Prime Minister interacts with traders and entrepreneurs in Itanagar

September 22nd, 03:43 pm

PM Modi had an interaction with the traders and entrepreneurs in Itanagar, Arunachal Pradesh. Stating that they expressed their appreciation for the GST reforms and the launch of the GST Bachat Utsav, the PM highlighted how these initiatives will benefit key sectors. He emphasised quality standards and encouraged buying Made in India products.

ଇଟାନଗରରେ ସ୍ଥାନୀୟ ବ୍ୟବସାୟୀ ଓ ଖୁଚୁରା ବିକ୍ରେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 22nd, 03:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଟାନଗରରେ ସ୍ଥାନୀୟ ବ୍ୟବସାୟୀ ଓ ଖୁଚୁରା ବିକ୍ରେତାଙ୍କୁ ଭେଟିଥିଲେ, ଯେଉଁମାନେ କି ନିଜସ୍ୱ ବିବିଧ ଏବଂ ଆକର୍ଷଣୀୟ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଶ୍ରୀ ମୋଦୀ କହିଛନ୍ତି, “ସେମାନେ ଜିଏସଟି ସଂସ୍କାରରେ ଖୁସି ବ୍ୟକ୍ତ କରିଥିଲେ । ମୁଁ ସେମାନଙ୍କୁ ‘ଗର୍ବରେ କୁହ ଏହା ସ୍ୱଦେଶୀ’ ପୋଷ୍ଟର ଦେଇଥିଲି ଯାହାକୁ ସେମାନେ ଉତ୍ସାହପୂର୍ବକ ନିଜ ଦୋକାନରେ ଲଗାଇବେ ବୋଲି କହିଥିଲେ ।”

ଅରୁଣାଚଳ ପ୍ରଦେଶର ଇଟାନଗରରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 22nd, 11:36 am

ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ କେ.ଟି ପରନାୟକ ଜୀ, ରାଜ୍ୟର ଲୋକପ୍ରିୟ ଏବଂ ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, କିରେନ ରିଜିଜୁ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ମୋର ସାଥୀ ସାଂସଦ ନବମ ରେବିଆ ଜୀ ଏବଂ ତାପିର ଗାଓ ଜୀ, ସମସ୍ତ ବିଧାୟକଗଣ, ଅନ୍ୟ ଜନ ପ୍ରତିନିଧିଗଣ, ଏବଂ ଅରୁଣାଚଳ ପ୍ରଦେଶର ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ଅରୁଣାଚଳ ପ୍ରଦେଶ ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 22nd, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଅରୁଣାଚଳ ପ୍ରଦେଶର ଇଟାନଗରରେ ପ୍ରାୟ ୫୧୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଉପସ୍ଥିତ ସମାବେଶକୁ ସମ୍ବୋଧନ କରି, ସେ ପରମାତ୍ମା ଡୋନୟି ପୋଲୋଙ୍କୁ ସ୍ମରଣ କରିବା ସହ ସମସ୍ତଙ୍କ ଉପରେ ତାଙ୍କର କୃପା ରହୁ ବୋଲି ପ୍ରାର୍ଥନା କରିଥିଲେ।

ସେପ୍ଟେମ୍ବର ୨୨ରେ ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତରେ ପ୍ରଧାନମନ୍ତ୍ରୀ

September 21st, 09:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ସେପ୍ଟେମ୍ବରରେ ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତ କରିବେ । ସେ ଇଟାନଗରରେ ୫,୧୦୦ କୋଟିରୁ ଅଧିକ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରି ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।

ଗୌହାଟୀ ଠାରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ, ଉଦ୍‌ଘାଟନ ଏବଂ ଉତ୍ସର୍ଗ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

February 04th, 12:00 pm

ଆସାମର ରାଜ୍ୟପାଳ ଗୁଲାବ ଚନ୍ଦ କଟାରିୟା ଜୀ, ମୁଖ୍ୟମନ୍ତ୍ରୀ ଡଃ. ହିମନ୍ତ ବିସ୍ୱା ସର୍‌ମା ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ୍ ଜୀ, ରାମେଶ୍ୱର ତେଲୀ ଜୀ, ଆସାମ ସରକାରଙ୍କ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ, ବିଭିନ୍ନ ପରିଷଦର ମୁଖ୍ୟ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ପ୍ରଧାନମନ୍ତ୍ରୀଙ୍କ ଆସାମର ଗୌହାଟୀରେ ୧୧, ୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

February 04th, 11:30 am

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମା’ କାମାକ୍ଷାଙ୍କ ଆଶୀର୍ବାଦ ଯୋଗୁଁ ସେ ଆଜି ଆସାମ ପାଇଁ ଏଗାର ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାରେ ସକ୍ଷମ ହୋଇଛନ୍ତି ।

ବିମାନ ବନ୍ଦର ସମ୍ପର୍କିତ ନିଜ କାର୍ଯ୍ୟକ୍ରମଗୁଡିକର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

April 12th, 07:24 pm

ପ୍ରଧାନମନ୍ତ୍ରୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଯେଉଁଥିରେ ମନ୍ତ୍ରୀ ବିମାନ ଚଳାଚଳ ଭିତ୍ତିଭୂମି ବିକାଶ ପାଇଁ ୨୦୨୩ ଆର୍ଥିକ ବର୍ଷରେ ସର୍ବାଧିକ ପୁଞ୍ଜି ବିନିଯୋଗ ସମ୍ପର୍କରେ ସୂଚନା ଦେଇଛନ୍ତି ।

ପ୍ରଯୁକ୍ତି ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି: ପ୍ରଧାନମନ୍ତ୍ରୀ

March 06th, 09:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପ୍ରଯୁକ୍ତି ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି । ଶ୍ରୀ ମୋଦୀ, ରାଜ୍ୟସଭା ସାଂସଦ ଶ୍ରୀ ନବମ ରେବିଆଙ୍କ ଟ୍ୱିଟ ପ୍ରତ୍ୟୁତ୍ତର ଦେଇ ଏହା କହିଛନ୍ତି । ଶ୍ରୀ ରେବିଆ ନିଜ ଟ୍ୱିଟରେ ସୂଚନା ଦେଇଛନ୍ତି, ଡିଜିଟାଲ ଇଣ୍ଡିଆ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଅରୁଣାଚଳ ପ୍ରଦେଶର ଶେରଗାଓଁ ଗାଁରେ ମାତ୍ର ଗୋଟିଏ ମୋବାଇଲ ସେବା ପ୍ରଦାନକାରୀ ଥିଲା । କିନ୍ତୁ ଏବେ ସେଠାରେ ତିନି ମୋବାଇଲ ସେବା ପ୍ରଦାନକାରୀ ଅଛନ୍ତି ।

ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳପ୍ରଦେଶ ଓ ଉତ୍ତର ପ୍ରଦେଶ ଗସ୍ତ

November 17th, 03:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀଠାରେ ଆୟୋଜିତ ହେଉଥିବା ମାସେ ବ୍ୟାପୀ ‘କାଶୀ ତାମିଲ ସଙ୍ଗମମ୍‌’ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ । କାର୍ଯ୍ୟକ୍ରମରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହ ପ୍ରତିଫଳିତ। ତାମିଲନାଡୁ-କାଶୀ ମଧ୍ୟରେ ଯୁଗ ଯୁଗ ଧରି ରହି ଆସିଥିବା ସମ୍ପର୍କକୁ ଏହା ପୁନଃ ଉଦ୍‌ଜୀବିତ ଓ ପ୍ରତିପାଦିତ କରିବାକୁ ଲକ୍ଷ୍ୟ ରଖିଛି ।

Arunachal Pradesh is India's pride: PM Narendra Modi in Itanagar

February 09th, 12:21 pm

Launching multiple development initiatives in Arunachal Pradesh, PM Modi said, “Arunachal Pradesh is India's pride. It is India's gateway and I assure the people of the region that the NDA Government will not only ensure its safety and security but also fast-track development in the region.” Stating ‘Sabka Saath, Sabka Vikas’ to be the Government’s guiding mantra, PM Modi said that in the last four and half years, no stone was left unturned for development of the Northeast region.

ପ୍ରଧାନମନ୍ତ୍ରୀଙ୍କ ଇଟାନଗର ଗସ୍ତ, କେବଳ ଉତ୍ତର ପୂର୍ବାଂଚଳର ବିକାଶ ଦ୍ଵାରା ନୂତନ ଭାରତ ନିର୍ମାଣ ହୋଇପାରିବ : ପ୍ରଧାନମନ୍ତ୍ରୀ

February 09th, 12:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ତ୍ରିପୁରା ଗସ୍ତ କ୍ରମରେ ପ୍ରଥମେ ଇଟାନଗରରେ ପହଁଚିଥିଲେ । ସେ ଇଟାନଗରରେ ନୂଆ ଗ୍ରୀନଫିଲ୍ଡ ବିମାନବନ୍ଦର ଏବଂ ସେଲା ଟନେଲର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଡିଡି ଅରୁଣପ୍ରଭା ଚାନେଲର ଶୁଭାରମ୍ଭ କରିଥିଲେ । ସେ ଇଟାନଗରର ଆଇଜି ପାର୍କରୁ ଅନ୍ୟ କେତେକ ବିକାଶ ପ୍ରକଳ୍ପ ଅନାବରଣ କରିଥିଲେ । ପ୍ରଧାନମନ୍ତ୍ରୀ ସେଠାରେ ଲାଇନ ଲୁମ ପରିଚାଳନାର ମଧ୍ୟ ନିରୀକ୍ଷଣ କରିଥିଲେ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗୌହାଟୀ, ଇଟାନଗର ଓ ଅଗରତାଲା ଗସ୍ତ କରିବେ

February 08th, 11:51 am

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଗୌହାଟୀ, ଇଟାନଗର ଏବଂ ଅଗରତାଲା ଗସ୍ତ କରିବେ । ସେ ଇଟା ନଗରଠାରେ ଗ୍ରୀନଫିଲ୍ଡ ଏୟାରପୋର୍ଟ, ସେଲା ଟ୍ୟୁନେଲ ଏବଂ ଉତ୍ତର-ପୂର୍ବାଂଚଳ ଗ୍ୟାସ ଗ୍ରୀଡର ଆଧାରଶିଳା ରଖିବେ । ସେ ଗାର୍ଜୀ-ବେଲାନିଆ ରେଳ ଲାଇନ ଏବଂ ଡିଡି ଅରୁଣ ପ୍ରଭା ଚାନେଲର ଉଦଘାଟନ କରିବେ । ସେ ମଧ୍ୟ 3ଟି ରାଜ୍ୟରେ ଅନ୍ୟାନ୍ୟ ଭିନ୍ନ ଭିନ୍ନ ପ୍ରକଳ୍ପଗୁଡ଼ିକର ଉନ୍ମୋଚନ କରିବେ ।

ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ବିକାଶ ପ୍ରକଳ୍ପସମୂହକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (15.02.2018)

February 15th, 12:38 pm

ଯେତେବେଳେ ସାରା ହିନ୍ଦୁସ୍ଥାନ ଉଦୀୟମାନ ସୂର୍ଯ୍ୟଙ୍କ ଆଡ଼କୁ ଦେଖିଥାଏ, ସୂର୍ଯ୍ୟଙ୍କ ଉଦୟକୁ ଦେଖିଥାଏ; ସାରା ହିନ୍ଦୁସ୍ଥାନକୁ ସର୍ବପ୍ରଥମେ ଅରୁଣାଚଳ ପ୍ରଦେଶ ଆଡ଼କୁ ମୁହଁ ବୁଲାଇବାକୁ ପଡ଼ିଥାଏ । ଆମର ସାରା ଦେଶ, 130ରୁ କୋଟିରୁ ଅଧିକ ଦେଶବାସୀଙ୍କୁ ସୂର୍ଯ୍ୟଙ୍କ ଉଦୟକୁ ଦେଖିବାକୁ ହେଲେ ଅରୁଣାଚଳ ଆଡ଼କୁ ନଚାହିଁ ସୂର୍ଯ୍ୟଙ୍କ ଉଦୟକୁ ଦେଖିପାରିନଥା’ନ୍ତି । ଯେଉଁ ଅରୁଣାଚଳ ପ୍ରଦେଶରୁ ଅନ୍ଧାର ଦୂର ହେଉଛି, ଆଲୋକ ବ୍ୟାପୁଛି, ଆଗାମୀ ଦିନରେ ମଧ୍ୟ ଏଠାରେ ବିକାଶର ଏପରି ଆଲୋକ ବ୍ୟାପିବ ଯାହା ସାରା ଭାରତକୁ ଆଲୋକିତ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ, ଇଟାନଗରରେ ଉଦ୍ଘାଟନ କଲେ ସମ୍ମେଳନ କେନ୍ଦ୍ର

February 15th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶ ଗସ୍ତ କରିବା ସହ ଇଟାନଗରରେ ଆୟୋଜିତ ଏକ ସମାରୋହରେ ଦୋର୍ଜୀ ଖାଣ୍ଡୁ ରାଜ୍ୟ ସମ୍ମେଳନ କେନ୍ଦ୍ରର ଉଦ୍ଘାଟନ କରିଥିଲେ । ଏହି ସମ୍ମେଳନ କେନ୍ଦ୍ରରେ ଏକ ସଭାଗୃହ, ଏକ ସମ୍ମିଳନୀ କକ୍ଷ ସହ ପ୍ରଦର୍ଶନୀ କକ୍ଷ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲି ଅରୁଣାଚଳ ପ୍ରଦେଶ ଗସ୍ତ

February 14th, 06:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅରୁଣାଚଳ ପ୍ରଦେଶ ଗସ୍ତରେ ଯିବେ । ଇଟାନଗରରେ ଆୟୋଜିତ ଏକ ସମାରୋହରେ ସେ ଦୋର୍ଜିଖଣ୍ଡୁ ରାଜ୍ୟ ସମ୍ମେଳନ କେନ୍ଦ୍ରର ଉଦଘାଟନ କରିବେ । ଏହି ସମ୍ମେଳନ କେନ୍ଦ୍ରରେ ଏକ ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଏବଂ ଏକ ପ୍ରଦର୍ଶନୀ କକ୍ଷ ରହିଛି । ଏହା ଇଟାନଗରର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପରିଚିତି ଲାଭ କରିବ ବୋଲି ଆଶା କରାଯାଉଛି ।