ପ୍ରଧାନମନ୍ତ୍ରୀ ଜୁଲାଇ ୪ରେ ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ କରିବେ
July 03rd, 11:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜୁଲାଇ ୨୦୨୬ରେ ରାଜସ୍ଥାନ ଓ ଗୁଜରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ପ୍ରଧାନମନ୍ତ୍ରୀ ଯୋଧପୁର ବିମାନବନ୍ଦରର ଟର୍ମିନାଲ ବିଲଡିଂ ଉଦଘାଟନ କରି ଯୋଧପୁରରେ ସଂଶୋଧିତ ଉଡାନ ଯୋଜନାର ଶୁଭାରମ୍ଭ କରିବେ । ଏହାପରେ, ମଧ୍ୟାହ୍ନ ପ୍ରାୟ ୧୨:୧୫ ମିନିଟ୍ରେ ସେ ବାଲୋତ୍ରା ଗସ୍ତ କରି ପ୍ରାୟ ୧.୦୬ ଲକ୍ଷ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ।ଜୟପୁର ମେଟ୍ରୋ ପର୍ଯ୍ୟାୟ-୨କୁ କ୍ୟାବିନେଟ୍ ମଞ୍ଜୁରୀ
April 08th, 04:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଜୟପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟକୁ ଅନୁମୋଦନ କରିଛନ୍ତି। ଏହି ପର୍ଯ୍ୟାୟରେ, ୧୩,୦୩୭.୬୬ କୋଟି ଟଙ୍କା ବ୍ୟୟରେ ୪୧ କିଲୋମିଟର ଲମ୍ବ ଉତ୍ତର-ଦକ୍ଷିଣ ମେଟ୍ରୋ କରିଡର ନିର୍ମାଣ କରାଯିବ। ପ୍ରହଲ୍ଲାଦପୁରାରୁ ତୋଡ଼ି ମୋଡ ପର୍ଯ୍ୟନ୍ତ ବିସ୍ତୃତ ଏହି ରୁଟରେ ୩୬ଟି ଷ୍ଟେସନ ରହିବ। ଏହି ପ୍ରକଳ୍ପ - ଭାରତ ସରକାର ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ୫୦:୫୦ ପୁଞ୍ଜି ସହଭାଗୀତା ସହିତ ଏକ ଯୌଥ ଉଦ୍ୟମ - ରାଜସ୍ଥାନ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ (ଆରଏମଆରସିଏଲ୍) ଦ୍ୱାରା କାର୍ଯ୍ୟକାରୀ କରାଯିବ।ପ୍ରଧାନମନ୍ତ୍ରୀ ମୋଦୀ ମନ କୀ ବାତରେ ପଶ୍ଚିମ ଏସିଆ ସଙ୍କଟ ଦୂର କରିବା ପାଇଁ 140 କୋଟି ଭାରତୀୟଙ୍କ ଏକତା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି
March 29th, 11:30 am
ଏହି ମାସର ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆ ବିବାଦ ବିଷୟରେ କହିଥିଲେ ଏବଂ ସଙ୍କଟ ଦୂର କରିବା ପାଇଁ ଏକତା ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ନାଗରିକମାନଙ୍କୁ ଗୁଜବ ଦ୍ୱାରା ଭ୍ରମିତ ନ ହେବାକୁ ଏବଂ କେବଳ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଉପରେ ନିର୍ଭର କରିବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଜ୍ଞାନ ଭାରତମ୍ ସର୍ଭେ, କ୍ରୀଡା ଏବଂ ଫିଟନେସ୍, ଜଳ ସଂରକ୍ଷଣ, ମାଛ ଚାଷ ଏବଂ ସୌରଶକ୍ତି ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ମଧ୍ୟ ଆଲୋକପାତ କରିଥିଲେ।ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଟା ବିମାନବନ୍ଦରର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 07th, 03:15 pm
ଗତ ସପ୍ତାହରେ, ମୋତେ ରାଜସ୍ଥାନ ଗସ୍ତ କରିବାର ସୁଯୋଗ ମିଳିଥିଲା। ଆଜମେରର ପବିତ୍ର ଭୂମିରୁ, ଆମେ ରାଜସ୍ଥାନର ବିକାଶ ସହିତ ଜଡିତ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲୁ। ସେହି କାର୍ଯ୍ୟକ୍ରମରେ, ରାଜସ୍ଥାନର ୨୧,୦୦୦ ରୁ ଅଧିକ ଯୁବ ସହକର୍ମୀଙ୍କୁ ନିଯୁକ୍ତି ପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ଆଜମେର ଗସ୍ତର ମାତ୍ର କିଛି ଦିନ ବ୍ୟବଧାନ ପରେ,ଏବେ, ମୋ ପାଖରେ କୋଟା ସହିତ ଜଡିତ ଏହି ଗୁରୁତ୍ୱପୂର୍ଣ୍ଣ ବିମାନବନ୍ଦର ପ୍ରକଳ୍ପର ଶୁଭାରମ୍ଭ କରିବାର ସୁଯୋଗ ମିଳିଛି। ରାଜସ୍ଥାନରେ ଗୋଟିଏ ସପ୍ତାହରେ ଆରମ୍ଭ ହୋଇଥିବା ଏହି ଦୁଇଟି ପ୍ରମୁଖ ବିକାଶ କାର୍ଯ୍ୟକ୍ରମର ଏକ ଶକ୍ତିଶାଳୀ ବାର୍ତ୍ତା ଦେଉଛି। ଏହା ଦର୍ଶାଏ ଯେ ରାଜସ୍ଥାନ ଆଜି ଦ୍ରୁତ ଗତିରେ ପ୍ରଗତି କରୁଛି। ଭିତ୍ତିଭୂମି ହେଉ, ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ହେଉ, କୃଷକ ଏବଂ ମା' ଏବଂ ଭଉଣୀମାନଙ୍କ ପାଇଁ ଯୋଜନା ହେଉ, ରାଜସ୍ଥାନର ପ୍ରତ୍ୟେକ କ୍ଷେତ୍ରରେ କାମ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।ହାଡୋତି ଅଞ୍ଚଳର ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିବା ସହ କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 07th, 02:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କୋଟା ବିମାନବନ୍ଦରର ଶିଳାନ୍ୟାସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହା ହାଡୋତି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପରିଗଣିତ ହେଉଛି। ରାଜସ୍ଥାନ ଏକ ଅଭୂତପୂର୍ବ ଗତିରେ ଅଗ୍ରସର ହେଉଛି ଓ ନୂତନ ବିମାନବନ୍ଦର ଅର୍ଥନୈତିକ ଏବଂ ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ପ୍ରେରକ ଶକ୍ତି ହେବାକୁ ଯାଉଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି।୨୮ ଫେବୃଆରୀରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
February 27th, 03:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀ ୨୦୨୬ରେ ରାଜସ୍ଥାନର ଆଜମେର ଗସ୍ତ କରିବେ । ଦିନ ପ୍ରାୟ ୧୧:୩୦ ସମୟରେ ପ୍ରଧାନମନ୍ତ୍ରୀ ୧୬,୬୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ, ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ । ଏହି ଅବସରରେ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହି ପ୍ରକଳ୍ପଗୁଡିକ ସହରାଞ୍ଚଳ ବିକାଶ, ପାନୀୟ ଜଳ ଯୋଗାଣ, ସଡକ, ଜଳସେଚନ, ଶକ୍ତି, ଶିଳ୍ପ ଭିତ୍ତିଭୂମି ସମେତ ପ୍ରମୁଖ କ୍ଷେତ୍ରଗୁଡିକୁ ବ୍ୟାପିଛି ।Prime Minister condoles loss of lives due to a mishap in Jaipur, Rajasthan
November 03rd, 05:15 pm
The Prime Minister, Shri Narendra Modi has expressed deep grief over the loss of lives due to a mishap in Jaipur, Rajasthan. Shri Modi also wished speedy recovery for those injured in the mishap.Prime Minister condoles the loss of lives due to a fire tragedy at a hospital in Jaipur, Rajasthan
October 06th, 09:58 am
Prime Minister, Shri Narendra Modi today condoled the loss of lives due to a fire tragedy at a hospital in Jaipur, Rajasthan.ସେପ୍ଟେମ୍ବର ୨୫ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଗସ୍ତ
September 24th, 06:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ରେ ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଗସ୍ତ କରିବେ। ସକାଳ ପ୍ରାୟ ୯ଟା ୩୦ରେ ସେ ଗ୍ରେଟର ନୋଏଡ଼ାରେ ଉତ୍ତର ପ୍ରଦେଶ ଆନ୍ତର୍ଜାତିକ ବାଣିଜ୍ୟ-ଶୋ ୨୦୨୫କୁ ଉଦଘାଟନ କରି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।ଫିଜି ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
August 25th, 12:30 pm
ସେହି ସମୟରେ, ଆମେ ଭାରତ - ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ସହଯୋଗ ଫୋରମ୍, ଅର୍ଥାତ୍ 'ଫିପିକ' ଆରମ୍ଭ କରିଥିଲୁ। ସେହି ପଦକ୍ଷେପ କେବଳ ଭାରତ-ଫିଜି ସମ୍ପର୍କକୁ ନୁହେଁ ବରଂ ସମଗ୍ର ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସହିତ ଆମର ସମ୍ପର୍କକୁ ଏକ ନୂତନ ଶକ୍ତି ଦେଇଛି। ଆଜି ପ୍ରଧାନମନ୍ତ୍ରୀ ରାବୁକାଜୀଙ୍କ ଏହି ଗସ୍ତ ସହିତ, ଆମେ ଆମର ପାରସ୍ପରିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡୁଛୁ।ରାଜସ୍ଥାନର ଜୟପୁର-ଆଜମେର ରାଜପଥରେ ସଡ଼କ ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ସହାୟତା ଘୋଷଣା
December 20th, 12:49 pm
ରାଜସ୍ଥାନର ଜୟପୁର-ଆଜମେର ରାଜପଥରେ ଆଜି ହୋଇଥିବା ସଡ଼କ ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ପିଏମଏନଆରଏଫରୁ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।"ଏକ ବର୍ଷ - ଫଳାଫଳ ଉତ୍କର୍ଷ" ଏବଂ ରାଜସ୍ଥାନର ଜୟପୁରରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 17th, 12:05 pm
ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଉ ବାଗଡେ ଜୀ, ରାଜସ୍ଥାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା ଜୀ, ମଧ୍ୟପ୍ରଦେଶରୁ ବିଶେଷ ଭାବେ ଏଠାକୁ ଆସିଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜୀ, ଯିଏ କେନ୍ଦ୍ରର ମନ୍ତ୍ରିମଣ୍ଡଳରେ ମୋର ସହକର୍ମୀ ଶ୍ରୀମାନ ସିଂ। ଆର ପାଟିଲ ଜୀ, ଭାଗୀରଥ ଚୌଧୁରୀ ଜୀ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଜୀ, ପ୍ରେମ ଚାନ୍ଦ ଭୈରବଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ରାଜସ୍ଥାନର ବିଧାୟକ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ ଭଉଣୀମାନେ। ଏବଂ ଭର୍ଚୁଆଲ ମାଧ୍ୟମରେ ଆମ ସହିତ ଯୋଡି ହୋଇଥିବା ଆମର ରାଜସ୍ଥାନର ହଜାର ହଜାର ପଞ୍ଚାୟତରେ ଏକାଠି ହୋଇଥିବା ମୋର ସମସ୍ତ ଭାଇ ଭଉଣୀ ମାନେ ଆମ ସହିତ ଭର୍ଚୁଆଲ ଭାବରେ ଯୋଡ଼ି ହୋଇଛନ୍ତି।ରାଜସ୍ଥାନର ଜୟପୁରଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ - ପରିଣାମ ଉତ୍କର୍ଷ'ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 17th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ-ପରିଣାମ ଉତ୍କର୍ଷ'ରେ ଅଂଶଗ୍ରହଣ କରିଥିଲେ । ସଭାକୁ ସମ୍ବୋଧିତ କରି ସେ ରାଜସ୍ଥାନ ସରକାର ଏକ ବର୍ଷ ସଫଳତାର ସହ ପୂରଣ କରିଥିବାରୁ ରାଜସ୍ଥାନ ସରକାର ଏବଂ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦ ଲାଭ କରିଥିବାରୁ ସେ ଭାଗ୍ୟବାନ ବୋଲି କହିଛନ୍ତି। ରାଜସ୍ଥାନର ବିକାଶମୂଳକ କାର୍ଯ୍ୟକୁ ଏକ ନୂତନ ଦିଗ ଓ ଗତି ଦେବା ପାଇଁ ନିଆଯାଇଥିବା ପ୍ରୟାସ ନିମନ୍ତେ ଶ୍ରୀ ମୋଦୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମକୁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ବର୍ଷ ଆଗାମୀ ଅନେକ ବର୍ଷର ବିକାଶ ପାଇଁ ଏକ ମଜଭୁତ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ କେବଳ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ହେବାର ପ୍ରତୀକ ନୁହେଁ, ବରଂ ରାଜସ୍ଥାନର ଉଜ୍ଜ୍ୱଳତା ଏବଂ ରାଜସ୍ଥାନର ବିକାଶର ପର୍ବର ପ୍ରତୀକ । ନିକଟରେ ରାଇଜିଂ ରାଜସ୍ଥାନ ଶିଖର ସମ୍ମିଳନୀ ୨୦୨୪ ଗସ୍ତକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ସେଠାରେ ସମଗ୍ର ବିଶ୍ୱର ଅନେକ ନିବେଶକ ଉପସ୍ଥିତ ଥିଲେ ଏବଂ ଆଜି ୪୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ରାଜସ୍ଥାନରେ ଜଳକୁ ନେଇ ସାମନା କରୁଥିବା ପ୍ରତିବନ୍ଧକ ଗୁଡ଼ିକର ଉପଯୁକ୍ତ ସମାଧାନ ପ୍ରଦାନ କରିବ ଏବଂ ରାଜସ୍ଥାନକୁ ଭାରତର ସବୁଠାରୁ ଭଲ ଭାବରେ ସଂଯୋଜିତ ରାଜ୍ୟରେ ପରିଣତ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ଅଧିକ ନିବେଶକଙ୍କୁ ଆମନ୍ତ୍ରଣ କରିବ, ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ରାଜସ୍ଥାନର କୃଷକ, ମହିଳା ଏବଂ ଯୁବକମାନଙ୍କୁ ଉପକୃତ କରିବ ।ଡିସେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ
December 16th, 03:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୭ ତାରିଖରେ ରାଜସ୍ଥାନ ଗସ୍ତରେ ଯିବେ । ଏହି ଅବସରରେ ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ଏକ ବର୍ଷ-ପରିଣାମ ଉତ୍କର୍ଷ’ରେ ସେ ସାମିଲ ହେବେ । ଗସ୍ତ କାଳରେ ସେ ରାଜସ୍ଥାନର ଜୟପୁରଠାରେ ୪୬,୩୦୦ କୋଟି ଟଙ୍କାର ଶକ୍ତି, ସଡ଼କ, ରେଲୱେ ଏବଂ ଜଳ ସମ୍ପର୍କିତ ୨୪ଟି ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରିବେ ।ରାଜସ୍ଥାନର ଜୟପୁରରେ ରାଇଜିଂ ରାଜସ୍ଥାନ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଶିଖର ସମ୍ମିଳନୀ ୨୦୨୪ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 09th, 11:00 am
ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଉ ବାଗଡେ ଜୀ, ରାଜସ୍ଥାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଜୀ ଶର୍ମା, ରାଜସ୍ଥାନ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ଶିଳ୍ପଜଗତର ସାଥିମାନେ, ବିଭିନ୍ନ ରାଷ୍ଟ୍ରଦୂତ, ଦୂତାବାସର ପ୍ରତିନିଧି, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ।PM Modi inaugurates Rising Rajasthan Global Investment Summit
December 09th, 10:34 am
PM Modi inaugurated the Rising Rajasthan Global Investment Summit 2024 and Rajasthan Global Business Expo in Jaipur, highlighting India's rapid economic growth, digital advancements, and youth power. He emphasized India's rise as the 5th largest economy, doubling exports and FDI, and the transformative impact of tech-driven initiatives like UPI and DBT.୯ ଡିସେମ୍ବରରେ ରାଜସ୍ଥାନ ଓ ହରିୟାଣା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
December 08th, 09:46 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୯ରେ ରାଜସ୍ଥାନ ଏବଂ ହରିୟାଣା ଗସ୍ତରେ ଯିବେ । ସେ ଜୟପୁର ଯିବେ ଏବଂ ପ୍ରାୟ ସକାଳ ୧୦:୩୦ ସମୟରେ ସେ ଜୟପୁର ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (ଜେଇସିସି)ରେ ରାଇଜିଂ ରାଜସ୍ଥାନ ଗ୍ଲୋବାଲ୍ ଇନ୍ଭେଷ୍ଟ୍ମେଣ୍ଟ ସମ୍ମିଳନୀ ୨୦୨୪ର ଉଦ୍ଘାଟନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ପାନିପତ୍ ଯାତ୍ରା କରିବେ ଏବଂ ପ୍ରାୟ ୨ ଟା ସମୟରେ ସେ ଏଲ୍ଆଇସିର ବୀମା ସଖୀ ଯୋଜନାର ଶୁଭାରମ୍ଭ କରିବା ସହ ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସର ମୂଳଦୁଆ ପକାଇବେ ।ନଭେମ୍ବର ୩୦ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
November 29th, 09:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନଭେମ୍ବର ୩୦ରୁ ୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ।Viksit Bharat Ambassador Campus Dialogue, Chennai at VELS University
April 02nd, 05:30 pm
The Viksit Bharat Ambassador Campus Dialogue was held at VELS University in Chennai. Over 1,000 students from perse s and more than 20 entrepreneurs, professionals, and actors from the city attended the event. Notable attendees included representatives from FICCI, FLO, EO, and YPO.Congress considers their family bigger than the nation: PM Modi in Kotputli
April 02nd, 03:33 pm
Launching the BJP-led NDA's campaign in Rajasthan’s Kotputli for the Lok Sabha polls, Prime Minister Narendra Modi reminisced about how he highlighted the magnificence of Jaipur a few days ago during the visit of the President of France. The PM said, “The first electoral rally of my Rajasthan campaign began in Dhundhar in 2019. Now, in 2024, the electoral campaign begins again from the same region. You have also made your decision – ‘Phir Ek Baar, Modi Sarkar’.”