ଜି-୨୦ ଶିଖର ସମ୍ମିଳନୀ ୨୦୨୫ ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 23rd, 09:44 pm
ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ଚଳିତ ବର୍ଷ ଜୁନ୍ ମାସରେ କାନାଡାର କାନାନାସ୍କିସରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଉଭୟ ନେତା ସଂକ୍ଷିପ୍ତ ଭାବେ ମତ ବିନିମୟ କରିଥିଲେ।‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
September 24th, 06:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।G7 ଶିଖର ସମ୍ମିଳନୀ ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
June 18th, 02:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜୁନ୍ ୨୦୨୫ରେ କାନାଡାର କାନାନାସ୍କିସ୍ ଠାରେ ୫୧ତମ G7 ଶିଖର ସମ୍ମିଳନୀ ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଇଟାଲୀ ସହିତ ଭାରତର ବନ୍ଧୁତା ଆହୁରି ନିବିଡ ହେବ, ଯାହା ଆମ ଲୋକଙ୍କୁ ବହୁତ ଲାଭ ଦେବ।When growth is driven by aspirations, it becomes inclusive and sustainable: PM Modi at Rising Bharat Summit
April 08th, 08:30 pm
PM Modi addressed the News18 Rising Bharat Summit. He remarked on the dreams, determination, and passion of the youth to develop India. The PM highlighted key initiatives, including zero tax on income up to ₹12 lakh, 10,000 new medical seats and 6,500 new IIT seats, 50,000 new Atal Tinkering Labs and over 52 crore Mudra Yojana loans. The PM congratulated the Parliament for enacting Waqf law.ନ୍ୟୁଜ ୧୮ ରାଇଜିଂ ଭାରତ ସମିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
April 08th, 08:15 pm
ମଙ୍ଗଳବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ନ୍ୟୁଜ ୧୮ ରାଇଜିଂ ଭାରତ ସମିଟରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି । ଭାରତ ତଥା ସାରା ବିଶ୍ୱର ଅନେକ ନେତାଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ଦେଇଥିବାରୁ ନ୍ୟୁଜ ୧୮ ନେଟବାର୍କକୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ । ଭାରତର ଯୁବବର୍ଗଙ୍କ ଆକାଂକ୍ଷାକୁ ଫୋକସ କରିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ମଣ୍ଡପମରେ ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ କଥା ମନେ ପକାଇ ଭାରତବର୍ଷକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ଯୁବକମାନଙ୍କର ରହିଥିବା ସ୍ୱପ୍ନ ଓ ଆକାଂକ୍ଷା ପ୍ରଧାନମନ୍ତ୍ରୀ କହିଥିଲେ । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ସବୁସ୍ତରରେ ଅନ୍ତର୍ଦୃଷ୍ଟିର ଆବଶ୍ୟକତା ରହିଥିବା ସେ କହିଥିଲେ । ତେବେ ଅମୃତ କାଳ ସୃଷ୍ଟି କରିବା ପାଇଁ ଏହି ଅନ୍ତର୍ଦୃଷ୍ଟିର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ।ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ କ୍ରୀଡ଼ାରେ ୩୩ଟି ପଦକ ଜିତିଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
March 18th, 02:40 pm
ଇଟାଲୀର ଟୁରିନ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ବିଶ୍ୱ ଶୀତକାଳୀନ ଅଲିମ୍ପିକ୍ସରେ ଅସାଧାରଣ ପ୍ରଦର୍ଶନ କରିଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ଦଳ ୩୩ଟି ପଦକ ବିଜୟୀ ହୋଇ ବିଶ୍ୱ ସ୍ତରରେ ଦେଶକୁ ଗର୍ବିତ କରିଛନ୍ତି ।ଇଟାଲୀ-ଭାରତ ମିଳିତ ରଣନୀତିକ କାର୍ଯ୍ୟ ଯୋଜନା ୨୦୨୫-୨୦୨୯
November 19th, 09:25 am
ଭାରତ ଏବଂ ଇଟାଲୀ ମଧ୍ୟରେ ରଣନୈତିକ ଭାଗିଦାରୀର ଅନନ୍ୟ ସମ୍ଭାବନାକୁ ଅନୁଭବ କରି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ସୁଶ୍ରୀ ଜର୍ଜିଆ ମେଲୋନି ୧୮ ନଭେମ୍ବର ୨୦୨୪ରେ ବ୍ରାଜିଲର ରିଓ ଡି ଜେନେରିକଠାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ସେମାନଙ୍କର ବୈଠକରେ ନିମ୍ନଲିଖିତ କେନ୍ଦ୍ରୀଭୂତ, ସମୟବଦ୍ଧ ପଦକ୍ଷେପ ଏବଂ ରଣନୈତିକ କାର୍ଯ୍ୟର ମିଳିତ ଯୋଜନା ମାଧ୍ୟମରେ ଏହାକୁ ଅଧିକ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଉଦ୍ଦେଶ୍ୟରେ ଇଟାଲୀ ଏବଂ ଭାରତ ନିମ୍ନଲିଖିତ ବିଷୟରେ ସହମତ ହୋଇଛନ୍ତି:ଇଟାଲୀ ମନ୍ତ୍ରୀ ପରିଷଦ ଅଧ୍ୟକ୍ଷଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 19th, 08:34 am
ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀ ମନ୍ତ୍ରୀ ପରିଷଦ ଅଧ୍ୟକ୍ଷ ମହାମହି ଜିଓର୍ଜିଆ ମେଲୋନିଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ବିଗତ ଦୁଇ ବର୍ଷ ମଧ୍ୟରେ ଏହା ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପଞ୍ଚମ ଭେଟ । ୨୦୨୪ ଜୁନ୍ରେ ଇଟାଲୀର ପୁଗଲିଆ ଠାରେ ପ୍ରଧାନମପନ୍ତ୍ରୀ ମେଲୋନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଶେଷ ଥର ଭେଟ ହୋଇଥିଲା । ଏକ ଆହ୍ୱାନପୂର୍ଣ୍ଣ ସମୟରେ ଜି-୭ର ନେତୃତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିବାରୁ ବିଶ୍ୱ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 15th, 09:20 pm
୭୮ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓଅଭିନନ୍ଦନ ଜଣାଇଥିବାରୁ ବିଶ୍ୱ ନେତୃତ୍ୱଙ୍କୁଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ।ଶ୍ରୀନଗରରେ 'ଯୁବଗୋଷ୍ଠୀ ସଶକ୍ତୀକରଣ, ସମୃଦ୍ଧ ଜମ୍ମୁ-କଶ୍ମୀର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 20th, 07:00 pm
ଆଜି ସକାଳେ ଯେତେବେଳେ ମୁଁ ଦିଲ୍ଲୀରୁ ଶ୍ରୀନଗର ଆସିବାପାଇଁ ପ୍ରସ୍ତୁତ ହେଉଥିଲି। ସେତେବେଳ ତେଣୁ ସେମିତି ମୋ ମନ ଉତ୍ସାହରେ ଭରି ରହିଥିଲା। ଏବଂ ମୁଁ ଭାବୁଥିଲି ଯେ ଆଜି ମୋ ମନରେ ଏତେ ଉତ୍ସାହ କାହିଁକି ଅଛି | ତେଣୁ ମୁଁ ଦୁଇଟି କାରଣ ଦେଖିଲି । ତେବେ ଏହାର ଏକ ତୃତୀୟ କାରଣ ରହିଛି। ମୁଁ କାହିଁକି ଏଠାରେ ଦୀର୍ଘ ଦିନ ଧରି ରହୁଛି ଏବଂ କାମ କରିଛି, କାରଣ ମୁଁ ବହୁତ ପୁରୁଣା ଲୋକଙ୍କ ସହିତ ପରିଚିତ | ବିଭିନ୍ନ ଅଞ୍ଚଳ ସହ ମୋରନ ଗଭୀର ସମ୍ପର୍କ ରହିଛି। ତେଣୁ ସ୍ମୃତି ସତେଜ ରହିବା ସ୍ୱାଭାବିକ। କିନ୍ତୁ ଦୁଇଟି କାରଣ ମୋ ପାଇଁ ଏହାକୁ ଅତ୍ୟନ୍ତ ସ୍ୱାଭାବିକ କରିଛି । ଆଜିର କାର୍ଯ୍ୟକ୍ରମରେ ଜମ୍ମୁ-କଶ୍ମୀରର ବିକାଶ ସମ୍ବନ୍ଧୀୟ କାର୍ଯ୍ୟ ଏବଂ ଦ୍ୱିତୀୟତଃ ଲୋକସଭା ନିର୍ବାଚନ ପରେ କାଶ୍ମୀରର ଭାଇ ଭଉଣୀଙ୍କ ସହ ମୋର ପ୍ରଥମ ସାକ୍ଷାତ ।ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ 'ଯୁବ ସଶକ୍ତିକରଣ, ଜାମ୍ମୁ- କାଶ୍ମୀରରେ ପରିବର୍ତ୍ତନ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
June 20th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରସ୍ଥିତ ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏସକେଆଇସିସି)ରେ 'ଯୁବ ସଶକ୍ତିକରଣ, ଜାମ୍ମୁ- କାଶ୍ମୀରର ପରିବର୍ତ୍ତନ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରରେ ୧,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ , ଯେଉଁଥିରେ ସଡ଼କ, ଜଳ ଯୋଗାଣ ଏବଂ ଉଚ୍ଚ ଶିକ୍ଷାକ୍ଷେତ୍ରରେ ଭିତ୍ତିଭୂମି ଅନ୍ତର୍ଭୁକ୍ତ । ସେ ୧୮୦୦ କୋଟି ଟଙ୍କାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି ପ୍ରକଳ୍ପ (ଜେକେସିଆଇପି)ର ଶୁଭାରମ୍ଭ କରିଥିଲେ । ଶ୍ରୀ ମୋଦୀ ନୂତନ ସରକାରୀ ନିଯୁକ୍ତି ପାଇଥିବା ୨୦୦ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ଆରମ୍ଭ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ କେନ୍ଦ୍ରଶାସିତ ଅଞ୍ଚଳର ଯୁବ ସଫଳତା ହାସଲକାରୀଙ୍କ ସହ ଆଲୋଚନା କରିଥିଲେ ।ଉତ୍ତରପ୍ରଦେଶର ବାରଣାସୀରେ କୃଷକ ସମ୍ମାନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 18th, 05:32 pm
ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶିବରାଜ ସିଂହ ଚୌହାନ, ଭାଗୀରଥ ଚୌଧୁରୀ ଜୀ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ, ବିଧାନ ପରିଷଦର ସଦସ୍ୟ ତଥା ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀ ଭୂପେନ୍ଦ୍ର ଚୌଧୁରୀଜୀ, ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ଜନପ୍ରତିନିଧି ଗଣ ଏବଂ ବିଶାଳ ସଂଖ୍ୟାରେ ଏଠାକୁ ଆସିଥିବା ମୋର କୃଷକ ଭାଇ ଭଉଣୀମାନେ କାଶୀର ମୋ ପରିବାର ସଦସ୍ୟ, ନିର୍ବାଚନ ଜିତିବା ପରେ ଆଜି ମୁଁ ପ୍ରଥମ ଥର ପାଇଁ ବନାରସ ଗସ୍ତ ଆସିଛି। କାଶୀ ଜନତା ଜନାର୍ଦ୍ଦନଙ୍କୁ ମୋର ପ୍ରଣାମ ।ଉତ୍ତରପ୍ରଦେଶର ବାରାଣସୀରେ କିଷାନ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
June 18th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀଠାରେ ଆୟୋଜିତ କୃଷକ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ୨୦,୦୦୦ କୋଟି ରୁ ଅଧିକ ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ)ର ସପ୍ତଦଶ କିସ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ହସ୍ତାନ୍ତର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ହଜାରରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବୈଷୟିକ ଜ୍ଞାନକୌଶଳ ଜରିଆରେ ସାରା ଦେଶର କୃଷକଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡାଯାଇଥିଲା ।ଜି-୭ ଶିଖର ସମ୍ମିଳନୀ ପୃଷ୍ଠଭୂମିରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା
June 14th, 11:53 pm
ଲଗାତାର ଭାବରେ ତୃତୀୟ ଥର ସରକାର ଗଠନ କରିବା ଅବସରରେ ତାଙ୍କୁ ଅଭିନନ୍ଦନ ବାର୍ତ୍ତା ଜଣାଇଥିବା ଯୋଗୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ କିସିଡ଼ାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଜାପାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ଜାରି ରଖିବା ସକାଶେ ତାଙ୍କ ତୃତୀୟ ପାଳି ଶାସନ କାଳରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିକୁ ଦୋହରାଇଥିଲେ । ଦୁଇ ନେତା ଭାରତ- ଜାପାନ ବିଶେଷ ରଣନୀତିକ ଏବଂ ବୈଶ୍ୱିକ ସହଭାଗୀତାର ୧୦ମ ବର୍ଷ ସମ୍ପର୍କରେ ଉଲ୍ଲେଖ କରିବା ସହିତ ଏହି ସମ୍ପର୍କରେ ଏବେସୁଦ୍ଧା ହାସଲ କରାଯାଇଥିବା ପ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ସମ୍ପର୍କକୁ ଅଧିକ ନିବିଡ଼ କରିବା ସମ୍ପର୍କରେ ସେମାନେ ଆଲୋଚନା କରିବା ସହିତ ନୂଆ ଏବଂ ସମ୍ପ୍ରତି ମୁଣ୍ଡ ଟେକୁଥିବା ବିଭିନ୍ନ କ୍ଷେତ୍ର ପ୍ରସଙ୍ଗରେ ମଧ୍ୟ ଭାବ ବିନିମୟ କରିଥିଲେ ଏବଂ ବି୨ବି ଏବଂ ପି୨ପି ସହଯୋଗକୁ ସୁଦୃଢ଼ କରିବା ଉପରେ ଜୋର୍ ଦେଇଥିଲେ ।ଜି-୭ ଶିଖର ବୈଠକ ପୃଷ୍ଠଭୂମିରେ ଇଟାଲି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
June 14th, 11:40 pm
ଇଟାଲିର ଅପୁଲିଆଠାରେ ଚାଲିଥିବା ଜି-୭ ଶିଖର ବୈଠକ ପୃଷ୍ଠଭୂମିରେ ଆଜି ଇଟାଲି ପ୍ରଧାନମନ୍ତ୍ରୀ ଜିଓରଜିଆ ମେଲୋନୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମେଲୋନୀ ନରେନ୍ଦ୍ର ମୋଦୀ ଲାଗାତାର ତୃତୀୟ ଥର ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଜି-୭ ଆଉଟ୍ ରିଚ୍ ଶିଖର ସମ୍ମିଳନୀରେ ଯୋଗ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଇଟାଲି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥି ସହିତ ଏହି ଶିଖର ସମ୍ମିଳନୀକୁ ସଫଳତାର ସହ ସଂପାଦନ କରିଥିବାରୁ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।ଜି-୭ ଶିଖର ସମ୍ମିଳନୀର ଆଉଟ୍ରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
June 14th, 09:54 pm
ସର୍ବପ୍ରଥମେ, ଏହି ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ପାଇଁ ଏବଂ ଆମକୁ ଦିଆଯାଇଥିବା ଆତିଥ୍ୟ-ସତ୍କାର ପାଇଁ ମୁଁ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ମୁଁ ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି । ଜି-୭ ଶିଖର ସମ୍ମିଳନୀର ଏହି କାର୍ଯ୍ୟକ୍ରମ ବିଶେଷ ତଥା ଐତିହାସିକ। ଏହି ଗ୍ରୁପର ୫୦ ତମ ବାର୍ଷିକୀ ଅବସରରେ ଜି-୭ର ସମସ୍ତ ସାଥିମାନଙ୍କୁ ଏହି ସମୂହର ବାର୍ଷକୀ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ।ଜି-୭ ସମ୍ମିଳନୀର କୃତ୍ରିମ ପ୍ରଜ୍ଞା ଓ ଶକ୍ତି , ଆଫ୍ରିକା ଓ ଭୂମଧ୍ୟସାଗରୀୟ ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂଶଗ୍ରହଣ
June 14th, 09:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ମାନବ ଇତିହାସରେ ସବୁଠାରୁ ବୃହତ୍ ଗଣତନ୍ତ୍ରରେ ପୁନଃ- ନିର୍ବାଚିତ ହେବାପରେ ଏହି ଶିଖର ସମ୍ମିଳନୀରେ ଯୋଗଦେବାକୁ ଆସି ସେ ଖୁବ୍ ଆନନ୍ଦିତ । ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଯୁକ୍ତିର ସଫଳତା ସକାଶେ ଏହାର ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଆପଣାଯିବା ଆବଶ୍ୟକ । ତା’ହେଲେ ସେଥିରୁ ଆବଶ୍ୟକ ସଫଳତା ମିଳିପାରିବ । ଏହି ପରିପ୍ରେକ୍ଷୀରେ, ସେ ଜନ ସେବା ବିତରଣରେ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତାର କାହାଣୀ ସେ ଉପସ୍ଥିତି ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ।ଜି-୭ ସମ୍ମିଳନୀ ଅବସରରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
June 14th, 04:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଟାଲୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ୟୁକ୍ରେନର ରାଷ୍ଟ୍ରପତି ମହାମହିମ ଶ୍ରୀ ଭୋଲୋଦିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ତୃତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ନେଇ ଶୁଭେଚ୍ଛା ଜଣାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ ।ଜି- ୭ ସମ୍ମିଳନୀ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
June 14th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀର ଆପୁଲିଆ ଠାରେ ଜି- ୭ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଋଷି ସୁନକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ ସୁନକ ଶ୍ରୀ ମୋଦୀଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ଦେଶର ମିଳିତ ପ୍ରତିବଦ୍ଧତାକୁ ଦୁଇ ନେତା ଦୋହରାଇଥିଲେ ।ଜି-୭ ଶିଖର ସମ୍ମିଳନୀ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
June 14th, 03:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରୋନ୍ ଆଜି ଇଟାଲୀର ଆପୁଲିଆଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ କରିଥିଲେ । କ୍ରମାଗତ ତୃତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ମାକ୍ରୋନ୍ ଶୁଭେଚ୍ଛା କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।