ଗୁଜରାଟର ବଡିନାରରେ ଜାହାଜ ମରାମତି କେନ୍ଦ୍ର ନିର୍ମାଣକୁ କ୍ୟାବିନେଟ ଅନୁମୋଦନ

May 05th, 06:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଥିବା ଅର୍ଥନୈତିକ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟି ଆଜି ଗୁଜରାଟର ବଡିନାରରେ ଏକ ଅତ୍ୟାଧୁନିକ ଜାହାଜ ମରାମତି କେନ୍ଦ୍ର ନିର୍ମାଣକୁ ଅନୁମୋଦନ କରିଛି। ଏହା ଜାତୀୟ ଜାହାଜ ମରାମତି ଇକୋସିଷ୍ଟମର ବିସ୍ତାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରକଳ୍ପକୁ ଦୀନଦୟାଲ ବନ୍ଦର କର୍ତ୍ତୃପକ୍ଷ (ଡିପିଏ) ଏବଂ କୋଚିନ୍ ସିପୟାର୍ଡ ଲିମିଟେଡ୍ (ସିଏସଏଲ) ଦ୍ୱାରା ମିଳିତ ଭାବରେ ୧୫୭୦ କୋଟି ଟଙ୍କା ବିନିଯୋଗରେ କାର୍ଯ୍ୟକାରୀ କରାଯିବ।

ଜାନୁଆରୀ ୧୬-୧୭ ରେ ଆନ୍ଧ୍ରପ୍ରଦେଶ ଓ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 14th, 09:36 pm

ଜାନୁଆରୀ ୧୬ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଲେପାକ୍ଷୀସ୍ଥିତ ବୀରଭଦ୍ର ମନ୍ଦିରରେ ପୂଜା ଓ ଦର୍ଶନ କରିବେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ସତ୍ୟ ସାଇ ଜିଲ୍ଲାର ପଲାସମୁଦ୍ରମରେ ପହଞ୍ଚିବେ ଏବଂ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀ (ଏନଏସିଆଇଏନ)ର ନୂତନ କ୍ୟାମ୍ପସକୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଭାରତୀୟ ରାଜସ୍ୱ ସେବା (କଷ୍ଟମ ଏବଂ ପରୋକ୍ଷ ଟିକସ)ର ୭୪ ତମ ଏବଂ ୭୫ତମ ବ୍ୟାଚ୍ ର ଅଧିକାରୀ ପ୍ରଶିକ୍ଷାର୍ଥୀ ଏବଂ ଭୁଟାନର ରୟାଲ ସିଭିଲ ସର୍ଭିସର ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିବେ ।