ଭାରତ-ଜର୍ମାନୀ ମିଳିତ ବିବୃତି
January 12th, 03:50 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜର୍ମାନୀ ଚାନ୍ସେଲର, ମହାମହିମ ଶ୍ରୀ ଫ୍ରେଡ୍ରିକ ମର୍ଜ 12-13 ଜାନୁଆରୀ 2026ରେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ । ଚାନ୍ସେଲରଙ୍କ ସହିତ 23ଜଣ ଅଗ୍ରଣୀ ଜର୍ମାନ ସିଇଓ ଏବଂ ଶିଳ୍ପପତିଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଆସିଥିଲେ।ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜର୍ମାନ ଚାନ୍ସେଲର ଫ୍ରେଡରିକ୍ ମର୍ଜ ଅହମ୍ମଦାବାଦରେ ଆନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ ପରିଦର୍ଶନ କରିଛନ୍ତି
January 12th, 02:42 pm
ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟରେ ଆୟୋଜିତ ରଙ୍ଗୀନ ଏବଂ ଜୀବନ୍ତ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜର୍ମାନ ଚାନ୍ସେଲର ଫ୍ରେଡରିକ୍ ମର୍ଜ ଅଂଶଗ୍ରହଣ କରିଥିଲେ। ପ୍ରଦର୍ଶିତ ଗୁଡ଼ିରେ ଅପରେସନ୍ ସିନ୍ଦୂର, ଭଗବାନ ହନୁମାନ, ତ୍ରିରଙ୍ଗା ଏବଂ ଆହୁରି ଅନେକ କିଛି ଚିତ୍ରିତ ହୋଇଥିଲା । ଚାନ୍ସେଲର ମର୍ଜ ଗୁଡ଼ି ଉଡ଼ାଇବାକୁ ଚେଷ୍ଟା କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।ପ୍ରଧାନମନ୍ତ୍ରୀ ଜାନୁଆରୀ ୧୨ରେ ଅହମ୍ମଦାବାଦଠାରେ ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ
January 09th, 12:05 pm
ପ୍ରଧାନମନ୍ତ୍ରୀ ଆସନ୍ତା ଜାନୁଆରୀ ୧୨, ଅହମ୍ମଦାବାଦଠାରେ ଜର୍ମାନୀର ଫେଡେରାଲ ଚାନ୍ସେଲର ମହାମହିମ ଶ୍ରୀ ଫ୍ରେଡରିଚ୍ ମର୍ଜଙ୍କୁ ଭେଟିବେ ।