ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମ ମରିସସରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ସର୍ଭିସ୍ ଆଣ୍ଡ ଇନୋଭେସନକୁ ମିଳିତ ଭାବେ ଉଦଘାଟନ କରିଛନ୍ତି
March 12th, 03:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମ ଆଜି ମରିସସର ରେଡୁଇଟ୍ ଠାରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ସର୍ଭିସ୍ ଆଣ୍ଡ ଇନୋଭେସନକୁ ମିଳିତ ଭାବେ ଉଦଘାଟନ କରିଛନ୍ତି । ଭାରତ-ମରିସସ୍ ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ପ୍ରକଳ୍ପ ମରିସସରେ ଦକ୍ଷତା ବିକାଶ ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି।