଲିଆନାୱାଲା ବାଗ ସ୍ମାରକର ନବୀକରଣ ହୋଇଥିବା କମ୍ପ୍ଲେକ୍ସକୁ ଦେଶକୁ ଉତ୍ସର୍ଗ କରିବେ । ସେ ସ୍ମାରକରେ ବିକଶିତ ସଂଗ୍ରହାଳୟ ଗ୍ୟାଲେରୀକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ କମ୍ପ୍ଲେକ୍ସକୁ ଉନ୍ନତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକାଧିକ ବିକାଶ ପଦକ୍ଷେପକୁ ମଧ୍ୟ ପ୍ରଦର୍ଶନ କରାଯିବ ।

ଅଗଷ୍ଟ ୨୮ରେ ପ୍ରଧାନମନ୍ତ୍ରୀ ଜାଲିଆନାୱାଲା ବାଗ ସ୍ମାରକର ନବୀକରଣ ହୋଇଥିବା କଂପ୍ଲେକ୍ସ ଦେଶକୁ ଉତ୍ସର୍ଗ କରିବେ

August 26th, 06:51 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାଲିଆନାୱାଲା ବାଗ ସ୍ମାରକର ନବୀକରଣ ହୋଇଥିବା କଂପ୍ଲେକ୍ସକୁ ୨୮ ଅଗଷ୍ଟ ୨୦୨୧ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶକୁ ଉତ୍ସର୍ଗ କରିବେ । ସେ ଆହୁରି ମଧ୍ୟ ସ୍ମାରକୀରେ ବିକଶିତ ସଂଗ୍ରହାଳୟ ଗ୍ୟାଲେରୀର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ କଂପ୍ଲେକ୍ସ ର ନବୀକରଣ ପାଇଁ ସରକାର ନେଇଥିବା ଏକାଧିକ ବିକାଶମୂଳକ ପଦକ୍ଷେପ ମଧ୍ୟ ପ୍ରଦର୍ଶିତ ହେବ ।

ଜାଲିଆନାୱାଲା ବାଗ ନରସଂହାର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

April 13th, 09:25 am

ଜାଲିଆନାୱାଲା ବାଗ ନରସଂହାର ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଭାରତର ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ମହାନ୍‍ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

March 12th, 03:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିବା ମହାନ୍‍ ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ମୁକ୍ତି ସଂଗ୍ରାମ କାଳରେ ଯେଉଁ ଅକୀର୍ତ୍ତିତ ଓ ଅଜ୍ଞାତ ନାୟକମାନେ ପ୍ରାଣପାତ କରିଥିଲେ ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ରଭାବେ ଶ୍ରଦ୍ଧାସୁମନ ଅର୍ପଣ କରି ସେମାନଙ୍କ ମହାନ ଅବଦାନକୁ ମନେ ପକାଇଛନ୍ତି । ଅହମ୍ମଦାବାଦର ସାବରମତୀ ଆଶ୍ରମରେ ଆଜି ଆଜାଦୀକା ଅମୃତ ମହୋତ୍ସବ (ଇଣ୍ଡିଆ @ 75)ର ଶୁଭାରମ୍ଭ ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ ସ୍ୱଳ୍ପଜ୍ଞାତ ଆନ୍ଦୋଳନ ଓ ଲଢେଇମାନ ଦେଶର ସାମଗ୍ରିକ ମୁକ୍ତି ସଂଗ୍ରାମକୁ ଦୃଢୀଭୂତ କରିଥିଲା । ପ୍ରତ୍ୟେକଟି ଲଢେଇ ମିଥ୍ୟାଶକ୍ତି ବିରୋଧରେ ଭାରତର ଏକ ଦୃଢ ସତ୍ୟ ଘୋଷଣାନାମା ଥିଲା । ଏହାକୁ ସେ ସ୍ୱାଧୀନ ମନୋଭାବର ପରିଚାୟକ ବୋଲି ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମ, ମହାଭାରତର କୁରୁକ୍ଷେତ୍ର, ହଳଦୀଘାଟ ଲଢେଇ ଏବଂ ବୀର ଶିବାଜୀଙ୍କ ଗର୍ଜନ ଆଦି ପ୍ରତ୍ୟେକ ଲଢେଇରେ ସ୍ୱାଧୀନତାର ସେହି ସମାନ ସଚେତନତା ପ୍ରତିନିଧିତ୍ୱ ହୁଏ ।

‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପୂର୍ବାବଲୋକନ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 12th, 10:31 am

ମଞ୍ଚ ଉପରେ ବିରାଜମାନ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, କେନ୍ଦ୍ର ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଶ୍ରୀ ପ୍ରହଲ୍ଲାଦ ପଟେଲ ମହାଶୟ, ଲୋକସଭାର ମୋର ସାଥୀ ସାଂସଦ ଶ୍ରୀ ସି.ଆର ପାଟିଲ ମହାଶୟ, ଅହମ୍ମଦାବାଦର ନବନିର୍ବାଚିତ ମେୟର ଶ୍ରୀମାନ କିରୀଟ ସିଂହ ଭାଇ, ସାବରମତୀ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ କାର୍ତିକେୟ ସାରାଭାଇ ମହାଶୟ ଏବଂ ସାବରମତୀ ଆଶ୍ରମ ପାଇଁ ଯେଉଁମାନଙ୍କର ଜୀବନ ସମର୍ପିତ ଆଦରଣୀୟ ଅମୃତ ମୋଦୀ ମହାଶୟ, ସାରା ଦେଶରୁ ଆମ ସହିତ ଯୋଡି ହୋଇଥିବା ସମସ୍ତ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ଏବଂ ମୋର ଯୁବ ସାଥୀଗଣ!