ଆଇଟିବିପିର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

October 24th, 10:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ-ତିବ୍ୱତୀୟ ସୀମା ପୋଲିସ (ଆଇଟିବିପି)ର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ହିମବୀର ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଦେଶ ପ୍ରତି ଆଇଟିବିପିର ଅନୁକରଣୀୟ ସେବାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ସେମାନଙ୍କର ସାହସ, ଶୃଙ୍ଖଳା ଏବଂ କର୍ତ୍ତବ୍ୟ ପ୍ରତି ଅଟଳ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି । ସେ ବିପର୍ଯ୍ୟୟ ରିଲିଫ ଏବଂ ଉଦ୍ଧାର ଅଭିଯାନ ସମୟରେ ଆଇଟିବିପି ଜବାନମାନଙ୍କର କରୁଣା ଏବଂ ତତ୍ପରତାକୁ ମଧ୍ୟ ପ୍ରଶଂସା କରିଛନ୍ତି, ଯାହା ସେମାନଙ୍କର ସେବା ତଥା ମାନବତାର ସର୍ବୋତ୍ତମ ପରମ୍ପରାକୁ ଦର୍ଶାଇ ଥାଏ ।

ଆଇଟିବିପିର ପ୍ରତିଷ୍ଠା ଦିବସରେ ଆଇଟିବିପି ହିମବୀରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

October 24th, 10:41 am

ଆଇଟିବିପିର ପ୍ରତିଷ୍ଠା ଦିବସରେ ଆଇଟିବିପି ହିମବୀର ଏବଂ ସେମାନଙ୍କ ପରିବାରଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅେଇଟିବିପିକୁ ବୀରତା ଏବଂ ସମର୍ପଣର ପ୍ରତୀକ ଭାବେ ପ୍ରଶଂସା କରିଛନ୍ତି । ସେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ପ୍ରଚେଷ୍ଟା ଓ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଥିଲେ ଯାହାକି ଲୋକଙ୍କ ମନରେ ଅତ୍ୟନ୍ତ ଗର୍ବର ଭାବନା ପ୍ରେରିତ କରିଥାଏ ।