"ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସୁପର ପାୱାର ମଧ୍ୟରେ ରହିବା ଉଚିତ": ପ୍ରଧାନମନ୍ତ୍ରୀ ମୋଦୀ 2047 ଲକ୍ଷ୍ୟ ସ୍ଥିର କରିଛନ୍ତି
February 17th, 06:02 pm
ଏଆଇ ଉପରେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଆଇ ଇମ୍ପାକ୍ଟ ସମ୍ମିଳନୀର ବିଷୟବସ୍ତୁ 'ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ସୁଖ, ଭାରତର ସଭ୍ୟତା ଦର୍ଶନକୁ ପ୍ରତିଫଳିତ କରୁଛି। ସେ କହିଥିଲେ ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ସମ୍ପୂର୍ଣ୍ଣ ଭାବେ ନୂତନ ଆର୍ଥିକ ସୁଯୋଗ ସୃଷ୍ଟି କରିବା, ସମାବେଶୀ ଅଭିବୃଦ୍ଧିକୁ ସକ୍ଷମ କରିବା, ସହରୀ-ଗ୍ରାମାଞ୍ଚଳ ମଧ୍ୟରେ ବ୍ୟବଧାନକୁ ଦୂର କରିବା ଏବଂ ସୁଯୋଗର ପ୍ରସାର କରିବା ସହିତ ଗଭୀର ବିକାଶମୂଳକ ଆହ୍ୱାନର ମୁକାବିଲା କରିପାରିବ । ସେ ଆଲୋକପାତ କରି କହିଥିଲେ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆତ୍ମନିର୍ଭର ଭାରତର ଅର୍ଥ ହେଉଛି ଡିଜିଟାଲ ଶତାବ୍ଦୀ ପାଇଁ ଭାରତ ନିଜର କୋଡ ଲେଖିବା ।ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
February 15th, 07:24 pm
ପିଟିଆଇକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତି, ଏମଏସଏମଇ ପାଇଁ ଦୃଢ ସମର୍ଥନ, ଉତ୍ପାଦନ ଅଭିବୃଦ୍ଧି ଉପରେ ଧ୍ୟାନ ଦେବା ଇତ୍ୟାଦି ବିଷୟରେ କହିଥିଲେ। ଭିତ୍ତିଭୂମି ଏବଂ ପୁଞ୍ଜି ବ୍ୟୟ ପାଇଁ କେନ୍ଦ୍ର ବଜେଟର ଗୁରୁତ୍ୱ ଉପରେ ସେ ଆଲୋକପାତ କରି ଏହାକୁ ବିକଶିତ ଭାରତ 2047 ପାଇଁ ଏକ ଦୀର୍ଘକାଳୀନ ରୋଡମ୍ୟାପ୍ ବୋଲି କହିଛନ୍ତି, ଯାହାର ଉଦ୍ଦେଶ୍ୟ ନିଯୁକ୍ତି ସୃଷ୍ଟି, ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ବଜାୟ ରଖିବା ।ନିକ୍କେଇ ଏସିଆ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
August 29th, 04:14 pm
ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ନିକ୍କେଇଙ୍କୁ କହିଛନ୍ତି ଯେ ବହୁଧ୍ରୁବୀ ବିଶ୍ୱଗଠନରେ ବ୍ରିକ୍ସ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହା ବିଶେଷ ଭାବରେ ଏପରି ଏକ ସମୟରେ ହୋଇଛି ଯେତେବେଳେ ବିଶ୍ୱ ବ୍ୟବସ୍ଥା ଚାପରେ ଅଛି ଏବଂ ବିଶ୍ୱ ପ୍ରଶାସନର ଅନୁଷ୍ଠାନଗୁଡିକର କାର୍ଯ୍ୟଦକ୍ଷତା କିମ୍ବା ବିଶ୍ୱସନୀୟତାର ଅଭାବ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ଓ ଜାପାନ ହେଉଛି ଦୁଇଟି ଜୀବନ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ବିଶ୍ୱର ଦୁଇଟି ଅଗ୍ରଣୀ ଅର୍ଥନୀତି। ଆମର ସମ୍ପର୍କ ବିଶ୍ୱାସ, ବନ୍ଧୁତା ଏବଂ ପାରସ୍ପରିକ ସଦ୍ଭାବନାରେ ଆଧାରିତ ।ୟୋମିଉରି ଶିମ୍ବୁନକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
August 29th, 10:23 am
ୟୋମିଉରି ଶିମ୍ବୁନକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଇଶିବାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଥିଲେ ଯେ ଭାରତ ଓ ଜାପାନ ପ୍ରାଚୀନ ସଭ୍ୟତା, ଜୀବନ୍ତ ଗଣତନ୍ତ୍ର ଏବଂ ଅଗ୍ରଣୀ ଅର୍ଥନୀତି ଭାବରେ ଏକ ସମାନ ରଣନୀତିକ ଦୃଷ୍ଟିକୋଣ ରଖୁଛନ୍ତି । LUPEX ମିଶନରେ ସହଯୋଗ ଉପରେ ଆଲୋକପାତ କରି ସେ ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେଉଥିବା ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ସ୍ଥିର ଭାରତ-ପ୍ରଶାନ୍ତ ମହାସାଗର ପ୍ରତି ଉଭୟ ରାଷ୍ଟ୍ରର ପ୍ରତିବଦ୍ଧତାକୁ ଦୋହରାଇଥିଲେ।ଆରବ ନ୍ୟୁଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
April 22nd, 08:13 am
ଏହି କରିଡରର ସଫଳତା ପଛରେ ଉଭୟ ଭାରତ ଓ ସାଉଦି ଆରବର ପ୍ରମୁଖ ଭୂମିକା ରହିଛି। ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ କନେକ୍ଟିଭିଟି, ଡାଟା କନେକ୍ଟିଭିଟି ଏବଂ ଇଲେକ୍ଟ୍ରିକାଲ ଗ୍ରିଡ୍ କନେକ୍ଟିଭିଟି ସମେତ ଯୋଗାଯୋଗର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ଆମର ସାଉଦି ସହଯୋଗୀଙ୍କ ସହ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ପଦକ୍ଷେପ ଅଧୀନରେ ଆମେ ସ୍ୱଚ୍ଛ ଏବଂ ସବୁଜ ହାଇଡ୍ରୋଜେନ ଏବଂ ଆନୁସଙ୍ଗିକ ଯୋଗାଣ ଶୃଙ୍ଖଳା ଉପରେ କାର୍ଯ୍ୟ କରୁଛୁ ।ମୁଦ୍ରା ଏନପିଏ ହାର ବର୍ଗରେ ବିଶ୍ୱର ସର୍ବନିମ୍ନ: ପ୍ରଧାନମନ୍ତ୍ରୀ ମୋଦୀ
April 08th, 10:00 am
ଇକୋନୋମିକ୍ ଟାଇମ୍ସକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୁଦ୍ରା ଯୋଜନା ଅଧୀନରେ ଅଣ-କାର୍ଯ୍ୟକାରୀ ସମ୍ପତ୍ତି (ଏନପିଏ) ହାର ସମାନ ଋଣ କ୍ଷେତ୍ର ପାଇଁ ବିଶ୍ୱସ୍ତରରେ ସର୍ବନିମ୍ନ ଥିଲା । କ୍ଷୁଦ୍ର ଋଣଧାରୀଙ୍କ ବିଶ୍ୱସନୀୟତା ଏବଂ ପ୍ରଭାବଶାଳୀ ନୀତି କାର୍ଯ୍ୟକାରିତା ଏହାର ଶ୍ରେୟ ସେ ଦେଇଛନ୍ତି।କେୟୁଏନଏ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
December 21st, 09:55 pm
କେୟୁଏନଏକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ବଢୁଥିବା ବିଶ୍ୱ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଛନ୍ତି । କୁଏତ ଗସ୍ତ ସମୟରେ ସେ ବାଣିଜ୍ୟ, ଶକ୍ତି ଭାଗିଦାରୀ, ସଫ୍ଟ ପାୱାର ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ । ସେ ଦ୍ୱିପାକ୍ଷିକ ସହଯୋଗ, ବୈଶ୍ୱିକ ସ୍ଥାୟୀତା ଏବଂ ଗ୍ଲୋବାଲ ସାଉଥ ପାଇଁ ସ୍ୱର ଭାବରେ ଭାରତର ଭୂମିକାକୁ ସମର୍ଥନ କରିଥିଲେ ।ହିନ୍ଦୁସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 31st, 08:00 am
'ହିନ୍ଦୁସ୍ତାନ'କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ନିର୍ବାଚନ ସମେତ ଅନେକ ବିଷୟ ଉପରେ ଆଲୋଚନା କରିଛନ୍ତି। ନକାରାତ୍ମକ ରାଜନୀତିରେ ବିଶ୍ୱାସ କରୁଥିବା ଦଳକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ସେ କହିଛନ୍ତି। ଆଜି ଭୋଟର ଏକବିଂଶ ଶତାବ୍ଦୀର ରାଜନୀତି ଦେଖିବାକୁ ଚାହୁଁଛନ୍ତି। 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ସହମତି ରେ ଆଗକୁ ବଢ଼ିବା ସପକ୍ଷରେ ଅଛନ୍ତି।ଓପନ୍ ମ୍ୟାଗାଜିନକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 29th, 05:03 pm
ଓପନ୍ ମ୍ୟାଗାଜିନକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ 10 ବର୍ଷ ମଧ୍ୟରେ ତାଙ୍କ ସରକାରଙ୍କ ସଫଳତା, ଭାରତର ଭବିଷ୍ୟତ ପାଇଁ ତାଙ୍କର ଦୃଷ୍ଟିକୋଣ କ'ଣ, ଦେଶକୁ କାହିଁକି ଏକ ସ୍ଥିର ସରକାର ଦରକାର ଏବଂ ଆହୁରି ଅନେକ ବିଷୟରେ କହିଥିଲେ।ରିପବ୍ଲିକ୍ ବଙ୍ଗଳାର ମୟୁଖ ରଞ୍ଜନ ଘୋଷଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 28th, 09:50 pm
ରିପବ୍ଲିକ୍ ବଙ୍ଗଳାକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି ।ସିଏନ୍ଏନ୍ ନ୍ୟୁଜ୍ ୧୮ର ପଲ୍ଲବୀ ଘୋଷଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 28th, 09:15 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଏନଏନ ନ୍ୟୁଜ୧୮କୁ ଦେଇଥିବା ଏକ ସାକ୍ଷାତକାରରେ ଅନେକ ବିଷୟ ଉପରେ ମତ ରଖିଛନ୍ତି ।ଏବିପି ନ୍ୟୁଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 28th, 09:03 pm
ଏବିପି ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ଲୋକସଭା ନିର୍ବାଚନ ଉପରେ ଆଲୋକପାତ କରିବା ସହ ନୀତି ଭିତ୍ତିକ ଶାସନ ଓ ବିକାଶ ପ୍ରତି ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ବିରୋଧୀଙ୍କ ସୁଯୋଗବାଦୀ ଓ ତୁଷ୍ଟୀକରଣ ରାଜନୀତି ଉପରେ ଆଲୋକପାତ କରିଥିଲେ। ଏହାବ୍ୟତୀତ ତାଙ୍କ ଜୀବନ ଓ ମୂଲ୍ୟବୋଧକୁ ଗଢ଼ିତୋଳିବାରେ ବଙ୍ଗଳା ଓ ରାମକୃଷ୍ଣ ମିଶନର ଗଭୀର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।ନ୍ୟୁଜ ନେସନକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 28th, 08:39 pm
ନ୍ୟୁଜ ନେସନକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ଲୋକସଭା ନିର୍ବାଚନ ଉପରେ ଆଲୋଚନା କରିବା ସହ ବିକାଶ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଇଣ୍ଡି ମେଣ୍ଟକୁ ସମାଲୋଚନା କରି ଏହାକୁ ସାମ୍ପ୍ରଦାୟିକ, ଜାତିବାଦୀ ଏବଂ ପରିବାରବାଦରେ ପରିପୂର୍ଣ୍ଣ ବୋଲି ଆଖ୍ୟା ଦେଇଥିଲେ।'ଅଜିତ୍ ସମାଚାର' କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 28th, 11:59 am
'ଅଜିତ ସମାଚାର'କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଜୁନ୍ ୪ ତାରିଖରେ ଏନଡିଏ ମେଣ୍ଟ ଐତିହାସିକ ଜନାଦେଶ ହାସଲ କରିବ ବୋଲି ସେ କହିଛନ୍ତି। ଏନଡିଏକୁ ତୃତୀୟ ଥର ପାଇଁ କ୍ଷମତାକୁ ଆଣିବାକୁ ସମଗ୍ର ଦେଶ ନିଷ୍ପତ୍ତି ନେଇଛି । ପଞ୍ଜାବରେ ଦୁର୍ନୀତି ଏବଂ ଡ୍ରଗ୍ସ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ପରବର୍ତ୍ତୀ କାର୍ଯ୍ୟକାଳରେ ପଞ୍ଜାବକୁ ଅଧିକ ଶକ୍ତିଶାଳୀ, ସୁରକ୍ଷିତ, ସବୁଜ ଏବଂ ସମଗ୍ର ଉନ୍ନତ କରିବା ପାଇଁ ପ୍ରୟାସ କରାଯିବ ।ଏଏନଆଇ ନ୍ୟୁଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 28th, 10:00 am
ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ଲୋକସଭା ନିର୍ବାଚନ କୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ଧର୍ମ ଭିତ୍ତିକ ସଂରକ୍ଷଣକୁ ପ୍ରୋତ୍ସାହନ ଦେଉଥିବାରୁ ସେ ବିରୋଧୀଙ୍କୁ ସମାଲୋଚନା କରିବା ସହ କିଛି ପ୍ରଭାବଶାଳୀ ପରିବାର କିପରି ନିଜ ଫାଇଦା ପାଇଁ ଜମ୍ମୁ-କଶ୍ମୀରରେ ଧାରା ୩୭୦ ର ଫାଇଦା ଉଠାଇଛନ୍ତି ତାହା ଉପରେ ଆଲୋକପାତ କରିଥିଲେ। ଏଥିସହ ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ବିଜେପିର ବିକାଶ ଏଜେଣ୍ଡା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।ଆଇଏଏନଏସକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 27th, 02:51 pm
ଚଳିତ ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ନୀତି ଉପରେ ସରକାରଙ୍କ ଆଭିମୁଖ୍ୟ, ନୀତି ଭିତ୍ତିକ ଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଆଭିମୁଖ୍ୟ ଦୁର୍ନୀତିମୁକ୍ତ ଶାସନ, ସାମାଜିକ ନ୍ୟାୟ ଏବଂ ଧର୍ମନିରପେକ୍ଷତାକୁ ସୁନିଶ୍ଚିତ କରିବ ବୋଲି ସେ ସରକାରୀ ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ପଞ୍ଜାବ କେଶରୀ, ଜଗ ବାଣୀ, ହିନ୍ଦ ଖବର ଏବଂ ନବୋଦୟ ଟାଇମ୍ସକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 27th, 09:42 am
ପଞ୍ଜାବ କେଶରୀ, ଜଗ ବାଣୀ, ହିନ୍ଦ ଖବର ଏବଂ ନବୋଦୟ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା ନିର୍ବାଚନ ଏବଂ ଦେଶର ବିକାଶ ଉପରେ ଆଲୋଚନା କରିଛନ୍ତି। କୃଷକଙ୍କ ପ୍ରସଙ୍ଗରେ ସେ କହିଥିଲେ ଯେ କୃଷକମାନେ ଆମର ଅନ୍ନଦାତା। ସେ କହିଛନ୍ତି ଯେ ତାଙ୍କ ସରକାର କୃଷି କ୍ଷେତ୍ରରେ ଏପରି କାର୍ଯ୍ୟ ହାତକୁ ନେଇଛନ୍ତି ଯାହା ପୂର୍ବରୁ କୌଣସି ସରକାର କରିନଥିଲେ। ବିରୋଧୀଙ୍କ ସମ୍ପର୍କରେ ସେ କହିଛନ୍ତି ଯେ ଦେଶର ବିକାଶ ପାଇଁ ଇଣ୍ଡି ମେଣ୍ଟର କୌଣସି ଯୋଜନା କିମ୍ବା ଦୃଷ୍ଟିକୋଣ ନାହିଁ ଏବଂ ସେଥିପାଇଁ ଅଯଥା ବୟାନବାଜିରେ ଲିପ୍ତ ରହିଛି।ଦୈନିକ ଜାଗରଣକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 27th, 08:09 am
ଦୈନିକ ଜାଗରଣକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କ ପ୍ରତିକ୍ରିୟା ସମ୍ପର୍କରେ ସେ କହିଛନ୍ତି ଯେ ୨୦୧୪ ଓ ୨୦୧୯ ରେ ତାଙ୍କୁ ଜନସମର୍ଥନ ମିଳିଥିବା ବେଳେ ଏଥର ଲୋକଙ୍କ ଉତ୍ସାହ ପୂର୍ବାପେକ୍ଷା ଅଧିକ ରହିଛି। କେବଳ ମୋଦୀ ସରକାର ହିଁ ସେମାନଙ୍କ ଆକାଂକ୍ଷା ପୂରଣ କରିପାରିବେ ବୋଲି ଲୋକଙ୍କ ବିଶ୍ୱାସ ରହିଛି । 'ବିକଶିତ ଭାରତ' ଗଠନ ର ପ୍ରତିବଦ୍ଧତା କେବଳ ବିଜେପିରେ ରହିଛି।ଟ୍ରିବ୍ୟୁନ୍ କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 27th, 07:43 am
'ଦ ଟ୍ରିବ୍ୟୁନ୍'କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ନିର୍ବାଚନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ୬ଟି ପର୍ଯ୍ୟାୟ ମତଦାନ ପରେ ଦେଶବାସୀ ବିଜେପି-ଏନଡିଏ ମେଣ୍ଟକୁ ଐତିହାସିକ ଓ ରେକର୍ଡ ଭାଙ୍ଗିଥିବା ଜନାଦେଶ ଦେଇ ଆଶୀର୍ବାଦ ଦେଉଛନ୍ତି ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଦେଶ ଏବଂ ଏହାର ଲୋକଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରିବାରେ ବିଶ୍ୱାସ କରନ୍ତି । ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଉପରେ ତାଙ୍କର ଫୋକସ୍ ରହିଛି।PM Modi's Interview to DD News
May 25th, 10:00 am
In an interview to DD News, Prime Minister Narendra Modi spoke in depth about the Lok Sabha Elections 2024. He said that all his energy is directed towards a Viksit Bharat. He added that India's unprecedented growth and development over the last decade is also to empower the deprived.